ପରିବା ଓ ଫଳରୁ ଜଳୁଛି ବିଦ୍ୟୁତ ଲାଇଟ,ଏକାଦଶ ଶ୍ରେଣୀର ଛାତ୍ର କଲା କମାଲ,ଜାଣନ୍ତୁ ପୁରା ଖବର

ଆମେ ପରିବା ଆମ ନୀତିଦିନ ଜୀବନରେ ଖାଇଥାଉ କାରଣ ଆମ ଶରୀରକୁ ଶକ୍ତି ମିଳିପାରିବ । କିନ୍ତୁ ଏହି ପରିବାର ମାଧ୍ୟମରେ ଇଲେକ୍ଟ୍ରିକ ଏନର୍ଜି ଜେନେରେଟ କରାଯାଇ ବିଦ୍ୟୁତ ବଲ ମଧ୍ୟ ଜଳାଯାଇ ପାରିବ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଏହା ସତ । ଝାରଖଣ୍ଡର ଚକ୍ରଧରପୁରରେ ଜଣେ ଯୁବକ ଏହା କରିଦେଖାଇଛି । ଆସନ୍ତୁ ଜାଣିବା ।

ପରିବା ଓ ଫଳରୁ ବିଜୁଳି ଜେନେରେଟ କରି ଲାଇଟ ଜଳାଇବାର ବୈଜ୍ଞାନିକ କାରନାମା ଝାରଖଣ୍ଡର ସିଂହଭୂମ ଜିଲ୍ଲାର ଯୁବକ ରୋବିନ ସାହନୀ କରିଛନ୍ତି । ରୋବିନଙ୍କ କହିବା କଥା ସେ ଗାଜର, କାକୁଡି, ଲଙ୍କା, ଭଣ୍ଡାରୁ ସେ ବିଜୁଳି ଉତ୍ପାଦନ କରିଥାନ୍ତି ।

Google

ରସାୟନ ଓ ଭୌତିକ ବିଜ୍ଞାନକୁ ମିଶ୍ରଣ କରି ରୋବିନ ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରନ୍ତି । ରୋବିନଙ୍କ ଏହି କାରନାମାକୁ ଦେଖିବାକୁ ବହୁତ ଦୂରରୁ ଲୋକ ଆସୁଛନ୍ତି ।

ରୋବିନଙ୍କ କହିବା ହେଲା, ପରିବା ଓ ଫଳରେ ବ୍ୟାଟେରୀ ଭଳି ଗୁଣବତ୍ତା ରହିଥାଏ । ଯଦି ଆମେ କପର ଓ ଜିଙ୍କ ପ୍ଲେଟ ବ୍ୟବହାର କରିବା ତାହେଲେ ଏହାକୁ ଉତ୍ପାଦନ କରିପାରିବା ।

ପରିବା ଓ ଫଳରୁ ମିଳୁଥିବା ରସାୟନିକର ଏହା ଖେଳ ଅଟେ । ଏହା ବିଜୁଳିର ଉତ୍ପାଦନ କରିଥାଏ । ରୋବିନ ଏବେପର୍ଯ୍ୟନ୍ତ ଯେତେସବୁ ପ୍ରୟୋଗ କରିଛନ୍ତି ଏହାର ପ୍ରୟୋଗ ବିଧି ମଧ୍ୟ ସେ ଏକ ନୋଟରେ ଉଲ୍ଲେଖିତ କରିଛନ୍ତି।

ରୋବିନଙ୍କ କହିବା କଥା ହେଲା, ଯଦି ଗାଜରରୁ ବିଜୁଳି ପାଇବାକୁ ଚାହୁଁଛନ୍ତି ତାହେଲେ 14 ଟି ଗାଜରକୁ ମଝିରୁ କାଟିଦିଅନ୍ତୁ ଓ ଏଥିରେ ଜିଙ୍କ ଓ କପର ପ୍ଲେଟ ଲଗାଇ ତମ୍ବା ତାର ଯୋଡି ଦିଅନ୍ତୁ । ଯାହାଦ୍ୱାରା ଏଥିରୁ 5 ଭୋଲ୍ଟ ଇଲେକ୍ଟ୍ରିକ ବାହାରିବ ଆପଣ 3 ଭୋଲ୍ଟର ଲାଇଟ ଓ ମୋବାଇଲ ଚାର୍ଜ ମଧ୍ୟ ଏଥିରୁ କରିପାରିବେ ।

Google

ରୋବିନ ସାହନୀ ବହୁତ ଗରିବ ହୋଇଥିବାରୁ ସେ ନିଜର ମାତା, ପିତା ,ଭାଇ ଓ ଚାରି ଭଉଣୀଙ୍କ ସହିତ ରହୁଛନ୍ତି । ପିତା ଶ୍ରମିକ ହୋଇଥିବାରୁ ଗ୍ରାମ ଗ୍ରାମ ବୁଲି ଦେଶୀ ଚୁଇଂଙ୍ଗମ ବିକ୍ରି କରିଥାନ୍ତି । ରୋବିନ ପିଲାବେଳରୁ ବୈଜ୍ଞାନିକ ହେବା ଲକ୍ଷ୍ୟ ରଖିଛି । ସେ ବିହାରର ଦରଭଙ୍ଗାରେ ଏବେ ଏକାଦଶ କ୍ଳାସରେ ପଢ଼ୁଛନ୍ତି । ତାଙ୍କର ଏହି କାମ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ପାଲଟିଛି ।

ଲୋକାମାନଙ୍କୁ ରୋବିନଙ୍କ ଏହି କାରନାମା ବିଷୟରେ ଜଣାପଡିବାରୁ ସେମାନେ କେମିତି ପରିବାରୁ ଲାଇଟ ଜଳୁଛି ବିଦ୍ୟୁତ ଉତ୍ପନ ହେଉଛି ଏହା ଦେଖିବାକୁ ଆସୁଛନ୍ତି ଓ ରୋବିନଙ୍କର ପ୍ରଶଂସା କରୁଛନ୍ତି । ରୋବିନ ଙ୍କୁ ସାହାର୍ଯ୍ୟ ପାଇଁ ସେମାନେ ସରକାରଙ୍କୁ ଜବାବ ମାଗିଛନ୍ତି ।

ରୋବିନ ପୂର୍ବ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ନିଜର ଆଦର୍ଶ ମାନିଛନ୍ତି । ତାଙ୍କ ପରି ଜଣେ ବୈଜ୍ଞାନିକ ହୋଇ ଦେଶର ସେବା କରିବାକୁ ଚାହୁଁଛନ୍ତି । ରୋବିନଙ୍କ ମାଆ ମଧ୍ୟ ଚାହାଁନ୍ତି ସରକାର ତାଙ୍କ ପୁଅର ସାହାର୍ଯ୍ୟ କରନ୍ତୁ । ଚକ୍ରଧରପୁରର ଶିକ୍ଷକ ମଧ୍ୟ ରୋବିନର ସାହାର୍ଯ୍ୟ କରିବାକୁ ଚାହଁନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *