ପୂର୍ବ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦିନଙ୍କ କାର ପଶିଗଲା ଢ଼ାବାରେ,ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ,ଜାଣନ୍ତୁ ପୁରା ଖବର

ପୂର୍ବ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦିନଙ୍କ କାର ଢ଼ାବା ଭିତରେ ପଶିଗଲା ଓ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲେ । ସୂଚନା ଅନୁସାରେ, ଏହି ଦୁର୍ଘଟଣା କଲାସୋଟ କୋଟା ମେଗା ହାଇୱେରେ ସୁରବାଲ ଥାନା ପାଖରେ ହୋଇଥିଲା । ମହମ୍ମଦ ଆଝାରୁଦିନ ନିଜର ପରିବାର ସହିତ ରଣଥଭୌର ଆସୁଥିଲେ । ସେବେ ଏହି ଘଟଣା ଘଟିଥିଲା, ଏହିସମୟରେ କାର କଣ୍ଟ୍ରୋଲ ବାହାରକୁ ଚାଲିଯାଇଥିଲା ଓ ଢ଼ାବା ଭିତରକୁ ପଶିଯାଇଥିଲା । ସେଠାରେ କାମ କରୁଥିବା ଜଣେ ଯୁବକ ଘାୟଲ ହୋଇଯାଇଥିଲା ।

Google

ଘଟଣା ପରେ ସେଠାରେ ଲୋକଙ୍କ ଭିଡ଼ ଲାଗିଯାଇଥିଲା କିନ୍ତୁ ଯେତେବେଳେ ଏହା ଜଣାପଡିଥିଲା କାର ଭିତରେ ଆଝାରୁଦ୍ଦିନ ଥିଲେ ସେତେବେଳେ ସମସ୍ତେ ବିଚଳିତ ହୋଇଯାଇଥିଲେ । ଘାୟଲ ହୋଇଥିବା ଯୁବକକୁ ହସ୍ପିଟାଲ ଚିକିତ୍ସା ପାଇଁ ପଠାଯାଇଥିଲା । ସୂଚନାରୁ ଜଣାପଡିଲା ମହମ୍ମଦ ଆଝାରୁଦ୍ଦିନ ପରିବାର ସହିତ ଛୁଟି ମନାଇବା ପାଇଁ ରଣଥଭୌର ଯାଉଥିଲେ।

Google

ଆଝାରୁଦ୍ଦିନଙ୍କ ସହିତ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ହାଲକା ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଅନ୍ୟ ଗାଡ଼ିରେ ପରିବାର ସହିତ ହୋଟେଲ ପହଞ୍ଚାଇ ଦିଆଗଲା । ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଆଝାରୁଦ୍ଦିନ ପୂର୍ବ ସପ୍ତାହରେ ଅହମ୍ମଦାବାଦରେ ଥିଲେ ।ଯେଉଁଠାରେ ବିସିସିଆଇର ବାର୍ଷିକ ସଭା ବୈଠକରେ ଭାଗ ନେଇଥିଲେ ।

ଏହି ବୈଠକ ପୂର୍ବରୁ ସର୍ଦାର ବଲ୍ଲବଭାଇ ପଟେଲ ଷ୍ଟାଡିୟମରେ ଏକ ଫ୍ରେଣ୍ଡଲି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ଜୟ ଶାହ ସେକ୍ରେଟାରୀ ଇଲେଭେନ ତରଫରୁ ଆଝାରୁଦ୍ଦିନ 37 ରନର ପାଳି ଖେଳିଥିଲେ । ଏହି ମ୍ୟାଚରେ ସେକ୍ରେଟାରୀ ଇଲେଭେନ ଗାଙ୍ଗୁଲିଙ୍କ ପ୍ରେସିଡେଣ୍ଟ ଇଲେଭେନକୁ 28 ରନରେ ହରାଇଥିଲେ । ଭାରତ ପାଇଁ ଆଝାର 99 ଟେଷ୍ଟ ମ୍ୟାଚରୁ 6215 ରନ କରିଥିଲେ ଓ ଏଥିରେ ସେ ସର୍ବଶ୍ରେଷ୍ଠ 199 ରନ କରିଥିଲେ । ଏହାବ୍ୟତୀତ 334 ଦିନିକିଆରୁ ସେ 36.92 ହାରରେ 9378 ରନ ବନାଇଥିଲେ ଏବଂ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର 153 ରନ ଥିଲା।

Leave a Reply

Your email address will not be published. Required fields are marked *