ଆପଣ କେବେ କରିଛନ୍ତି କି ନିଜ ପିଠିରେ ସାପ ମସାଜ ? ଦେଖନ୍ତୁ କିପରି ୨୮ଟି ସାପ କେମିତି କରୁଛନ୍ତି ମସାଜ ?

ମସାଜ ଦ୍ଵାରା ଶରୀରକୁ ଆରାମ ମିଳିଥାଏ । କଣ ଆପଣ କେବେ ସ୍ନେକ ମସାଜ ମାନେ ସାପ ଦ୍ୱାରା ନିଜ ଶରୀରର ମାଲିସ କରାଇଛନ୍ତି କି ? ଏହାଶୁଣି ଆପଣ ଭାବୁଥିବେ ଏହା ସମ୍ପୂର୍ଣ୍ଣ ମିଛ, କାହାର ଏତେ ସାହାସ ଯିଏକି ସାପ ଦ୍ୱାରା ମାଲିସ କରାଇବ । କିନ୍ତୁ ଏହା ସତ, ମିଶ୍ରର ଏକ ସ୍ପା ରେ ଏଠାରେ ଲୋକଙ୍କୁ ସାପ ଦ୍ୱାରା ମାଲିସ କରାଯାଇଥାଏ ଓ କୁହାଯାଏ କି, ଏହା କଲେ ଶରୀରକୁ ଆରାମ ମିଳିଥାଏ ଓ କୌଣସି ଦରଜ ରହିନଥାଏ ।

ରାଜଧାନୀ କାହିରାରେ ଏକ ସ୍ପା ଏହିପରି ସାପ ମସାଜ ସେବା ଦେଇଥାଏ । ଏଥିରେ ବ୍ୟବହାର କରାଯାଉଥିବା ସାଲ ଗୁଡିକ ବିଷାକ୍ତ ହୋଇନଥାନ୍ତି ।

Google

ଏହି ସ୍ପା ରେ ଜୀବିତ ସାପ ଗୁଡିକୁ ଗ୍ରାହକର ପିଠି ଓ ମୁହଁ ଉପରେ ଛଡ଼ାଯାଇଥାଏ । ଏକ ଭିଡ଼ିଓ ମାଧ୍ୟମରେ ଦେଖାଯାଇଛି ପ୍ରଥମେ ବ୍ୟକ୍ତିର ପିଠିରେ ତେଲ ପକାଇ 30 ମିନିଟ ପର୍ଯ୍ୟନ୍ତ ମାଲିସ କରାଯାଇଥାଏ ଓ ଏହାପରେ ତାଙ୍କ ପିଠି ଉପରେ ଅଜଗର ପରି ଆହୁରି 28 ଟି ସାପ ଛାଡିଦିଆଯାଏ । ଏହାଦ୍ୱାରା ଶରୀରର ସମସ୍ତ ଥକାପଣ ଦୂର ହୋଇଯାଇଥାଏ । ବର୍ତ୍ତମାନ ଏହି ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ସ୍ପା ମାଲିକଙ୍କ କହିବା କଥା ହେଲା, ଏହି ସ୍ନେକ ସ୍ପା ଦ୍ୱାରା ଶରୀରର ମାଂସପେଶୀ, ହାଡ଼ରେ ଥିବା ଯନ୍ତ୍ରଣାରୁ ଉପଶମ ମିଳିଥାଏ ଓ ଏହି ସ୍ପା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ରହିଥାଏ ।

ସ୍ପା ନେବାସମୟରେ ଏକ ଗ୍ରାହକ କହିଥିଲେ କି, ଯେତେବେଳେ ତାଙ୍କ ପିଠି ଉପରେ ଏହି ସାପ ରଖାଗଲା ସେହି ସମୟରେ ତାଙ୍କୁ ବହୁତ ଶାନ୍ତି ଲାଗିଥିଲା ଓ ଦରଦ ଗାୟବ ହୋଇଯାଇଥିଲା । ଏହାପରେ ସେ କହିଥିଲେ, ପ୍ରଥମେ ମୋତେ ଭୟ ଲାଗିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ମୋର ଡ଼ର କମିଯାଇଥିଲା ଓ ମୋର ଆତ୍ମବିଶ୍ୱାସ ବଢିଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *