ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଏହି କ୍ରିକେଟର ମାନେ ମଧ୍ୟ ପ୍ରେମିକାଙ୍କ ସହିତ ନିର୍ବନ୍ଧ କରି କଲେ ନୂତନ ବର୍ଷର ଆରମ୍ଭ,ଜାଣନ୍ତୁ ସେ ଖେଳାଳୀ ମାନେ କିଏ କିଏ ?

ଡାହାଣ ହାତର ତୀବ୍ର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଗତବର୍ଷ ନିଜ ପ୍ରେମିକା ନତାଶାଙ୍କ ସହ ଦୁବାଇରେ ନିର୍ବନ୍ଧ କରିନେଇଥିଲେ। ଏଥିସହିତ ପାଣ୍ଡ୍ୟାଙ୍କ ଭଳି ଇଂଲଣ୍ଡର ତୀବ୍ର ବୋଲର ଷ୍ଟୁଅର୍ଟ ବ୍ରାଉ ମଧ୍ୟ ନୂତନ ବର୍ଷରେ ନିଜ ନିର୍ବନ୍ଧ ବିଷୟରେ ଘୋଷଣା କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ , ଷ୍ଟୁଅର୍ଟ ନିଜ ପ୍ରେମିକା ମୋଲି କିଙ୍ଗଙ୍କ ସହ ଜାନୁଆରୀ ୧ ତାରିଖରେ ନିର୍ବନ୍ଧ କରିଛନ୍ତି। ମୋଲି କିଙ୍ଗ ଜଣେ ପ୍ରସିଦ୍ଧ ଗାୟିକା ଏବଂ ମଡେଲ ଅଟନ୍ତି। ସେମାନେ ଦୁହେଁ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ।

ଇନଷ୍ଟାଗ୍ରାମରେ ଦେଇଛନ୍ତି ସୂଚନା – ଷ୍ଟୁଅର୍ଟ ବ୍ରାଉ

ଇଂଲଣ୍ଡର ପ୍ରସିଦ୍ଧ ବୋଲର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟ ସେୟାର କରି ନିଜର ନିର୍ବନ୍ଧ ବିଷୟକୁ ସାର୍ବଜନୀନ କରିଦେଇଛନ୍ତି। ଯେଉଁଥିରେ ସେ ମୋଲି କିଙ୍ଗଙ୍କୁ ଚୁମ୍ବନ ଦେଉଥିବାର ଏକ ଫୋଟ ସେୟାର କରିଛନ୍ତି। ସେ ଲେଖିଛନ୍ତି , ସବୁଠାରୁ ଭଲ ଉପାୟ ୨୦୨୧ କୁ ଆରମ୍ଭ କରିବାର ମୋଲି କିଙ୍ଗ , ଏହି ଧାରାରେ ମଡେଲ ମୋଲି ସେହି ଫୋଟକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

हार्दिक पंड्या की तरह इस क्रिकेटर ने गर्लफ्रेंड से सगाई कर की नई साल की शुरुआत

ଏହି ପୋଷ୍ଟ ଉପରେ ନିଜର ଖୁସି ବ୍ୟକ୍ତ କରି ମୋଲି ଲେଖିଛନ୍ତି ଯେ , ହଜାରେ ସମୟ ପରେ , ମୋତେ ବର୍ତ୍ତମାନ ମଧ୍ୟ ବିଶ୍ୱାସ ହେଉନାହିଁ , ନୂତନ ବର୍ଷର ସବୁଠାରୁ ଯାଦୁକର ଆରମ୍ଭ , ମୁଁ ଆଉ ଅପେକ୍ଷା କରିପାରୁନାହିଁ , ମୋର ସମସ୍ତ ଜୀବନ ତୁମ ସହ ଅତିବାହିତ କରିବାପାଇଁ ମୁଁ ପ୍ରସ୍ତୁତ ଅଛି। ଉଭୟ ଦମ୍ପତ୍ତିଙ୍କୁ ସୋସିଆଲ ମିଡିଆରେ ଲୋକମାନେ ଅଭିନନ୍ଦନ ଜଣାଉଛନ୍ତି। ଏହାସହ ଏମାନଙ୍କ ଯୋଡିକୁ କ୍ରିକେଟ ପ୍ରଶଂସକ ମାନେ ବହୁତ ପସନ୍ଦ କରୁଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ , ୨୦୧୮ ମସିହାରେ ଷ୍ଟୁଅର୍ଟ ବ୍ରାଉଙ୍କର ପ୍ରଥମ ସାକ୍ଷାତ ମୋଲିଙ୍କ ସହ ହୋଇଥିଲା। କିନ୍ତୁ କିଛିମାସ ପରେ ଦୁହିଁଙ୍କର ବ୍ରେକଅପ ହୋଇ ଯାଇଥିଲା। ଯାହାପରେ ଫେବୃଆରୀ ମାସରେ ଷ୍ଟୁଅର୍ଟ ବ୍ରାଉ ପୁଣିଥରେ ମୋଲିଙ୍କ ସହ ରହିଥିଲେ।

ତେବେ ଉଭୟ ପରସ୍ପର ସହ ଖୁସି ଅଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହିଁଙ୍କର ଯୋଡିକୁ ଇଂଲଣ୍ଡର ପ୍ରସିଦ୍ଧ ଯୋଡି ଭାବରେ ବିବେଚନା କରାଯାଏ।

ଷ୍ଟୁଅର୍ଟ ବ୍ରାଉ ଏହିବର୍ଷ ୫୦୦ ଉଇକେଟ ପୁରା କରିଛନ୍ତି:-

ଇଂଲଣ୍ଡର ଏହି ପ୍ରସିଦ୍ଧ ବୋଲର ଗତବର୍ଷ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭଲ ପ୍ରଦର୍ଶନ କରି ନିଜ କ୍ରିକେଟ କ୍ୟାରିଅରରେ ୫୦୦ ଉଇକେଟର ଯାତ୍ରା ପୁରା କରିନେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ , ଷ୍ଟୁଅର୍ଟ ଇଂଲଣ୍ଡରେ ବିରୋଧୀ ଦଳକୁ ୫୦୦ ଉଇକେଟ ଚଟାଇଥିବା ଦ୍ଵିତୀୟ ବୋଲର ହୋଇଯାଇଛନ୍ତି। ଏହା ପୂର୍ବରୁ ଜେମ୍ସ ଏଣ୍ଡରସନ ଇଂଲଣ୍ଡ ପାଇଁ ୫୦୦ ଉଇକେଟ ନେଇଥିଲେ। ଇଂଲଣ୍ଡ ଦଳ ଶନିବାର ଦିନ ୨ଟି ଟେଷ୍ଟ ଖେଳିବାପାଇଁ ଶ୍ରୀଲଙ୍କା ଗସ୍ତ କରିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *