୨ ମିନିଟରେ ମ୍ୟାଗି ତିଆରି କରିବାପାଇଁ ବ୍ୟକ୍ତି ଜଣକ ପ୍ରେସର କୁକରରେ ପକାଇଲେ ୬ ପ୍ୟାକେଟ ମ୍ୟାଗି , ତା ପରେ ସିଟି ମଧ୍ୟ ଆସିଲା କିନ୍ତୁ ଘର ହୋଇଗଲା ବର୍ବାଦ,ଜାଣନ୍ତୁ ପୁରା ଘଟଣା

ଖାଦ୍ୟ ପ୍ରସ୍ତୁତ କରିବା ଏକ କଳା ଅଟେ। ଏଥିରେ ସଂଯମତା ଏବଂ କୌଶଳ ଆବଶ୍ୟକ। ସାମଗ୍ରୀ ଆପଣଙ୍କ ପାଖରେ ଅଛି କିନ୍ତୁ ଯଦି ତାକୁ ପ୍ରସ୍ତୁତ କରିବାର ଉପାୟ ଆପଣଙ୍କୁ ଜଣାନାହିଁ , ତେବେ ଖାଦ୍ୟ ଠିକ ଭାବରେ ତିଆରି ହେବ ନାହିଁ। ତେବେ ଏଭଳି କିଛି ଖାଦ୍ୟ ରହିଥାଏ , ଯାହା ସ୍ୱାଦିଷ୍ଟ ହେବା ସହ ଶୀଘ୍ର ପ୍ରସ୍ତୁତ ମଧ୍ୟ ହୋଇ ଯାଇଥାଏ। ଏଭଳି ଏକ ଖାଦ୍ୟ ମ୍ୟାଗି ଅଟେ। ମ୍ୟାଗିକୁ ନେଇ ଦାବି କରାଯାଏ ଯେ , ତାହା କେବଳ ଦୁଇ ମିନିଟରେ ପ୍ରସ୍ତୁତ ହୋଇଯାଏ। ଏହା ପ୍ରାୟତଃ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ ଭଲ ଲାଗିଥାଏ। ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯାଏ। କିନ୍ତୁ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ମ୍ୟାଗିକୁ ଆହୁରି ଶୀଘ୍ର ପ୍ରସ୍ତୁତ କରିବାପାଇଁ ଏହାକୁ କୁକର ରେ ଭର୍ତ୍ତି କରି ସିଟି ଲଗାଇ ଦେଇଥିଲେ। ଏହାପରେ ଯାହା ହୋଇଥିଲା , ଯାହା ଭାଇରାଲ ହେଉଛି।

ମ୍ୟାଗିକୁ ପ୍ରତ୍ୟେକ ବୟସ ବର୍ଗର ଲୋକମାନେ ଖାଇବାକୁ ପସନ୍ଦ କରିଥାନ୍ତି। ମ୍ୟାଗି ପ୍ରସିଦ୍ଧ ହେବାର ସବୁଠାରୁ ବଡ଼ କାରଣ ଏହା ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବାର ଥିଲା। ଶୀଘ୍ର ପ୍ରସ୍ତୁତ ହୋଇଯିବା ବୈଶିଷ୍ଟତା ଯୋଗୁଁ ମ୍ୟାଗି ପ୍ରସିଦ୍ଧ ହୋଇଗଲା।

Google

ପୂର୍ବରୁ ଭେଜ ମ୍ୟାଗି , ଚିଜ ମ୍ୟାଗି , ଅଣ୍ଡା ମ୍ୟାଗି ପ୍ରସ୍ତୁତ କରାଯାଉଥିଲା କିନ୍ତୁ ଲକଡାଉନ ସମୟରେ ଏହା ସହିତ ଗବେଷଣା କରିବାର ସମସ୍ତ ସୀମା ଅତିକ୍ରମ କରାଯାଇଥିଲା। ଗତଦିନରେ ଅରେଞ୍ଜ ମ୍ୟାଗି ଠାରୁ ଆରମ୍ଭ କରି କର୍ଡ଼ ମ୍ୟାଗି ପର୍ଯ୍ୟନ୍ତ ଲୋକମାନଙ୍କ ନିକଟରେ ଦେଖିବାକୁ ମିଳିଥିଲା।

ମ୍ୟାଗି ସହ ହେଉଥିବା ଏକ ଗବେଷଣାରେ ଜଣେ ବ୍ୟକ୍ତି ମ୍ୟାଗିକୁ ଆହୁରି ଶୀଘ୍ର ପ୍ରସ୍ତୁତ କରିବାପାଇଁ ତାହାକୁ ପ୍ରେସର କୁକର ରେ ରାନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଗି ଦୁଇ ମିନିଟରେ ପ୍ରସ୍ତୁତ ହୋଇଯାଏ ବୋଲି କୁହାଯାଏ , କିନ୍ତୁ ବାସ୍ତବରେ ଏହା ପ୍ରସ୍ତୁତ ହେବାପାଇଁ ଅଧିକ ସମୟ ଲାଗିଥାଏ।

ଏଭଳି ପରିସ୍ଥିତିରେ ଏହି ବ୍ୟକ୍ତି ଜଣକ ମ୍ୟାଗିର ୬ଟି ପ୍ୟାକେଟକୁ କୁକର ରେ ପକାଇଥିଲେ। ସେ ଏହା ସହ କିଛି ପନିପରିବା ମଧ୍ୟ ପକାଇଥିଲେ। ତାପରେ ଏଥିରେ ପାଣି ମିଶାଇ ସିଟି ଲଗାଇ ଦେଇଥିଲେ। କିନ୍ତୁ ମ୍ୟାଗି ହେବା ପରିବର୍ତ୍ତେ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ହୋଇଗଲା।

ଟ୍ୱିଟରରେ Haki Noodles ନାମରେ ରହିଥିବା ଏହି ବ୍ୟକ୍ତି ଜଣକ ମ୍ୟାଗିକୁ ଶୀଘ୍ର ପ୍ରସ୍ତୁତ କରିବାପାଇଁ ଏହି ଗବେଷଣା କରିଥିଲେ। କିନ୍ତୁ ମ୍ୟାଗି ଶୀଘ୍ର ହେବା ପରିବର୍ତ୍ତେ ପ୍ରେସର କୁକର ରେ ବିସ୍ଫୋରଣ ହୋଇଗଲା ଏବଂ କୁକୁର ଫାଟି ଗଲା।

Haki Noodles ନିଜ ସହ ହୋଇଥିବା ଦୁର୍ଘଟଣାକୁ ଲୋକମାନଙ୍କ ସହ ସେୟାର କରିଛନ୍ତି। ଅନେକ ଲୋକ ଏହି ଗବେଷଣା ପାଇଁ ତାଙ୍କୁ ପରିହାସ କରିଥିଲେ। ଆଉ କିଛି ଲୋକ ଲେଖିଥିଲେ ଯେ , ଯେତେବେଳେ ମ୍ୟାଗି ନିଜେ ବହୁତ ଶୀଘ୍ର ପ୍ରସ୍ତୁତ ହୋଇଯାଉଛି , ତେବେ ତାହାକୁ ଆହୁରି ଏତେ ଶୀଘ୍ର ପ୍ରସ୍ତୁତ କରିବାର କଣ ଆବଶ୍ୟକତା ଥିଲା।

Google

ଏଥିସହିତ ଆଉ କିଛି ଲୋକ ଲେଖିଛନ୍ତି ଯେ , ବୋଧହୁଏ ବ୍ୟକ୍ତି ଜଣକ କୁକର ର ପ୍ରେଶର ବାହାରିବା ପୂର୍ବରୁ ଢ଼ାଙ୍କୁଣୀ ଖୋଲି ଦେଇଥିବେ। ଏଥିପାଇଁ ଦୁର୍ଘଟଣା ହୋଇଥିବ। ଆଗକୁ ମ୍ୟାଗିକୁ ଏଭଳି କୁକୁର ରେ ନ ପ୍ରସ୍ତୁତ କରିବାପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *