ରୋହିତ ଶର୍ମାଙ୍କ ପାଇଁ ଅଷ୍ଟ୍ରେଲିଆ ରଚିଲା ଚକ୍ରବ୍ୟୁହ, ଅଜିଙ୍କ୍ୟା ରାହାଣେଙ୍କ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ,ଜାଣନ୍ତୁ କଣ ଚକ୍ରବ୍ୟୁହ ପ୍ରସ୍ତୁତ କରିଛି ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆର ଅଫ୍ ସ୍ପିନର ନାଥାନ୍ ଲିୟୋନ୍ ରୋହିତ ଶର୍ମାଙ୍କୁ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରି ସୋମବାର ଦିନ କହିଛନ୍ତିଯେ, ତାଙ୍କ ଦଳ ପାଖରେ ଏହି ଭାରତୀୟ ଓପନର୍ ପାଇଁ ଉପଯୁକ୍ତ ରଣନୀତି ରହିବ। ରୋହିତ ଆଘାତ ହୋଇଥିବା କାରଣରୁ ସୀମିତ ଓଭରର ଶୃଙ୍ଖଳା ଏବଂ ଆଡିଲେଡ ଓ ମେଲବୋର୍ଣ୍ଣରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାରିନଥିଲେ। ସେ ଶେଷ ଦୁଇଟି ମ୍ୟାଚ୍ ପାଇଁ ଦଳ ସହ ଜଡିତ ଅଛନ୍ତି ଏବଂ ଲିୟୋନ୍ ଏହି କଥାକୁ ଭଲଭାବେ ଜାଣିଛନ୍ତିଯେ , ଏହି ବ୍ୟାଟ୍ସମ୍ୟାନଙ୍କର ଏକାଧିକ ସଟ୍ ତାଙ୍କୁ ବିପଦରେ ପକାଇପାରେ।

ଲିୟୋନ୍ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ନିଶ୍ଚିତ ଭାବରେ ରୋହିତ ଶର୍ମା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ତେଣୁ ଏହା ଆମର ବୋଲରମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ କିନ୍ତୁ ଆମେ ଏଥିପାଇଁ ଏକ ଉପାୟ ଖୋଜୁଅଛୁ। ଆମେ ନିଜକୁ ଚ୍ୟାଲେଞ୍ଜ କରିବାକୁ ପସନ୍ଦ କରୁ। ତାହା ଦେଖିବାକୁ ହେବ ରୋହିତଙ୍କୁ ଭାରତୀୟ ଦଳରେ କାହା ସ୍ଥାନରେ ନିଆଯିବ, କିନ୍ତୁ ଆମ ପାଖରେ ରୋହିତଙ୍କ ପାଇଁ ରଣନୀତି ରହିବ ଏବଂ ଆଶା କରୁଛୁକି ଆମେ ଆରମ୍ଭରେ ହିଁ ତାଙ୍କୁ ପ୍ରାଧାନ୍ୟ ଦେବାରେ ସମର୍ଥ ହେବୁ।

Google

ରୋହିତଙ୍କୁ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତର ଉପ-ଅଧିନାୟକ ଭାବରେ ନିୟୋଜିତ କରାଯାଇଛି। ନିଜର ୧୦୦ ତମ ଟେଷ୍ଟରୁ ଦୁଇଟି ଟେଷ୍ଟ କମ ଥିବା ଲିୟୋନ କହିଲେକି ଭାରତୀୟ ଅଧିନାୟକ ଅଜିଙ୍କ୍ୟା ରାହାଣେଙ୍କ ମଜବୁତ ପକ୍ଷ ହେଉଛିକି ସେ ବିରୋଧୀ ଦଳର କୌଣସି କଥାବାର୍ତ୍ତାରେ ସାମିଲ୍ ହୁଅନ୍ତି ନାହିଁ। ସେ କହିଲେକି,” ସେ ନିଶ୍ଚିତ ରୂପରେ ବିଶ୍ଵସ୍ତରୀୟ ବ୍ୟାଟସମେନ ଅଟନ୍ତି। ଯେଉଁଥିରୁ ତାଙ୍କୁ ପ୍ରତ୍ୟେକ ଜିନିଷରୁ ସାହାଯ୍ୟ ମିଳିଥାଏ। ସେ କ୍ରିଜରେ ଧୈର୍ଯ୍ୟର ସହିତ ଖେଳନ୍ତି ଓ କେବେ ସେ ନିରାଶ ହୁଅନ୍ତି ନାହିଁ।

ଲିୟୋନ୍ କହିଛନ୍ତିଯେ, ସେ ରାହାଣେଙ୍କ ପାଇଁ ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିବେ, ଯିଏ ମେଲବୋର୍ଣ୍ଣ ଟେଷ୍ଟରେ ୧୧୨ ରନର ବିଜୟ ଇନିଂସ ସ୍କୋର କରିଥିଲେ। ସେ କହିଲେକି, ‘ରାହାଣେ ମେଲବର୍ଣ୍ଣରେ ମୋ ବଲକୁ ଭଲ ଭାବରେ ସାମ୍ନା କରିଥିଲେ, ସେଥିପାଇଁ ମୁଁ ଜାଣେ କି ମୋତେ ତାଙ୍କ ପାଇଁ ଅନ୍ୟ କେତେକ ଖେଳାଳିଙ୍କ ପାଇଁ ଏକ ଭିନ୍ନ ରଣନୀତି ସହିତ ପ୍ରସ୍ତୁତ ହେବାକୁ ପଡ଼ିବ। ମୁଁ ସେଥିପାଇଁ ପ୍ରସ୍ତୁତ ଅଛି।’

ଲିୟୋନ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଦୁଇଜଣ ଖେଳାଳୀ ପରସ୍ପରଙ୍କୁ ପ୍ରତିଦ୍ବନ୍ଦୀ ମାନନ୍ତି। ସେ କହିଲେକି,’ ଅଶ୍ଵିନୀ ବହୁତ ଭଲ ବୋଲି କରନ୍ତି। ସେ ବିଶ୍ଵସ୍ତରୀୟ ସ୍ପିନର ଅଟନ୍ତି। ଏବଂ ମୁଁ ମଧ୍ୟ ସବୁବେଳେ କହିଅଛି। ସେ ଆମର ବ୍ୟାଟସମେନଙ୍କ ପାଇଁ ସିଧା ଲାଇନରେ ବୋଲି କରନ୍ତି। ଆଶା ଅଛିକି ଆମେ ସିଡିନୀରେ ଭଲ ରଣନୀତି ସହିତ ଅଶ୍ଵିନୀଙ୍କୁ ସାମ୍ନା କରିବୁ ଏବଂ ସଫଳ ହେବୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *