୧୬ ବର୍ଷର ବାଳକ ନିଜକୁ ବାବା କହୁଥିଲା, ପିଲାର ହତ୍ୟା ପରେ କାନ କାଟି ଦେଇଥିଲା,ଜାଣନ୍ତୁ ପୁରା ଖବର

16 ବର୍ଷର ବାଳକ ଦଶମ ଶ୍ରେଣୀ ପାଠ ପଢା ଛାଡି ନିଜକୁ ବାବା କହୁଥିଲା ଓ ତନ୍ତ୍ର-ମନ୍ତ୍ର ଶିକ୍ଷା ନେଉଥିଲା । ସେହି ନାବାଳକ ଏକ 11 ବର୍ଷ ପିଲାର ହତ୍ୟା କରିଦେଇଥିଲା । ଏହି ଘଟଣା ରାଜସ୍ଥାନର ଅଲବର ଜିଲ୍ଲାରେ ଦେଖିବାକୁ ମିଳିଛି ।

ଅଲବର ର ମାଲାଖେଡାରେ ହୋଇଥିବା ଏହି ହତ୍ୟାକାଣ୍ଡର ଖୁଲାସା ପୋଲିସ କରି ଆରୋପୀ ନାବାଳକକୁ ଗିରଫ କରିଥିଲା । ସେହି 16 ବର୍ଷର ନାବାଳକ ଦଶମ ପରେ ପାଠ ପଢିବା ଛାଡ଼ିଦେଇ ତନ୍ତ୍ର ବିଦ୍ୟା ଶିକ୍ଷା ନେଉଥିଲା ଓ ନିଜକୁ ମହାରାଜା କହୁଥିଲା ।

ମୃତକର ଘର ପାଖରେ ଏକ ତନ୍ତ୍ର ସଦୃଶ କରିଥିବାର ଦେଖାଗଲା । ପୂରା ମାମଲାରେ ନରବଳୀ ଭଳି କଥାକୁ ବାରଣ କରାଯାଉଛି ଏବଂ କୁହାଯାଉଛି କୌଣସି ପ୍ରକାରର ନରବଳୀ ଏହାନୁହେଁ । ମୃତକ ଆରୋପୀକୁ ବାରମ୍ବାର ମହାରାଜା କହି ଚିଡାଉଥିଲା ।

Google

ପୋଲିସ ଅଧିକ୍ଷକ ତେଜସ୍ୱିନୀ କହିଛନ୍ତି, ମୃତକ ଆରୋପୀ ସହିତ ସେଦିନ ସୋରିଷ କ୍ଷେତକୁ ଯାଇଥିଲା ଓ ସେଠାରେ ଆରୋପୀ ମୃତକକୁ ତଣ୍ଟି ଚିପି ମାରିଦେଇଥିଲା ଓ ସେଠାରେ ପକାଇଦେଇଥିଲା । ଶବ କ୍ଷେତରେ ପଡିଥିବା କଥା ଆରୋପୀ ସେହି ସମୟରେ ଦେଲା ଯେତେବେଳେ ଗ୍ରାମର ଲୋକ ତାଙ୍କ ପାଖକୁ ଆସିଥିଲେ ଓ କହିଲେ ବାବା ପିଲାଟି କେଉଁଠି ଅଛି ?

ପ୍ରଥମେ ଆରୋପୀ ଅଭିନୟ କରିଥିଲେ କିନ୍ତୁ ତାକୁ ଜଣାଥିଲା ସେ ମାରିକି ଶବ ସେଠାରେ ପକାଇଦେଇଛି । ଗ୍ରାମ ଲୋକ ପଚାରିବାରୁ ସେ ଦିଗ ସମ୍ଵନ୍ଧରେ କହିଲା ଓ ପରେ ସଠିକ ଲୋକେସନ କହିଥିଲା । କାହିଁକି ନା ଏହିପରି କରିବାଦ୍ୱାରା ଲୋକମାନେ ବିଶ୍ୱାସ କରିବେ କି, ତା’ପାଖରେ କିଛି ଶକ୍ତି ଅଛି।

ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ନେବାପରେ ଜଣାପଡିଲା କୌଣସି ଜଣେ ପିଲାଟିର ତଣ୍ଟି ଜୋରରେ ଚିପି ଧରିଥିଲା ଓ ଦମ ହରିବାରୁ ପିଲାଟିର ମୃତ୍ୟୁ ହୋଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *