କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମଧ୍ୟରେ ପାର୍ଥକ୍ୟ କଣ?

କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିଛି। ବିଶେଷଜ୍ଞଙ୍କ ଦ୍ଵାରା ନିର୍ମିତ ହୋଇଥିବା ଏହି ଟିକାକୁ ବିଜେପି ଟିକା ବୋଲି କହିବାକୁ ପଛାଇ ନାହାନ୍ତି, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେ କହିଛନ୍ତି ଏହି ଟିକାକୁ ସେ ଲଗାଇବେ ନାହିଁ। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଏବଂ ଶଶି ଥରୁର ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ଵାରା ତିଆରି ହୋଇଥିବା ଟିକା କୋଭାକ୍ସିନ ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାର ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷଵର୍ଦ୍ଧନ।

Google

କୋଭାକ୍ସିନ ଇୟୁଏ (Emergency Use Authorization) କୋଭିଶିଲ୍ଡ ଠାରୁ ଅଲଗା, କାରଣ ଏହା କେବଳ କ୍ଲିନିକାଲ ଟ୍ରାଏଲ୍ ମୋଡରେ ବ୍ୟବହୃତ ହେବ। ଯେଉଁମାନେ କୋଭାକ୍ସିନ ଟିକା ନେବେ ସେମାନଙ୍କୁ ଏକ ଡାକ୍ତରୀ ଟିମ୍ ଟ୍ରାକ କରିବେ ଏବଂ ତଦାରଖ କରାଯିବ।

Emergency Use Authorization କଣ?

ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲର ବରିଷ୍ଟ ଡାକ୍ତର ମନୋଜ କୁମାର କହିଛନ୍ତି, କୋଭାକ୍ସିନ (ୟୁଏଇ) ଶ୍ରେଣୀରେ ରହିଛି। ଏହାର ମାନେ ରୋଗୀଙ୍କୁ ପଚାରିବା ପରେ ଏହି ଟିକାକୁ ବ୍ୟବହାର କରାଯିବ। ଏହାର ଅର୍ଥ ରୋଗୀଙ୍କ ସହମତି କ୍ରମେ ଏହି ଟିକା ପରୀକ୍ଷା ହେବ। ସେଥିପାଇଁ ଏହାକୁ ଇୟଏ ଶ୍ରେଣୀରେ ରଖାଯାଇଛି। କୋଭିଶିଲ୍ଡ ଆଗ ଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯଥାକ୍ରମେ ମେଡିକାଲ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ।

କୋଭାକ୍ସିନର ପରୀକ୍ଷା ଫଳାଫଳ କଣ ?

ହାଇଦରାବାଦର ଭାରତ ବାୟୋଟେକ ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନଆକ୍ଟିଭେଟଡ କରୋନା ଭାଇରସ ଭେକ୍ସିନ ବାକୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମଆର ଓ ଏନ୍ଆଇଭି (ପୁଣେ)ର ସହଯୋଗରେ ଏହି ଟୀକା ପ୍ରସ୍ତୁତ ହୋଇଛି। ଏନ୍ଆଇଭି ପୁଣେରୁ ଏହି ଟିକା ପାଇଁ ଭୁତାଣୁର ମଞ୍ଜି (ସିଡସ ଷ୍ଟ୍ରେନ) ସଂଗ୍ରହ କରାଯାଇଛି। ଭୋରୋସେଲ ପ୍ଲାଟଫର୍ମରେ ଏହି ଟିକାକୁ ତିଆରିକରାଯାଇ, ଏହାର ନିରାପଦ ଦିଗ,ଦକ୍ଷତା ଓ ସଫଳତା ରେକର୍ଡ ବେଶ୍ ଭଲ ରହିଛି, ଏବଂ ଏହା ଦେଶ ବିଦେଶରେ ଏହାର ସୁନାମ ରହିଛି।

ଭାରତ ବାୟୋଟେକ ଏହି ଟିକାକୁ ବିଭିନ୍ନ ପ୍ରକାରର ଜୀବ ଜନ୍ତୁଙ୍କ ଉପରେ ପରୀକ୍ଷା କରିଛନ୍ତି। ସେହି ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ଵାରା ଉପସ୍ଥାପନ କରାଯାଇଥିଲା। କମ୍ପାନୀ ପକ୍ଷରୁ ଏହିସବୁ ତଥ୍ୟକୁ ସିଡ଼ିଏସପିଓକୁ ଅବଗତ କରାଇଥିଲେ। ଏହି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ୍ କରାଯାଇଥିଲା। ଏଥିରୁ ୮୦୦ ପ୍ରକାରର ତଥ୍ୟାବଳିରୁ ଜଣାପଡିଛି ଯେ, ଏହି ଟିକା ନିରାପଦ ଓ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ।

ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତାର ପରୀକ୍ଷା ଭାରତରେ କରାଯାଇଥିଲା। ୨୫,୮୦୦ ସ୍ବେଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା, ଏ ପର୍ଯ୍ୟନ୍ତ ପ୍ରାୟ ୨୨,୫୦୦ଙ୍କୁ ଟିକା ପ୍ରଦାନ କରାଯାଇଛି। ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏହା ନିରାପଦ।

ଏସଇସି ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିଶ କରିଛି। ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରିକି ସାବଧାନତା ଅବଲମ୍ବନ କରାଯାଉଥିଲା ସେହିଭଳି ଭାବରେ ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି।

ଟିକା ପ୍ରକ୍ରିୟା ସାଧାରଣତଃ ବହୁତ୍ ଲମ୍ବା ଏବଂ ଗୋଟିଏ ଟିକା ଅନୁମୋଦନ ପୂର୍ବରୁ ଏକ ପରୀକ୍ଷା ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ ବିଭିନ୍ନ ଜିନିଷର ଅନୁସନ୍ଧାନ କରାଯାଏ ଏବଂ କିଛି ବର୍ଷ ଧରି ଏହା ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଏ, ଯାହାପରେ ଟିକା ଅନୁମୋଦନ ପାଇଁ ନିଷ୍ପତ୍ତି ନିଆଯାଏ। ଜରୁରୀକାଳୀନ ଅନୁମୋଦନ ମାନେ ହେଉଛି ଏହା ଜରୁରୀକାଳୀନ ସ୍ତରରେ ଅର୍ଥାତ୍ ସମୟ ପୂର୍ବରୁ ଅନୁମୋଦିତ। ଏଥିରେ, ଆବଶ୍ୟକ ଅନୁସନ୍ଧାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ଅନ୍ୟାନ୍ୟ ପ୍ରକାରର ଅନୁସନ୍ଧାନ କ୍ରମାଗତ ଭାବରେ ଚାଲିଥାଏ।

ବାସ୍ତବରେ, ଯେତେବେଳେ ଅବସ୍ଥା ଖରାପ ହୁଏ। ରୋଗର ସଂଖ୍ୟା ଦେଖି ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖି ଜରୁରୀକାଳୀନ ଅନୁମୋଦନ ଦିଆଯାଏ। ଏହି ଅନୁମୋଦନ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ପରୀକ୍ଷା କିମ୍ବା ପରୀକ୍ଷଣ ପରେ ଦିଆଯିବ।

ସାଧାରଣ ଅନୁମୋଦନ ଏବଂ ଜରୁରୀକାଳୀନ ଅନୁମୋଦନ କଣ?

ବାସ୍ତବରେ, ସାଧାରଣ ଅନୁମୋଦନ ଓ ଜରୁରୀକାଳୀନ ଅନୁମୋଦନ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନାହିଁ। କେବଳ କିଛି ସର୍ତ୍ତ ସହିତ ଶୀଘ୍ର ଅନୁମୋଦନ ପ୍ରାପ୍ତ ହୁଏ। ଏଥିରେ କୌଣସି ଅସୁବିଧା ନାହିଁ। ଏହା କ୍ଷତିକାରକ ନୁହେଁ ଏବଂ ଲୋକମାନେ ଏହାକୁ ସାଧାରଣ ଅନୁମୋଦନ ଭାବରେ ଗ୍ରହଣ କରିପାରିବେ। ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଦିସିଜିଏ କହିଛି।

ଟିକାର ଦାମ କଣ ରହିଛି?

କୋଭିଶିଲ୍ଡ ଟିକାର ଦାମ୍ ୪୦୦ ଟଙ୍କା ହେଲେ ବଜାରରେ ଏହା ପାଖାପାଖି ୮୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ସେହିପରି କୋଭାକ୍ସିନ ଟିକାର ମୂଲ୍ୟ ଜଣାପଡିନି, କିନ୍ତୁ ଏହାର ଦାମ୍ ୩୫୦ ଟଙ୍କା ପାଖାପାଖି ରହିବ ବୋଲି କୁହାଯାଉଛି। କୋଭାକ୍ସିନ ଟିକାକୁ ବିକ୍ରି ପାଇଁ ମଧ୍ୟ ଅନୁମତି ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *