LPG ସିଲିଣ୍ଡରର ମୂଲ୍ୟ ନୁଆଁ ବର୍ଷରୁ ହିଁ ବୃଦ୍ଧି, ଜାଣନ୍ତୁ କେତେ ବଢ଼ିଲା ଦାମ ?

ତୈଳ ମାର୍କେଟିଂ କମ୍ପାନୀଗୁଡିକ ନୁଆଁ ବର୍ଷରୁ ହିଁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି କରିଛନ୍ତି | ଗତ ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡରର ଦାମରେ ପ୍ରାୟ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା |

ତେବେ ଆଜି ଯେଉଁ ବୃଦ୍ଧି କରାଯାଇଛି ତାହା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ହୋଇଛି | ଘରୋଇ ରୋଷେଇ ସିଲିଣ୍ଡରରେ ଆଜି କୌଣସି ପ୍ରକାରର ବୃଦ୍ଧି କରାଯାଇ ନାହିଁ | ଗତ ମାସରେ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଦୁଇଥର ପ୍ରାୟ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

Google

କେତେ ବଢିଛି ଦାମ :-

ଇଣ୍ଡିଆନ ଅଏଲ ଅନୁଯାୟୀ ଜାନୁଆରୀ ୧ ରୁ ୧୯ କିଲୋ ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୩୪୯ ଟଙ୍କାକୁ ବୃଦ୍ଧି ପାଇଛି | ଏହାପୂର୍ବରୁ ଡିସେମ୍ବର ୧୫ତାରିଖରେ ଏହି ମୂଲ୍ୟ ୧୩୩୨ ଟଙ୍କା ଥିଲା | ଅର୍ଥାତ ପ୍ରତି ସିଲିଣ୍ଡର ପିଛା ୧୭ ଟଙ୍କା ବୃଦ୍ଧି କରାଯାଇଛି | କୋଲକାତାରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୪୧୦ ଟଙ୍କା, ଚେନ୍ନାଇରେ ୧୪୬୩.୫୦ ଟଙ୍କା ଏବଂ ମୁମ୍ବାଇରେ ୧୨୮୦.୫୦ ଟଙ୍କା ହୋଇଯାଇଛି |

ଗତ ମାସରେ ମଧ୍ୟ ବଢିଥିଲା ଗ୍ୟାସର ମୂଲ୍ୟ :-

ଗତ ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରାଯାଇଥିଲା | ଘରୋଇ ଏଲପିଜିର ମୂଲ୍ୟରେ ଦୁଇଥର ପ୍ରାୟ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, ଯାହା ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୬୯୪ ଟଙ୍କା ହୋଇଯାଇଛି | ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ସିଲିଣ୍ଡରର ମୂଲ୍ୟରେ ୧୮ ଟଙ୍କା ବୃଦ୍ଧି କରାଯାଇଛି |

୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରର ଦାମରେ ୩୬.୫୦ ଟଙ୍କା ବୃଦ୍ଧି କରାଯାଇଥିଲା | ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରିଥାନ୍ତି | ପ୍ରତ୍ୟେକ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ ଏବଂ ସେହି ଅନୁସାରେ ଏଲପିଜି ଦାମରେ ଅନ୍ତର ହୋଇଥାଏ |

Google

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନରୁ ଆରାମ ମିଳିଛି | ଶୁକ୍ରବାର ଦିନ ଲଗାତାର ୨୫ଦିନ ପେଟ୍ରୋଲ ଏବଂ ଡିଜେଲର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *