ହୋମ ଲୋନର ସୁଧ ଉପରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଚାହୁଁଛନ୍ତି କି?ତେବେ ଜଲଦି ଆବେଦନ କରନ୍ତୁ,ଆଉ ସମୟ ରହିଲା ୩ ମାସ,ଜାଣନ୍ତୁ ପୁରା ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେନ୍ଦ୍ର ସରକାର ହୋମ ଲୋନର ସୁଧ ଉପରେ ୨.୬୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଅଫର କରିଥାଏ | ଏ ପର୍ଯ୍ୟନ୍ତ କୋଟି କୋଟି ଲୋକ ଏହି ଯୋଜନା ଦ୍ୱାରା ନିଜ ଘରର ସ୍ୱପ୍ନକୁ ପୁରା କରିଛନ୍ତି | ଏହି କ୍ରେଡିଟ ଲିଙ୍କ ସବ୍ସିଡି ସ୍କିମ ଅନୁଯାୟୀ ଭିନ୍ନ ଭିନ୍ନ ସବ୍ସିଡି ଅଫର କରାଯାଇଥାଏ | ଏହି ଯୋଜନା ସେମାନଙ୍କ ପାଇଁ ଲାଭଜନକ ଅଟେ, ଯେଉଁ ଲୋକ ନିଜ ଘରର ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ ନିଜ ଆର୍ଥିକ ପରସ୍ଥିତି କାରଣରୁ ଏହାକୁ ପୁରା କରିପାରି ନଥାନ୍ତି |

ନୁଆଁ ଘର କିମ୍ବା ଫ୍ଲାଟ ନେବାକୁ ପ୍ଲାନିଙ୍ଗ କରିବାକୁ ଚାହୁନତିଲେ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ | ତେବେ ଏହି ଯୋଜନା ମାର୍ଚ୍ଚ ୩୧ ତାରିଖ ୨୦୨୧ପର୍ଯ୍ୟନ୍ତ ଲାଗୁ ହେବ ଏବଂ ଆବେଦନ କରିବାପାଇଁ ବର୍ତ୍ତମାନ ଆପଣଙ୍କ ପାଖରେ ୩ ମାସ ସମୟ ରହିଛି | ଧ୍ୟାନ ରଖନ୍ତୁ ସେହି ଲୋକମାନେ, ଯେଉଁମାନେ କି ପ୍ରଥମ ଥର ଘର କିମ୍ବା ଫ୍ଲାଟ କିଣୁଛନ୍ତି କିମ୍ବା ନିର୍ମାଣ କରୁଛନ୍ତି, ସେମାନଙ୍କୁ ହିଁ ଏହି ସବ୍ସିଡିର ଫାଇଦା ମିଳିଥାଏ |

Google

ଯେ କେହି ଲୋକଙ୍କୁ ଏହି ସ୍କିମ ଅନୁଯାୟୀ ଫାଇଦା ମିଳିନଥାଏ | ଯୋଜନାର ସର୍ତ୍ତ ଅନୁଯାୟୀ ଆବେଦନ କରୁଥିବା ବ୍ୟକ୍ତି ପାଖରେ ପୂର୍ବରୁ ପକ୍କା ଘର ନଥିବା ଉଚିତ, ଏହାସହିତ ଆବେଦନକର୍ତ୍ତା ଅନ୍ୟ କୌଣସି ସରକାରୀ ଆବାସ ଯୋଜନାର ଲାଭ ଉଠାଇନଥିବେ |

ଏହି ଯୋଜନା ଅଧୀନରେ ମାଧ୍ୟମ ଆୟ ବର୍ଗ, ଦୁର୍ବଳ ଆୟ ବର୍ଗ ଏବଂ ଆର୍ଥିକ ପଛୁଆ ବର୍ଗର ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଥାଏ | ଯଦି ଆପଣ ହୋମ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସ୍କିମ ଅନୁଯାୟୀ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରି ସବ୍ସିଡି ନିମନ୍ତେ ଦାବି କରିପାରିବେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *