ମ୍ୟାଟ୍ରିକ୍ ପରୀକ୍ଷା: ପ୍ରତ୍ୟେକ ବିଷୟରେ ରହିବ କେବଳ ୮୦ ମାର୍କର ପ୍ରଶ୍ନ, କିନ୍ତୁ…

ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଖୋଲୁଅଛି। ଆସନ୍ତା ମେ’ ୩ ତାରିଖରୁ ସେମାନେ ପରୀକ୍ଷା ଦେବେ। କିନ୍ତୁ ଏଥର ପ୍ରତି ବିଷୟରେ କେବଳ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତିକି, ପ୍ରତ୍ଯେକ ବିଷୟରେ କେବଳ ୮୦ ମାର୍କର ପରୀକ୍ଷା ହେବ। ୫୦ ମାର୍କର ଓଏମଆର ଅବଜେକ୍ଟିଭ ଓ ମାତ୍ର ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷା ଆସିବ। କିନ୍ତୁ ରେଜଲ୍ଟ ସମୟରେ ତାହା ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ ନମ୍ବରରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ, ସେଥିରୁ ଅବଶିଷ୍ଟ ୨୦ ମାର୍କରୁ ହିସାବ କରାଯାଇ ମୋଟ ନମ୍ବର ଦିଆଯିବ।

ପରୀକ୍ଷା ଫଳାଫଳ ଘୋଷଣା ନେଇ ମନ୍ତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତିକି, ବର୍ତ୍ତମାନ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ସ୍କୁଲ ଖୋଲିବା ଓ ପରୀକ୍ଷା କରାଯିବା ଉପରେ ଗୁରୁତ୍ୱପୂର୍ଣ୍ଣ ଦିଆଯିବା ଉଚିତ। ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଯେତେ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିହେବ, ସେଥିପାଇଁ ଆମେ ଚେଷ୍ଟା କରିବୁ।

ଶ୍ରୀ ସମୀର ଦାଶ ଆହୁରି ମଧ୍ୟ କହିଛନ୍ତିକି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ ପର୍ଯ୍ୟାୟ କ୍ରମେ ବିଭାଗ ପକ୍ଷରୁ ସ୍କୁଲ୍ ଖୋଲିବା ଆରମ୍ଭ କରାଯାଇଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯାଊଛି। ୧୦୦ ଦିନର କ୍ଲାସ ହେବ। ଶନିବାର ଓ ରବିବାର ଦିନ ମଧ୍ୟ ପାଠପଢ଼ା ଯିବ। କେବଳ ଉତ୍ସବ ଦିନଗୁଡିକରେ ସ୍କୁଲ୍ ଛୁଟି ରହିବ।

ସେ କହିଛନ୍ତିକି, ଏସ୍‌ଓପିକୁ ମାନି ସ୍କୁଲ ଗୁଡ଼ିକୁ ଖୋଲାଯାଉଛି। ଯେଉଁ ସ୍କୁଲ୍ ଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ଆଦୌ ସୁବିଧା ନାହିଁ, ସେଗୁଡ଼ିକୁ ଖୋଲାଯିବ ନାହିଁ। ପ୍ରଥମେ ଏହି ବ୍ୟବସ୍ଥା କରାଯିବ ଓ ତା’ପରେ ସ୍କୁଲଗୁଡିକୁ ଖୋଲାଯିବ। ସେହିପରି ଗୋଟିଏ ଗୋଟିଏ ଶ୍ରେଣୀରେ କେବଳ ୨୦ ରୁ ୨୫ ଜଣ ପିଲାଙ୍କୁ ବସାଯିବ। ଗୋଟିଏ ଶ୍ରେଣୀରେ ତା’ଠାରୁ ଅଧିକ ପିଲା ଥିଲେ ପିଲାମାନଙ୍କୁ ନେଇ ଦୁଇଟି ସେକ୍ସନ କରାଯିବ। ଅଧିକ ପିଲା ଥିଲେ ତିନୋଟି ସେକ୍ସନ ମଧ୍ୟ କରାଯିବ।

୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ଘୋଷଣା କରିଛନ୍ତି କିନ୍ତୁ ହଷ୍ଟେଲ୍ ଖୋଲିବାକୁ ଅନୁମତି ଦେଇ ନାହାନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ କହିଛନ୍ତିଯେ ପର୍ଯ୍ୟାୟକ୍ରମେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ।

Google

ସୂଚନା ଅନୁସାରେ, ସ୍କୁଲ ଖୋଲିବା ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା କୌଣସି ଶିକ୍ଷକ, ପିଲା ସ୍କୁଲକୁ ଆସି ପାରିବେ ନାହିଁ। ସେହିପରି କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହୋଇଯିବ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲକୁ ଖୋଲିଯାଇ ପାରିବନାହିଁ। ସ୍କୁଲ ବସ୍ ପରିବର୍ତ୍ତେ ଅଭିଭାବକମାନେ ନିଜର ପିଲାମାନଙ୍କୁ ସ୍କୁଲ୍‌ରେ ଛାଡ଼ିବେ। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବନାହିଁ। ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ ନିର୍ଦ୍ଦିଷ୍ଟ ସିଟର ବ୍ୟବସ୍ଥା ମଧ୍ୟ ହେବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଗହଳି ଏଡ଼ାଇବାକୁ ରିସେସ ଟାଇମ୍ ଭିନ୍ନ ଭିନ୍ନ ସମୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *