ଫସର ଫାଟିଲା ସବୁ ଖୁସି : ସେଲଫି ନେଉଥିବା ସମୟରେ ଖସି ପଡିଲେ ଯୁବତୀ, ଫେବୃଆରୀ ୧୬ରେ ହୋଇଥାନ୍ତା ବିବାହ

ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ସବୁ ଖୁସି ଦୁଃଖରେ ପରିଣତ ହୋଇଗଲା। ବହୁତ ଖୁସି ଥିଲେ, ପରିବାର ସହ ମିଶିକରି ଭୋଜି କରି ନୂଆବର୍ଷ ସେଲିବ୍ରେସନ କରିବେ। ହେଲେ ଭାଗ୍ୟର କି ବିଡମ୍ବନା ସତେ। ସାଙ୍ଗରେ ପରିବାର ଲୋକ ଥିଲେ। ଖୁସିରେ ଝିଅଜଣକ ସେଲଫି ନେବା ବେଳେ ନଦୀରେ ଖସି ପଡିଲେ। ପରିବାର ଲୋକେ ଝିଅକୁ ଖୋଜି ଖୋଜି ବେଦମ ମଧ୍ୟ ହୋଇଗଲେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମସ୍ଥିତ ଇବ୍ ନଦୀରେ ଏହି ଦୁଃଖଦ ଘଟଣା ଘଟିଅଛି।

୨୭ ବର୍ଷୀୟ ଅନୁପମା ପ୍ରଜାପତି ପରିବାର ସହ ମିଶି ବଣ ଭୋଜି କରିବାକୁ ଯାଇଥିଲେ। ତାଙ୍କ ସହିତ ଅନ୍ୟ କେତେଜଣ ଯୁବତୀମାନେ ମଧ୍ୟ ବଣ ଭୋଜିରେ ସାମିଲ ହୋଇଥିଲେ। ସେ ମଧ୍ୟ ନିଜ ପରିବାର ସହ ସେଠାକୁ ଯାଇଥିଲେ। ରୋଷେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

Google

ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରାକୁ ଦେଖିବାକୁ ଯାଇଥିଲେ। ସେଠାରେ ଅନୁପମା ନିଜ ମୋବାଇଲରେ ସେଲ୍‌ଫି ନେଉଥିଲେ ଓ ସେଲଫି ନେଉଥିବା ସମୟରେ ଅସାବଧାନତା ଯୋଗୁଁ ନଦୀ ଭିତରକୁ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେ ଗଭୀର ଜଳ ଭିତରେ ସେ ନିଖୋଜ ହୋଇଗଲେ। ଏହି ଖବର ମିଳିବା ପରେ ବାପା, ମା’ ଓ ସାଙ୍ଗ ସାଥୀମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ ଓ ଖୋଜିବା ଆରମ୍ଭ କରିଥିଲେ।

କିଛି ସମୟ ପରେ ସେହି ସ୍ଥାନରେ କାନ୍ଦ ବୋବାଳି ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଏ ସମ୍ବନ୍ଧରେ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ଅନୁସାରେ, ଅନୁପମାଙ୍କ ନିର୍ବନ୍ଧ ହୋଇ ସାରିଥିଲା ଓ ସେ ଆସନ୍ତା ଫେବୃୟାରୀ ମାସ ୧୬ ତାରିଖରେ ତାଙ୍କର ବିବାହ ହେବାର ଥିଲା। ସେ ଝାଡଖଣ୍ଡ ରାଜ୍ୟର ସୀମଡେଗା ଜିଲ୍ଲାରେ ବିବାହ ହୋଇଥାନ୍ତେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *