ନୂଆବର୍ଷର ସ୍ୱାଗତ କଲା ସାରା ଦୁନିଆ, ନାଇଟ କର୍ଫ୍ୟୁ ଭିତରେ 2021 କୁ ସ୍ୱାଗତ କରାଗଲା,ଜାଣନ୍ତୁ କେଉଁଠି କେମିତି ସ୍ୱାଗତ କରାଗଲା ୨୦୨୧କୁ

ଆଶା ନିରାଶା ଓ କରୋନା ସଙ୍କଟ ମଧ୍ୟରେ ନୂଆବର୍ଷ ପାଳନ ହୋଇଯାଇଛି । ନୂଆବର୍ଷର ପାଳନ ସର୍ବପ୍ରଥମେ ନ୍ୟୁଜିଲାଣ୍ଡରୁ ଆରମ୍ଭ ହୋଇ ଏବେ ସାରା ଭାରତରେ ପାଳନ ଆରମ୍ଭ ହୋଇଯାଇଛି । କରୋନା କାଳ ମଧ୍ୟରେ ଲୋକମାନେ ନିଜ ଘରେ ରହି ପାଳନ କରୁଛନ୍ତି । ଅଧିକତର ସ୍ଥାନରେ ନାଇଟ କର୍ଫ୍ୟୁ ଲାଗିଛି ।

କରୋନା ଗାଇଡ଼ଲାଇନ୍ସ ଓ ପ୍ରୋଟୋକଲ ମଧ୍ୟରେ ନୂଆବର୍ଷର ସ୍ୱାଗତରେ ଲୋକଙ୍କର ଉତ୍ସାହ କମ ହୋଇନାହିଁ । ଦିଲ୍ଲୀ-ଏନସିଆରରେ ନାଇଟ କର୍ଫ୍ୟୁ ସହିତ ଏଠାରେ ନୂଆବର୍ଷ ସେଲିବ୍ରେସନ ହୋଇଛି । ଦିଲ୍ଲୀ ଓ ମୁମ୍ବାଇର ବଡ଼ ବଡ଼ ଅଫିସ ମାନଙ୍କରେ ଲାଇଟିଂ ଜରିଆରେ ସେଲିବ୍ରେସନ ଆରମ୍ଭ ହୋଇଛି। ଦିଲ୍ଲୀ ର ଦକ୍ଷିଣ ଭାଗ ଓ ଉତ୍ତର ଭାଗ ସଜାଯାଇଛି।

Google

ଦିଲ୍ଲୀର ପ୍ରତିଷ୍ଠିତ ଅଫିସରେ ଲାଇଟିଂ କରାଯାଇଛି । ସର୍ବପ୍ରଥମେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ରାତି 12.00 ସମୟରେ ଏହି ନୂଆବର୍ଷ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ସେହି ସମୟରେ ଭାରତୀୟ ସମୟ ଗୁରୁବାର ସନ୍ଧ୍ୟା 4.30 ମିନିଟ ହୋଇଥିଲା ।

ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆରେ ମଧ୍ୟ ଭାରତୀୟ ସମୟ ସନ୍ଧ୍ୟା 6 ଘଟିକା ସମୟରେ ନୂଆବର୍ଷ ପାଳନ ହୋଇଥିଲା। ପ୍ରସିଦ୍ଧ ଅଷ୍ଟ୍ରେଲିଆର ସିଡନୀ ହର୍ବାର ଠାରେ ଏହା ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ରରେ ପ୍ରତିବନ୍ଧକ :-

ନୂଆବର୍ଷ ପାଳନକୁ ନେଇ ମହାରାଷ୍ଟ୍ର ସରକାର ମହାରାଷ୍ଟ୍ରରେ 22 ଡିସେମ୍ବର ରୁ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଏହି କର୍ଫ୍ୟୁ ରାତି 11 ଘଟିକାରୁ ସକାଳ 6 ଘଟିକା ପର୍ଯ୍ୟନ୍ତ ରହିବ । ଏଥିପାଇଁ ସେଠାରେ ନୂଆବର୍ଷ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ପାର୍ଟିର ଆୟୋଜକଙ୍କୁ କରୋନା ପ୍ରୋଟକଲ ପାଳନ କରି ଜାଗା ଜାଗା ମାନଙ୍କରେ 100 ରୁ ଅଧିକ ଲୋକ ରୁଣ୍ଡ ନହେବାକୁ କୁହାଯାଇଛି । ଏହାସହ ହିମାଚଳ ପ୍ରଦେଶର 5 ଜିଲ୍ଲାରେ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଇ ଦିଆଯାଇଛି ।

ତାମିଲନାଡୁ ସରକାର ବିଭିନ୍ନ ରେଷ୍ଟୁରାଣ୍ଟ, ରିସର୍ଟରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଡ଼ିସେମ୍ବର 31 ତାରିଖରୁ ଜାନୁଆରୀ 1 ପର୍ଯ୍ୟନ୍ତ ରଖାଯାଇଛି । ସେହିପରି ଅହମ୍ମଦାବାଦର ପୋଲିସ କହିଛି କି, ଡ଼ିସେମ୍ବର 31 ତାରିଖ ରାତି 9 ଘଟିକା ପରଠାରୁ ଯିଏ ଘରୁ ବାହାରିବ ତାଙ୍କୁ ଜେଲ ପଠାଦିଆଯିବ ।

Google

ପଞ୍ଜାବରେ ରାତି 10 ଘଟିକାରୁ ସକାଳ 5 ଘଟିକା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଯିବ । ରାଜସ୍ଥାନ ସରକାର ଡିସେମ୍ବର 31 ରାତି 10 ଘଟିକାରୁ ଜାନୁଆରୀ 1 ତାରିଖ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *