ମହେନ୍ଦ୍ର ସିଂହ ଧୋନୀଙ୍କୁ ପୂର୍ବରୁ ଜଣାଥିଲା ଯୁବରାଜ ସିଂହଙ୍କୁ କ୍ୟାନ୍ସର ହେବ କଥା , ଏକ ଟିଭି ଶୋରେ କହିଥିଲେ,କି ପରି ଭାବରେ ଲୁଚାଯାଇଥିଲା ଏହି ଯନ୍ତ୍ରଣାକୁ,ଜାଣନ୍ତୁ ପୁରା ସୂଚନା

ଭାରତୀୟ ଦଳ ୨୦୨୧ ମସିହାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ୨୮ ବର୍ଷ ପରେ ଦିନିକିଆ ବିଶ୍ୱ କପ ଜିତିଥିଲା। ଭାରତର ବିଶ୍ୱ କପ ଜିତିବାରେ ଯୁବରାଜ ସିଂହଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବରେ ମଧ୍ୟ ମନୋନୀତ ହୋଇଥିଲେ। ସେ ସେହି ବିଶ୍ୱ କପରେ ଚାରିଥର ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ। ଏହି ବିଶ୍ୱକପ ପରେ ଯୁବରାଜଙ୍କୁ କର୍କଟ ହେବାର କଥା ଜଣାପଡିଥିଲା। ତାଙ୍କୁ ମିଡ଼ିଆଷ୍ଟିନଲ ସେମିନୋମା ନାମକ ଦୁର୍ଲଭ କର୍କଟ ହୋଇଥିଲା। ତେବେ ଯୁବରାଜ ସିଂହଙ୍କ ପୂର୍ବରୁ ଏହି ମାରାତ୍ମକ ରୋଗ ବିଷୟରେ ଯଦି କାହାକୁ ଜଣା ଥିଲା ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ।

ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଯୁବରାଜ ସିଂହଙ୍କର ପୁସ୍ତକ ‘ଦ ଟେଷ୍ଟ ଅଫ ମାଇ ଲାଇଫ’ ର ଲଞ୍ଚ ଅବସରରେ ମହେନ୍ଦ୍ର ସିଂହ ଧୋନୀ ଏହି କଥା ପ୍ରକାଶ କରିଥିଲେ। ଧୋନୀ ପ୍ରଥମଥର ପାଇଁ କହିଥିଲେ ଯେ , ଯୁବରାଜ ସିଂହଙ୍କ ପୂର୍ବରୁ ସେ ସେହି ରିପୋର୍ଟ ପଢି ନେଇଥିଲେ , ଯେଉଁଥିରେ ତାଙ୍କ କର୍କଟ ବିଷୟରେ ପ୍ରଥମଥର ପାଇଁ ଉଲ୍ଲେଖ କରାଯାଇଥିଲା। ଧୋନୀଙ୍କୁ ବହୁତ ପୂର୍ବରୁ ଜଣା ପଡିଯାଇଥିଲା ବୋଲି ସେ କହିଥିଲେ। ତାଙ୍କୁ ଜଣାନାହିଁ ଯେ , ଯୁବରାଜଙ୍କୁ ମଧ୍ୟ ଏ ବିଷୟରେ ଜଣାଥିବ , କିନ୍ତୁ ତାଙ୍କ ପାଇଁ ଏହା ଏକ ଆଘାତ ଭଳି ଥିଲା। ଯେଉଁ ବ୍ୟକ୍ତି ଜଣକ ଯୁବରାଜଙ୍କୁ କର୍କଟ ହେବାର କଥା କହିଥିଲେ , ତାଙ୍କୁ ଧୋନୀ ପଚାରିଥିଲେ କଣ ଏହା ସତ୍ୟ ଅଟେ।

Google

ଧୋନୀ ଆଗକୁ କହିଥିଲେ ଯେ , ସେହି ବ୍ୟକ୍ତି ଜଣକ ତାଙ୍କୁ ଏହା ରିପୋର୍ଟରେ ଲେଖା ଅଛି ବୋଲି କହିଥିଲେ। ଏହା ତାଙ୍କ ପାଇଁ ଏକ ଆଘାତ ଭଳି ଥିଲା। କିନ୍ତୁ ତାଙ୍କୁ ଜଣାଥିଲା ଯେ , ଯୁବରାଜ ଅତ୍ୟନ୍ତ ଦୃଢ଼ ବ୍ୟକ୍ତି ଅଟନ୍ତି। ଧୋନୀ କହିଥିଲେ ଯେ , ସେ କେଉଁଭଳି ଭାବରେ ନିଜର ଯନ୍ତ୍ରଣାକୁ ଲୁଚାଇଥିଲେ। ସେହି କଥା କହି ଧୋନୀଙ୍କର ଗଳା ଥରି ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧୋନୀ ଯୁବରାଜ ସିଂହଙ୍କ ସହ ତାଙ୍କ ବନ୍ଧୁତାର ଆରମ୍ଭର କାହାଣୀ ବିଷୟରେ ମଧ୍ୟ କହିଥିଲେ।

ଧୋନୀ କହିଥିଲେ ଯେ , ଏକଦା ଯୁବରାଜ ରାଗି ଯାଇଥିଲେ। ସେହି ସମୟରେ ମୁଁ ତାଙ୍କୁ ପଚାରିଥିଲି ଯେ , ଯୁବା ଆପଣ ଯେତେବେଳେ ରାଗି ଯାଆନ୍ତି , ସେତେବେଳେ ସଠିକ ଭାବରେ ରାଗିଯାଆନ୍ତି , କାହିଁକି ? ଯୁବରାଜ ଏହାପରେ କହିଥିଲେ ଯେ , ଆରେ ବିହାରୀ , ମୁଁ ମଜା କରୁଥିଲି , ଏହାକୁ ଗମ୍ଭୀରତାର ସହ ନେବ ନାହିଁ। ଏହାପରେ ଧୋନୀ କହିଥିଲେ ଯେ , ଯଦି ଆପଣ ସତରେ କେବେ ମୋ ଉପରେ ରାଗିଯାଆନ୍ତି , ତାପରେ ମଧ୍ୟ ମୁଁ ଗମ୍ଭୀରତାର ସହ ନେବିନାହିଁ। ଧୋନୀ ଆହୁରିମଧ୍ୟ କହିଥିଲେ ଯେ , ପୂର୍ବରୁ ସେ ଯୁବରାଜ ସିଂହଙ୍କ କଥାରେ ଭୟଭୀତ ହୋଇ ଯାଉଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *