୨୮ବର୍ଷ ଜେଲରେ ରହିବା ପରେ ବଦଳିଗଲା ଏହି ବ୍ୟକ୍ତିଙ୍କ ଭାଗ୍ୟ, ଗୋଟିଏ ଦିନରେ ହୋଇଗଲେ ୭୨ କୋଟି ଟଙ୍କାର ମାଲିକ,ଜାଣନ୍ତୁ ପୁରା ଘଟଣା

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ୨୮ବର୍ଷ ଧରି ଜେଲରେ ରଖାଯାଇଛି ଏବଂ ଏହାପରେ ଜଣାପଡି଼ଥିଲା ​​ଯେ, ଏହି ବ୍ୟକ୍ତି ଜଣକ ସେହି ଅପରାଧଟି କରିନାହାଁନ୍ତି, ଯେଉଁଥିପାଇଁ ସେ ଏହି ଦଣ୍ଡ ଭୋଗୁଥିଲେ। ତେବେ ସେହି ବ୍ୟକ୍ତି ନିର୍ଦ୍ଦୋଷ ଥିବା କଥାଟି ସାମ୍ନାକୁ ଆସିବା ପରେ ସରକାରଙ୍କୁ କ୍ଷତିପୂରଣ ଦେବାକୁ ପଡି଼ଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାରଙ୍କୁ ପ୍ରାୟ ୭୨ କୋଟି ଟଙ୍କା ପୀଡିତାଙ୍କୁ କ୍ଷତିପୂରଣ ହିସାବରେ ଦେବାକୁ ପଡ଼ିଛି।

୧୯୯୧ ମସିହାରେ, ଚେଷ୍ଟର ହଲମେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ଆମେରିକୀୟ ପୋଲିସ ଫିଲାଡେଲ୍ଫିୟାର ହୋଇଥିବା ହତ୍ୟା ଅଭିଯୋଗରେ ଚେଷ୍ଟର ହଲମେନଙ୍କୁ ଜେଲରେ ବନ୍ଦ କରି ରଖିଥିଲେ। ଏହି ମାମଲାର ଅନୁସନ୍ଧାନ ୨୮ ବର୍ଷ ଅର୍ଥାତ୍ ୨୦୧୯ ପର୍ଯ୍ୟନ୍ତ ଚାଲିଥିଲା।ଯେତେବେଳେ ତଦନ୍ତ ସମାପ୍ତ ହେଲା, ସେତେବେଳେ ଜଣାପଡ଼ିଥିଲା​​କି, ଏହି ଘଟଣାର ମୁଖ୍ୟ ସାକ୍ଷୀ ମିଛ କହୁଥିଲା ଏବଂ ଚେଷ୍ଟର ହଲମେନ ହତ୍ୟା କରିନଥିଲେ। କିନ୍ତୁ ସତ୍ୟ ପ୍ରକାଶ ପାଇବା ପାଇଁ ଏତେ ବର୍ଷ ଲାଗିଗଲା ଏବଂ ଚେଷ୍ଟର ହାଲମେନଙ୍କୁ କୌଣସି ଦୋଷ ବିନା ଦୀର୍ଘ ସମୟ ଧରି ଜେଲରେ ରହିବାକୁ ପଡ଼ିଥିଲା।

ଜେଲରୁ ମୁକୁଳିବା ପରେ ଚେଷ୍ଟର ହଲମେନ ନିଜ ପାଇଁ ନ୍ୟାୟ ମାଗିଥିଲେ ଏବଂ ସରକାରଙ୍କ ବିରୋଧରେ ଭୁଲ ଦଣ୍ଡବିଧାନର ମାମଲା ରୁଜ୍ଜୁ କରିଥିଲେ। ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ଫିଲାଡେଲଫିଆ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷତିପୂରଣ ଘୋଷଣା କରିଥିଲା। ଯେଉଁଥିରେ ରାଜ୍ୟ ସରକାରଙ୍କୁ ୭୧.୬ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ରାଜ୍ୟ ସରକାର ଏହି ଘଟଣାରେ ନିଜର କିମ୍ବା କୌଣସି କର୍ମଚାରୀଙ୍କ ଦୋଷ ଗ୍ରହଣ କରିନାହାଁନ୍ତି। ଯାହା ପରେ ଉଭୟ ପକ୍ଷଙ୍କ ଚୁକ୍ତିନାମା ସହିତ ମାମଲା ସମାପ୍ତ ହୋଇଛି।

ଏହି ମାମଲାରେ ଫିଲାଡେଲ୍ଫିୟାର ମେୟର ଜିମ କେନ୍ରିଙ୍କ ପ୍ରତିକ୍ରିୟା ଆସିଛି ଓ ଫିଲାଡେଲ୍ଫିୟାର ଏହି ଘଟଣା ଉପରେ ଦୁଃଖ ଦର୍ଶାଇ କହିଲେକି କାହାରି ଅଜାଦୀର କୌଣସି ମୂଲ୍ୟ ନଥାଏ। ଚେଷ୍ଟର ଜେଲରୁ ବାହାରି ଆସିବା ପରେ କହିଲେକି ଆଜାଦ ହେବାର ଖୁସି କଡା ଅଟେ ଓ ସୁଖ ମଧ୍ୟ ଅଟେ। ସେ ଏକଲା ଏମିତି ଯିଏକି, ବରଂ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ବହୁତ ସମୟ ପର୍ଯ୍ଯନ୍ତ ଜେଲରେ ବନ୍ଦୀ ହୋଇଥାନ୍ତି ଓ ସତକୁ ସାମ୍ନାକୁ ଆଣିବା ପାଇଁ ଲଢୁଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *