ବଡ ଖବର : ରାଜ୍ୟରେ ଆଜିଠୁ ଡବଲ ହେଲମେଟ ବାଧ୍ୟତାମୂଳକ, ଆଜିଠାରୁ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ପିନ୍ଧିବେ ଡବଲ, ନ ପିନ୍ଧିଲେ ଦେବେ ଫାଇନ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ବାଇକ୍‌ ଚାଳକ ସାବଧାନ। ନୂଆବର୍ଷର ପ୍ରଥମ ସକାଳ ଠାରୁ ଡବଲ ହେଲମେଟ୍‌ ବାଧ୍ୟତାମୂଳକ। ଡ୍ରାଇଭର ସହିତ ପିଲିଅନ୍ ହୋଇଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ନୂଆ ନିୟମ ଲାଗୁ ହେବ ଏହା ସହ ଅମାନିଆଙ୍କ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ବନ୍ଧରେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତିକି, ବାଇକ୍‌ ପଛରେ ବସି ଯାଉଥିବା ବ୍ୟକ୍ତି ଅର୍ଥାତ୍ ପିଲିଅନ୍‌ ରାଇଡର୍‌ ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ଅଟେ। ହେଲମେଟ୍‌ ନ ପିନ୍ଧି ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ଵାରା ଅଧିକାଂଶ ସମୟରେ ଅନେକ ଲୋକଙ୍କର ଦୁର୍ଘଟଣା ଘଟି ଜୀବନହାନୀ ଘଟୁଛି। ସେଥିପାଇଁ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍‌ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Google

କୌଣସି ବାଇକ୍ ଚାଳକ ଯଦି ହେଲମେଟ୍ ପିନ୍ଧି ନଥିବେ, ତେବେ ଚେକିଂ ସମୟରେ ଗାଡ଼ିର ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯିବ। ଦୁର୍ଘଟଣାର ହାରକୁ କମାଇବା ପାଇଁ ନୂଆବର୍ଷରେ ଏହିଭଳି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉଛି। ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି କିମ୍ବା ପିଲିଆନ ରାଇଡର ହେଲମେଟ୍ ପିନ୍ଧିବା ଦ୍ବାରା ରାଜ୍ୟରେ ଦୁର୍ଘଟଣା ପ୍ରତିଶତ କମିପାରିବ।

ସୁପ୍ରିମକୋର୍ଟଙ୍କ ରୋଡ୍ ସେଫଟି କମିଟିର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରତିଶତକୁ କମ କରିବା ପାଇଁ ଏଭଳି ଭାବରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *