ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ୧୪ଟି ବିବାଦ, ଯେଉଁ ବିବାଦ ପାଇଁ ପଡିଆ ଭିତରେ ଓ ବାହାରେ ଖେଳା ଯାଇଥିଲା ମାଷ୍ଟର ମାଇଣ୍ଡ ଗେମ ପ୍ଲାନ,ଜାଣନ୍ତୁ ସେ ସବୁ ବିବାଦ ବିଷୟରେ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କେତେକ ସିରିଜ ଖେଳାଯାଇଛି ଓ ଉଭୟଙ୍କ ମଧ୍ୟରେ ଯେତେବେଳେ ଖେଳ ହୋଇଥାଏ ସେତେବେଳେ ବ୍ୟାଟ ଓ ବଲରେ ନୁହେଁ । ତୁତୁ-ମେମେ ମଧ୍ୟ ସେମାନେ ହୋଇଥାନ୍ତି । ଅଷ୍ଟ୍ରେଲିଆ ଦଳ ସର୍ବଦା ନିଜର ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥାଏ ଯାହାଦ୍ୱାରା ଆୟୋଜକ ଅଷ୍ଟ୍ରେଲିଆ ଏହାର ଫାଇଦା ଉଠାଇପାରିବ ।

ଯେତେବେଳେ ସୁନୀଲ ଗାଭାସ୍କରଙ୍କୁ କ୍ରୋଧ ଆସିଲା :-

ଏକ ଟେଷ୍ଟ ମ୍ୟାଚ ସମୟରେ ଭାରତ ଜିତିବା ସମୟରେ ସୁନୀଲ ଗାଭାସ୍କରଙ୍କୁ ଅମ୍ପାୟାର ଲିଲି ଏଲବିଡ଼ବ୍ଲ୍ୟୁ ଆଉଟ କରିଦେଇଥିଲେ । ଏହାପରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ନିଜର ସାଥି ଖେଳାଳି ଚେତନ ଚୌହାନଙ୍କୁ ଡାକି ନେଇ ପାଭିଲିୟନ ଫେରିଯିବାକୁ କହିଥିଲେ । ଏହାପରେ ଚେତନ ନିଜର ଅଧିନାୟକଙ୍କ କଥା ମାନି ସେହିପରି କରିଥିଲେ। ସୁନୀଲ ଗାଭାସ୍କରଙ୍କ ନଟ ଆଉଟ କୁ ଆଉଟ ଦିଆଯିବାରୁ ସେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗି ଯାଇଥିଲେ।

India vs Australia

ମାଇକେଲ ସ୍ଲେଟରଙ୍କ ଖରାପ ବ୍ୟବହାର :-

2001 ମସିହାରେ ମୁମ୍ବାଇ ଟେଷ୍ଟ ସମ୍ପୂର୍ଣ୍ଣ ଭାବରେ ଏକ ତରଫା ହୋଇଯାଇଥିଲା । ଅଷ୍ଟ୍ରେଲିଆ ଭାରତକୁ ଧୋଇଦେଇଥିଲା । କିନ୍ତୁ ଏକ ସମୟରେ ଦ୍ରାବିଡ ପୁଲ ମାରିବା ସମୟରେ ମଇକେଲ କ୍ୟାଚ ଧରିଥିଲେ ଓ ଦ୍ରାବିଡ ଏହି କ୍ୟାଚକୁ ନେଇ ଅସନ୍ତୁଷ୍ଟ ଥିଲେ ଓ ଅମ୍ପାୟାର ଏହାକୁ ନଟ ଆଉଟ ଦେବାପରେ ମଇକେଲ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବାପରେ ଦ୍ରାବିଡ଼ଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ ।

ମ୍ୟାକଗ୍ରା ଓ ତେନ୍ଦୁଲକର :-

1999-00 ସିରିଜକୁ ସମ୍ପୂର୍ଣ୍ଣ ଭାବରେ ତେନ୍ଦୁଲକର ଓ ମ୍ୟାକଗ୍ରା ସିରିଜ ଭାବରେ ମଧ୍ୟ ଜଣାଯାଏ । ଏହି ସିରିଜ ପୂର୍ବରୁ ମ୍ୟାକଗ୍ରା କହିଥିଲେ, ସେ ତେନ୍ଦୁଲକରଙ୍କୁ ଆଉଟ କରିବେ ଓ ସେ କରିଥିଲେ ମଧ୍ୟ । ଏକ ବାଉଁସର ବଲକୁ ସଚିନ ଛାଡୁଥିବା ବେଳେ ଏହା ସଚିନଙ୍କ କାନ୍ଧରେ ବାଜିଥିଲା ଓ ଅମ୍ପାୟାର ଏହି ବାଉଁସର ବଲକୁ ଆଉଟ କରିଦେଇଥିଲେ । ଏହିଠାରୁ ଆଉଏକ ବିବାଦ ଆରମ୍ଭ ହୋଇଥିଲା।

Google

ଟସ ସମୟରେ ବିଳମ୍ବରେ ପହଞ୍ଚୁଥିଲେ ଗାଙ୍ଗୁଲି :-

2001 ଏକ ଐତିହାସିକ ସିରିଜ ଥିଲା, ଏହିସମୟରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ୱ ଥିଲେ । ସେ ଏକ ଆତ୍ମକଥା ‘ଆଉଟ ଅଫ ମାଇଁ କମଫର୍ଟ ଜୋନ’ ମାଧ୍ୟମରେ କହିଥିଲେ, ଗାଙ୍ଗୁଲି ସର୍ବଦା ଟସ ପଡିବା ସମୟରେ ବିଳମ୍ବରେ ପହଞ୍ଚନ୍ତି। ଏହିପରି ସେ 7 ଥର କରିସାରିଛନ୍ତି । ଏହାପରେ ଗାଙ୍ଗୁଲି କହିଥିଲେ, ସେ ଜାଣିଶୁଣି ଏହା କରିନଥିଲେ ।

Google

କୁମ୍ବଲେଙ୍କ ବାଉଁସର :-

ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ 2008 ମସିହାରେ ସିଡନୀ ଟେଷ୍ଟ ସିରିଜରେ ଏକ ବାଉଁସରକୁ ନେଇ ବିବାଦ ହୋଇଥିଲା । ବେକାର ଅମ୍ପାୟାରିଂ ଓ ମଂକଡ଼ ଆଉଟ ଦ୍ୱାରା ଏହାର ଖରାପ ପରିଣାମ ଭାରତ ସାମ୍ନା କରିଥିଲା ।

ସାଇମଣ୍ଡ କ ହରଭଜନ ବିବାଦ :-

ବୋଧହୁଏ କେହି ଭାବିନଥିଲେ ଭଜି ଓ ସାଇମଣ୍ଡଙ୍କ ମଧ୍ୟରେ ଏକ ସାଧାରଣ ବିବାଦ ଭାରତକୁ ସିରିଜ ବନ୍ଦ କରାଇଦେଵ । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ସାଇମଣ୍ଡଙ୍କ ଆରୋପ ଥିଲା କି ଭାରତୀୟ ସ୍ପିନ ବୋଲର ଭଜି ତାଙ୍କୁ ମାଙ୍କଡ କହିଥିଲେ । କଥା ଏହାପରେ କୋର୍ଟକୁ ଯାଇଥିଲା ଓ ଭଜି ପ୍ରଥମ ତିନି ଟେଷ୍ଟ ମ୍ୟାଚରେ ବସିବାକୁ ପଡିଥିଲା ।

Google

ଗମ୍ଭୀର ୱାଟସନଙ୍କୁ କହୁଣୀ ମାରିଲେ :-

2008 ମସିହା ଟେଷ୍ଟ ସିରିଜ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସବୁଠାରୁ ବିବାଦୀୟ ସିରିଜ ଥିଲା । ଟିମ ଅଷ୍ଟ୍ରେଲିଆ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କୁ ଲଗାତାର ସ୍ଲେଜ କରୁଥିଲେ ଖାଆସ କରି ଅଷ୍ଟ୍ରେଲିଆ ଅଲରାଉଣ୍ଡର ସେନ ୱାଟସନ । ଏହାପରେ ଦୁଇରନ ପାଇଁ ଦୌଡୁଥିବା ସମୟରେ ଗମ୍ଭୀର ତାଙ୍କୁ କହୁଣୀ ମାରିଥିଲେ ଓ ଏହା ସେ ଜାଣିଶୁଣି କରିଥିଲେ ଓ ପରବର୍ତ୍ତୀ ମ୍ୟାଚରେ ଦ୍ଵିଶତକ ମାରିଥିବା ଗମ୍ଭୀରଙ୍କୁ ବ୍ୟାନ କରାଯାଇଥିଲା ।

ଜାହିର ଖାନ ଡେଇଁଲେ ଲକ୍ଷ୍ମଣ ରେଖା :-

2008 ମସିହା ମୋହାଲି ଟେଷ୍ଟରେ ହରଭଜନ ସିଂହ ମ୍ୟାଥୟୁ ହେଡ଼େନଙ୍କୁ ଆଉଟ କରିବାପରେ ଜାହିର ଖାନ ଅଲଗା ଅନ୍ଦାଜରେ ଆସିଥିଲେ ଓ ଅଲଗା ବ୍ୟବହାର କରିଥିଲେ ଓ ମ୍ୟାଚ ରେଫରି ତାଙ୍କ ଉପରେ 80 ପ୍ରତିଶତ ମ୍ୟାଚ ଫି ଲଗାଇଥିଲେ ।

ଯେତେବେଳେ ରାଗିଗଲେ ଜାହିର :-

2010 ମସିହା ମୋହାଲି ମ୍ୟାଚରେ ରିକି ପଣ୍ଟିଂ ରନ ଆଉଟ ହେବାପରେ ଜାହିର ଖାନ ତାଙ୍କୁ ଟିପ୍ପଣୀ ଦେଇଥିଲେ ଓ ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ମ୍ୟାଚ ରେଫରି ବିଲି ବଡ଼ନ ଏହାକୁ ନିତନ୍ତ୍ରିତ କରିଥିଲେ ।

ଯେତେବେଳେ ବିରାଟ ମଝି ଆଙ୍ଗୁଠି ଦେଖାଇଲେ :-

2011-12 ମସିହା ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ଏଓ ଭାରତ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । ଏହି ସମୟରେ ବିରାଟ କୋହଲିଙ୍କର ଏକ ଫୋଟୋ ଭାଇରାଲ ହୋଇଥିଲା ସେ ନିଜର ମଝି ଆଙ୍ଗୁଠି ଦେଖାଇଥିଲେ ଓ ତାଙ୍କ ଉପରେ 50 ପ୍ରତିଶତ ମ୍ୟାଚ ଫି ଲାଗିଥିଲା । ଏହାପରେ ସେ ଟ୍ୱିଟ କରି କହିଥିଲେ, ସେ ମାନୁଛନ୍ତି ସେ ଏହିପରି ବ୍ୟବହାର ଦେଖାଇଥିଲେ, ସେ କହିଥିଲେ ଦର୍ଶକ ଯେତେବେଳେ ମାଆ, ଭଉଣୀଙ୍କୁ ନେଇ ଗାଳି କରନ୍ତି ସେତେବେଳେ ତାଙ୍କ ପାଇଁ ଉତ୍ତର କଣ ?

କୋହଲି – ସ୍ମିଥ ଡିଆରଏସ ବିବାଦ :-

2017 ମସିହାରେ ଅଷ୍ଟ୍ରେଲିଆ ଭାରତକୁ ଖେଳିବ ପାଇଁ ଆସିଥିଲା । ଯେତେବେଳ ଏକ ଏଲବିଡ଼ବ୍ଲ୍ୟୁରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଡ୍ରେସିଂ ରୁମକୁ ଅନାଇଥିଲେ ଓ ସୂଚନା ନେବାକୁ ଚାହୁଁଥିଲେ ସେତେବେଳେ କୋହଲି ତାଙ୍କୁ କହିଲେ ଧୋକେବାଜ ଓ ଏହାକୁ ନେଇ ବିବାଦ ହୋଇଥିଲା। ଶେଷରେ ଭାରତ 75 ରନରେ ଜିତିଥିଲା ।

ବିରାଟ କୋହଲି ଓ ଟିମ ପେନ ଝଗଡା:-

2018 ମସିହାରେ ଦ୍ବିତୀୟ ଟେଷ୍ଟ ପର୍ଥ ରେ ଖେଳାଯାଉଥିବା ସମୟରେ ଅଷ୍ଟ୍ରଲିଆ ଅଧିନାୟକ ଟିମ ପେନ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହାକୁ ଅମ୍ପାୟାର ଆସି ଅଟକାଇଥିଲେ।

Google

ଭାରତୀୟ କ୍ରିକେଟର କୋଭିଡ ନିୟମର ଉଲ୍ଲଙ୍ଘନ :-

ଭାରତୀୟ ଦଳର ପାଞ୍ଚଜଣ ଖେଳାଳି ରୋହିତ ଶର୍ମା, ପୃଥ୍ଵୀ ସ, ଶୁବମାନ ଗିଲ, ନବଦୀପ ସାଇନି ଓ ଋଷଭ ପନ୍ତ ଜାନୁଆରୀ 1 ତାରିଖରେ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ଏହି ସମୟରେ ଏକ ଭାରତୀୟ ପ୍ରଶଂସକ ଖେଳାଳିଙ୍କ ଫୋଟୋ ଉଠାଇ ଟ୍ୱିଟରରେ ଲେଖିଥିଲେ, ଖେଳାଳିଙ୍କ ସହ ସେ ହଗ କରିଥିଲେ ଯାହାଫଳରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ଅଷ୍ଟ୍ରେଲିଆ ମିଡ଼ିଆ ଲଗାତାର ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରୁଥିଲା । କିନ୍ତୁ ଶେଷରେ ବିସିସିଆଇ ଏହାର ଉତ୍ତର ଦେଇ କହିଥିଲେ ଖେଳାଳି କୌଣସି ସୁରକ୍ଷା ନିୟମର ଉଲ୍ଲଙ୍ଘନ କରିନାହାଁନ୍ତି ।

ଗାବା ଟେଷ୍ଟକୁ ନେଇ ଏପଟ ସେପଟ :-

ତୃତୀୟ ଟେଷ୍ଟ ପରେ ଚତୁର୍ଥ ଟେଷ୍ଟ ବ୍ରିସବେନ ର ଗାବା ଠାରେ ଖେଳାଯିବ ଓ ଭାରତୀୟ ଦଳ ଏହିଠାରେ ଖେଳିବାକୁ ମନା କରିଦେଇଛି କାରଣ ବ୍ରିସବେନ ରେ ଲଗାତାର ଭାବରେ କରୋନା ମାମଲା ବଢୁଛି ଓ ସେଠାରେ ଭାରତୀୟ ଦଳକୁ କ୍ଵରେଣ୍ଟାଇନରେ ରହିବାକୁ ପଡେ ଏଥିପାଇଁ ବିସିସିଆଇ ସେଠାରେ ଖେଳିବାକୁ ଚାହୁଁନାହିଁ । ଏହାର ଜବାବରେ କ୍ୱିନ୍ସଲାଣ୍ଡ ସରକାର କହିଲେ, ନିୟମ ପାଳିବା ପାଇଁ ଆଗ୍ରହୀ ନୁହଁ ତ ଏଠାକୁ ଆସ ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *