ଜେଜେଙ୍କ ଅନ୍ତିମ ସଂସ୍କାର ସମୟରେ ଘଟିଲା ଭୟଙ୍କର କାଣ୍ଡ,ଚାଲିଗଲା ଲୋକଙ୍କ ଜୀବନ,ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଦିଲ୍ଲୀ ସ୍ଥିତ ଉତ୍ତରପ୍ରଦେଶ ନିକଟସ୍ଥ ଗଜିଆବାଦରେ ଏକ ମଶାଣିରେ ଲେଣ୍ଟର ପଡିଯିବା କାରଣରୁ 16 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଯେବେକି ଏବେ କେତେକ ଲୋକଙ୍କ ଶରୀର ମଧ୍ୟ ତଳେ ଜମି ରହିଥିବାର ଜଣାପଡିଛି ।

ଆପଣଙ୍କୁ ଜଣାଇଦେଉଛୁ କି, କୌଣସି ଏକ ଲୋକର ମୃତ୍ୟୁରେ ତା’ ପରିଜନ ଓ ଲୋକମାନେ ଅନ୍ତିମ ସଂସ୍କାର ପାଇଁ ସେଠାକୁ ଆସିଥିଲେ ଓ ଶବ ସତ୍କାର ହେଉଥିବା ସମୟରେ ଲେଣ୍ଟର ପ୍ରାୟ 12 ଜଣ ଲୋକଙ୍କ ଉପରେ ପଡିଥିଲା ଫଳରେ ସେମାନେ ତଳେ ଚାପି ହୋଇ ରହିଗଲେ ପୋଲିସ ଆସିବା ପୂର୍ବରୁ ସେମାନେ ନିଜର ଦମ ହରାଇ ଦେଇଥିଲେ ।

Google

ଲେଣ୍ଟର ଉପରେ ପଡିବା ଘଟଣା ଶୁଣି ମୁଦାନଗର ପୋଲିସ ଯଥାଶୀଘ୍ର ସେଠାକୁ ଆସିଥିଲା ଓ କ୍ରେନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ମାମଲା ଗମ୍ଭୀରତାକୁ ଦେଖି ଗାଜିଆବାଦ ପ୍ରଶାସନ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋର ସୋରରେ ଚାଲୁ ରଖିବାର ନିର୍ଦ୍ଦେଶ ଦେଇଥିଲେ ।

ଲେଣ୍ଟର ଉଠାଇବା ପରେ ଆଘାତ ହୋଇଥିବା ଲୋକମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେବେନ୍ଦ୍ର ନାମକ ପ୍ରତେକ୍ଷଦର୍ଶୀ ଜଣକ ବତାଇଥିଲେ କି, ତାଙ୍କ ଜେଜେଙ୍କ ଅନ୍ତିମ ସଂସ୍କାର ଚାଲିଥିଲା ଓ ଦୂରରେ ଲୋକମାନେ ଛିଡା ହୋଇ ଦେଖୁଥିଲେ । ଠିକ ସେତେବେଳେ ଏକ ଜୋରରେ ଶବ୍ଦ ଶୁଣାଯାଇଥିଲା ଏବଂ ସମସ୍ତେ ସେଠାକୁ ଦୌଡ଼ି ଦେଖିବାରୁ ଲେଣ୍ଟର ତଳେ ଲୋକ ଜମି ହୋଇରହିଥିଲେ ।

ସେ କହିଥିଲେ କି ଏହି ଘଟଣାରେ ତାଙ୍କ ଦାଦାଙ୍କର ମୃତ୍ୟୁ ହୋଇଗଲା । ଯେବେକି ବଡ଼ ଦାଦାଙ୍କ ପୁଅ ଏବେବି ଲେଣ୍ଟର ତଳେ ଜମି ହୋଇରହିଛି । ଦେବେନ୍ଦ୍ର କହିଥିଲେ କି, ତାଙ୍କ ବାପାଙ୍କ କାନ୍ଧରେ ଆଘାତ ଲାଗିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *