ନପୁଂସକ କରିଦେବ କରୋନା ଭ୍ୟାକ୍ସିନ ! ଏହି ଦାବିକୁ DCGI କଲା ଖଣ୍ଡନ,ଜାଣନ୍ତୁ କଣ କହିଲା DCGI

ଦେଶ ଲଗାତାର ଭାବରେ ପ୍ରାୟ 1 ବର୍ଷ କରୋନା ଭାଇରସରେ ପୀଡିତ ହୋଇସାରିଲାଣି । ଆଜି ଦୁଇଟି ସ୍ବଦେଶୀ ଭ୍ୟାକ୍ସିନ ଭାରତରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ରବିବାର ଦିନ ଡ୍ରଗ୍ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ କୋଭିସିଲଡ଼ ଓ ବାୟୋଟେକ କୋଭ୍ୟାକ୍ସିନକୁ ଭାରତରେ ବ୍ୟବହାର ପାଇଁ ମଞ୍ଜୁରୀ ଦେଇସାରିଛନ୍ତି ।

ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ବିଜି ସୋମାନି ଏଠାରେ ସମ୍ବାଦଦାତା ସମ୍ମେଳନରେ କହିଥିଲେ କି, ପର୍ଯ୍ୟାପ୍ତ ଅଧ୍ୟୟନ ପରେ ବିଶେଷଜ୍ଞ ଏହାକୁ ଫଇସଲା ପାଇଁ ସ୍ୱୀକାର କଲେ ଓ ତଦାନୁସାରେ ମେସର୍ସ ସେରମ ଓ ମେସର୍ସ ଭାରତ ବାୟୋଟେକ ଟୀକାକୁ ଉପଯୋଗ ପାଇଁ ସ୍ୱୀକୃତି ପ୍ରଦାନ କରାଯାଉଛି ।

google

110 ପ୍ରତିଶତ ସୁରକ୍ଷିତ ଭ୍ୟାକ୍ସିନ :-

ବିଜି ସୋନାମୀ ଏହାପରେ ଭ୍ୟାକ୍ସିନର ସୁରକ୍ଷାକୁ ନେଇ କହିଥିଲେ, ଯଦି ଏହା ଅସୁରକ୍ଷିତ ହୋଇଥାନ୍ତା ତାହାଲେ ଏହାକୁ ମଞ୍ଜୁରୀ ଦିଆଯାଇ ନଥାନ୍ତା । ଏହା 110 ପ୍ରତିଶତ ସୁରକ୍ଷିତ ବୋଲି ସେ କହିଥିଲେ । ଏହି ଟୀକାରେ ଲୋକମାନେ ନପୁଂସକ ହେବା ଏକ ବକୱାସ କଥା ଅଟେ ।

ଡିସିଜିଆଇ ମୁତାବିକ, ଉଭୟ ଭ୍ୟାକ୍ସିନ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ଓ ଉଭୟଙ୍କୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରାଯିବ । ଏହି ଭ୍ୟାକ୍ସିନର ଦୁଇଟି ଡୋଜ ଇଞ୍ଜେକ୍ସନ ରୂପରେ ଦିଆଯିବ । ଏହି ଦୁଇଟି ଭ୍ୟାକ୍ସିନକୁ 2 ରୁ 8 ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ । ଭାରତରେ ବର୍ତ୍ତମାନ ସୁଧା କରୋନାର 6ଟି ଭ୍ୟାକ୍ସିନ କ୍ଲିନିକାଲି ଟ୍ରାୟଲ କରାଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *