ଶରୀରର କେଉଁ ଅଙ୍ଗରେ ଦିଆଯିବ କରୋନା ଟୀକା,ଜାଣନ୍ତୁ

ହାତରେ କାନ୍ଧ ତଳକୁ ଦିଆଯିବ କରୋନା ଟିକା। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତିକି, ଟିକା ଦେବାକୁ ଆମେ ପ୍ରସ୍ତୁତ ଅଛୁ। ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାରଟି କେନ୍ଦ୍ର କରାଯାଇଛି। ପ୍ରଥମେ ଟିକାକରଣ କେନ୍ଦ୍ର ଗୁଡିକରେ ସବୁ ବ୍ୟବସ୍ଥାକୁ ତଦାରଖ କରାଯିବ। ପ୍ରତୀକ୍ଷାଳୟ, ଟିକାକରଣ ଓ ନୀରିକ୍ଷଣ ରୁମ୍ ଅଛି ନା ନାହିଁ ସେ ସମ୍ବନ୍ଧରେ ପ୍ରଥମେ ତଦାରଖ ହେବ।

ପ୍ରକୃତ ଟିକାକରଣ ସମୟରେ ପ୍ରଥମେ ପ୍ରତୀକ୍ଷାଳୟରେ ଟିକା ନେବାକୁ ଆସିଥିବା ଲୋକଙ୍କ ତଥ୍ୟକୁ ଯାଞ୍ଚ କରାଯିବ। ସେମାନଙ୍କ ନାଁ ଡାଟାବେସ୍‌ରେ ଅଛିକି ନାହିଁ ଯାଞ୍ଚ କରାଯିବ। ଏହା ପରେ ଟିକାକରଣ ରୁମରେ ବାକି ତଥ୍ୟକୁ ଯାଞ୍ଚ କରି ଟିକା ଦିଆଯିବ। ଟିକା ନେବା ପରେ ଅବଜରଭେସନ ରୁମରେ ୩୦ ମିନିଟ ପାଇଁ ରଖାଯିବ। ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ସେମାନଙ୍କୁ ଡିଶଚାର୍ଜ କରାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା ଓଡ଼ିଶାକୁ ପହଞ୍ଚିପାରେ ବୋଲି ଆଶା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

Google

କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେକି, ଜାନୁଆରୀ ୩୦ ତାରିଖ ସୁଦ୍ଧା କରୋନା ଟିକା ଆସିଯିବ। ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କ ବ୍ୟକ୍ତିମାନଙ୍କୁ ଦେବାର ଆଲୋଚନା ହୋଇଛି। ଏ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ସୂଚନା ଅନୁସାରେ, ଗତ ରବିବାର ଡିସିଜିଆଇର ନିର୍ଦ୍ଦେଶକ ଭିଜି ସୋମାନୀ କୋଭିସିଲ୍ଡ ସହ କୋଭାକ୍ସିନ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେକି, ଉଭୟ ଭ୍ୟାକସିନ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଜରୁରୀକାଳୀନ ପାଇଁ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରିବ। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ସୁରକ୍ଷିତ ରଖାଯିବ।

ଡିସିଜିଆଇ ମୁତାବିକ, ସେରମ ଇନଷ୍ଟିଚ୍ୟୁଟର ଭ୍ୟାକସିନର ସମୁଦାୟ କ୍ଷମତା ୭୦.୪୨ ପ୍ରତିଶତ ଥିଲା। ଅନୁମତି ମିଳିଥିଲେ ମାତ୍ରକେ ସେରମ ଦ୍ୱାରା ପ୍ରସ୍ତୁତ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଏବେ ସାରା ଦେଶରେ ଜାରି ରହିବ। ଏହା ପୂର୍ବରୁ ଏସଇସି ଜାନୁଆରୀ ୧ ତାରିଖରେ କୋଭିସିଲ୍ଡ ଓ ୨ ତାରିଖରେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ସୁପାରିସ୍ କରିଥିଲା।

Google

ସୂଚନା ଅନୁସାରେ, ଯେତେବେଳେ ଡିସିଜିଆଇ କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ରୂପରେ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ ଡିସିଜିଆଇ ଭ୍ୟାକସିନ୍ ଉପରେ ହୋଇଥିବା ସମସ୍ତ ପରୀକ୍ଷଣକୁ ଭଲ ଭାବରେ ତର୍ଜମା କରି ଅନୁମତି ଦେଇଥାନ୍ତି।

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିସିଲ୍ଡ ଟିକାକୁ ପ୍ରସ୍ତୁତ କରାଯାଇଛି। ବହୁତ ସମୟ ପୂର୍ବରୁ ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତୁଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହି ଟିକା ମାତ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *