କରୋନା ଭୁତାଣୁ ଉପରେ ଖୋଲିଲା ଚାଇନାର ରହସ୍ୟ , ପୃଥିବୀ ସାମ୍ନାକୁ ଆସିଲା ୱହାନ ସହରର ଏହି ବାସ୍ତବତା,ଜାଣନ୍ତୁ ପୁରା ଖବର

କରୋନା ଭୁତାଣୁ ଚୀନର ୱହାନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ବ୍ୟାପିବାକୁ ଲାଗିଥିଲା ବୋଲି ବିଶ୍ୱାସ କରାଯାଏ। ଅନେକ ଅଧ୍ୟୟନରେ ଏହି କଥାର ସ୍ପଷ୍ଟୀକରଣ ହୋଇସାରିଛି। ୱହାନର ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ , ରବିବାର ପର୍ଯ୍ୟନ୍ତ ଏହି ସହରରେ ମୋଟ ୫୦,୩୫୪ ମାମଲା ସାମ୍ନାକୁ ଆସି ସାରିଥିବାବେଳେ ଚୀନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନର ଏକ ଅଧ୍ୟୟନ ଅନୁଯାୟୀ , ୱହାନର ପ୍ରାୟତଃ ୫ ଲକ୍ଷ ଲୋକ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଏହି ଆକଳନ ଏଠାକାର ସରକାରୀ ଆକଳନ ଠାରୁ ୧୦ ଗୁଣା ଅଧିକ ଅଟେ। ଏହି ଅଧ୍ୟୟନରେ ୩୪,୦୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରା ଯାଇଥିଲା।

ବାସ୍ତବରେ ଏହି ଅଧ୍ୟୟନ କରୋନା ସଂକ୍ରମଣର ହାର ଅନୁମାନ କରିବାପାଇଁ କରାଯାଇଥିଲା , ଯେଉଁଥିରେ ୱହାନ ବ୍ୟତୀତ ଶଂଘାଇ , ବିଜିଙ୍ଗ , ହୁବେଇ , ଗୁଆଙ୍ଗଡୋଙ୍ଗ , ଜିଆଙ୍ଗସୁ , ସିଚୁଆନ ଏବଂ ଲିଓନିଙ୍ଗ ଅଞ୍ଚଳର ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରା ଯାଇଥିଲା। ଏଥିରେ ଲୋକମାନଙ୍କର ରକ୍ତର ନମୁନା ପରୀକ୍ଷା କରାଯାଇଥିଲା ଏବଂ ଏଣ୍ଟିବଡିଜ ମାନଙ୍କୁ ସନ୍ଧାନ କରାଯାଇଥିଲା। ବାସ୍ତବରେ , କୌଣସି ବ୍ୟକ୍ତିଙ୍କ ଶରୀରରେ ଏଣ୍ଟିବଡିଜ ମିଳିବାର ଅର୍ଥ ଏହା ଯେ , ସେହି ବ୍ୟକ୍ତି କେବେ ନା କେବେ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ତାହାର ରୋଗପ୍ରତିରୋଧକ ପ୍ରଣାଳୀ ସେହି ଭୁତାଣୁର ମୁକାବିଲା କରିବାପାଇଁ ଏଣ୍ଟିବଡିଜ ପ୍ରସ୍ତୁତ କରିଛି।

Google

ରିପୋର୍ଟ ଅନୁଯାୟୀ , ୱହାନର ଜନସଂଖ୍ୟା ୧୧ ମିଲିଅନ ଅର୍ଥାତ ୧ କୋଟି ୧୦ ଲକ୍ଷ ଅଟେ। ଅଧ୍ୟୟନ ସମୟରେ ଅନୁସନ୍ଧାନକାରୀ ମାନେ ପାଇଥିଲେ ଯେ , ଏଠାରେ ୪.୪ ପ୍ରତିଶତ ଲୋକମାନଙ୍କ ମଧ୍ୟରେ କରୋନା ବିରୁଦ୍ଧରେ ବିଶିଷ୍ଟ ଏଣ୍ଟିବଡିଜ ରହିଥିବାବେଳେ ସରକାରୀ ଆକଳନ ଆଉ କିଛି କହୁଛି। CDC ଅନୁଯାୟୀ , ଚୀନରେ କରୋନାର ପ୍ରଥମ ପର୍ଯ୍ୟାୟର ଏକ ମାସ ପରେ ଏହି ଅଧ୍ୟୟନ କରାଯାଇଥିଲା।

ୱହାନର ବାହାରେ କରୋନାର ସଂକ୍ରମଣ ପ୍ରସାର ହେବାର ହାର ଅତ୍ୟନ୍ତ କମ ହୋଇଛି ବୋଲି ଅଧ୍ୟୟନରୁ ଜଣାପଡିଛି। ହୁବେଇ ପ୍ରଦେଶର ଦ୍ଵିତୀୟ ସହରରେ କରାଯାଇଥିବା ସର୍ଭେରେ ପ୍ରାୟତଃ ୦.୪୪ ପ୍ରତିଶତ ଲୋକମାନଙ୍କ ମଧ୍ୟରେ କରୋନାର ଏଣ୍ଟିବଡିଜ ମିଳିଛି। ଏଥିସହିତ ଏହି ପ୍ରଦେଶର ବାହାରେ କରାଯାଇଥିବା ସର୍ଭେରେ ୧୨,୦୦୦ ରୁ ଅଧିକ ଲୋକମାନଙ୍କ ମଧ୍ୟରୁ କେବଳ ୨ ଜଣ ଲୋକଙ୍କ ମଧ୍ୟରେ ଏଣ୍ଟିବଡିଜ ମିଳିଛି। ଏହି ପରିଣାମରୁ ଜଣାପଡୁଛି ଯେ , ଚୀନର ୱହାନ ସହର ଏପର୍ଯ୍ୟନ୍ତ କରୋନା କବଳରେ ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *