ବାହାଘର ନାଁରେ ନାବାଳିକା ଶାଳୀକୁ ଦୁଇଟି ଜାଗାରେ ବିକ୍ରି କରିଦେଲେ ଭେଣେଇ,ଜାଣନ୍ତୁ ପୁରା ଘଟଣା

ଭେଣେଇ ନିଜର ନାବାଳିକା ଶାଳୀକୁ ହିଁ ଦୁଇଥର ବାହାଘର ନାଁରେ ବିକ୍ରି କରିଦେଲା | ଏହି କାମରେ ନାବାଳିକା ଝିଅର ଭଉଣୀ ମଧ୍ୟ ସାହାଯ୍ୟ କରିଥିଲା | ଏହି ମାମଲାର ଯେତେବେଳେ ଖୁଲାସା ହେଲା ସେତେବେଳେ ନାବାଳିକା ଝିଅର ଭେଣେଇ, ଭଉଣୀ ଏବଂ ଦୁଇ ବରକୁ ପୋଲିସ ଆରେଷ୍ଟ କରିଥିଲା |ଏହି ମାମଲା ମଧ୍ୟପ୍ରଦେଶର ଆଗର ମାଲବା ଜିଲ୍ଲାର ଅଟେ |

ନାଗଦା ପୋଲିସ ଏବଂ ଛତିଶଗଡ଼ ପୋଲିସର ସଂଯୁକ୍ତ କାର୍ଯ୍ୟବାହୀରେ ନାବାଳିକା ଝିଅର କିଣା-ବିକା କାରବାର କରୁଥିବା ଚାରିଜଣ ଲୋକଙ୍କୁ ହେପାଜତକୁ ନିଆଯାଇଛି |

Google

ଛତିଶଗଡ଼ର ଯଶପୁରର ବାସିନ୍ଦା ଜଣେ ନାବାଳିକା ଝିଅର ଉଜେନ ଜିଲ୍ଲାର କିଛି ଜାଗାରେ ଦୁଇଥର ବିକ୍ରି କରିବାର ମାମଲା ସେହି ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଛତିଶଗଡ଼ର ପୋଲିସ ନାଗଦା ପୋଲିସର ସାହାଯ୍ୟରେ ଭେଣେଇ,ଭଉଣୀ ସହିତ ଦୁଇଜଣ ବରକୁ ଗିରଫ କରିଥିଲା |

ନାଗଦାର ପୋଲିସ ଅଧିକାରୀ ଏସସି ଶର୍ମା କହିଛନ୍ତି ଯେ ଯଶପୁରର ପତ୍ଥଲ ଗ୍ରାମରେ ରହୁଥିବା ଜଣେ ନାବାଳିକା ଝିଅକୁ ନାଗଦାରେ ବିକ୍ରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି | ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଆରେଷ୍ଟ କରାଯାଇଛି |

ପୋଲିସ ଅଧିକାରୀ ଆହୁରି କହିଛନ୍ତି, ନାବାଳିକାଙ୍କର କୋର୍ଟରେ ଧାରା ୧୬୪ ଅନୁଯାୟୀ ବୟାନ ଦିଆଯିବ | ସେହି ବୟାନ ଆଧାରରେ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ | ଏଥିରେ ବଳାତ୍କାର ଏବଂ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ପଞ୍ଜିକରଣ କରାଯିବ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *