Border – Gavaskar Trophy : କୋଡ଼ିଏ ନୁହେଁ ଏକୋଇଶି ଥର ହୋଇଛି ଟିମ ଇଣ୍ଡିଆ,ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଲଜ୍ୟାଜନକ ପରାଜୟ ପରେ ବର୍ତ୍ତମାନ 10 ଦିନ ଭିତରେ ଅଷ୍ଟ୍ରେଲିଆକୁ ଦ୍ଵିତୀୟ ଟେଷ୍ଟରେ ହରାଇ ଦେଇଛି । ବର୍ଡର- ଗାଭାସ୍କର ସିରିଜ କଥା କହିବାକୁ ଗଲେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ବିଜୟ ରେକର୍ଡ଼ କରିଛି ।

ଭାରତ ଓ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଖେଳାଳିଙ୍କ ନାମାନୁସାରେ, ଏହାଜ ବର୍ଡର-ଗାଭାସ୍କର ଟ୍ରଫି 1996 ମସିହାରୁ ଆରମ୍ଭ ହୋଇଛି । ଏହାର 50 ତମ ମ୍ୟାଚରେ ଭାରତ ଚମତ୍କାର ବିଜୟ ହାସଲ କରି କମାଲ ଦେଖାଇଛି । ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ବିଜୟ ହାସଲ କରି ଏହି ସିରିଜରେ ନିଜର 21 ତମ ବିଜୟ ହାସଲ କରିଛି ।

Google

ବର୍ଡର-ଗାଭାସ୍କର ଟ୍ରଫିର 50 ତମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର 21 ତମ ବିଜୟ ହାସଲ କରିଥିଲା । ଅପର ପକ୍ଷରେ ଅଷ୍ଟ୍ରେଲିଆ ଭାରତ ବିରୁଦ୍ଧରେ 19 ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହି ଉଭୟଙ୍କ ମଧ୍ୟରେ 10 ଟି ଡ୍ର ରହିଛି । ଯଦି ଭାରତୀୟ ଦଳ ଏହି ସିରିଜ ଜିତିବାରେ ସଫଳ ରହିଲେ ତାହେଲେ ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଇଁ ହ୍ୟାଟ୍ରିକ ବିଜୟ ହେବ । ଭାରତ ବିଗତ ଦୁଇଟି ସିରିଜ ଜିତି ବର୍ଡର-ଗାଭାସ୍କର ଉପରେ କବଜା କରିଛି । 2018-19 ରେ ଭାରତୀୟ ଦଳ 2-1 ରେ ଅଷ୍ଟ୍ରେଲିଆକୁ ନିଜ ଜମିରେ ପରାସ୍ତ କରିଥିଲା । ଏହାପୂର୍ବରୁ 2016-17 ରେ ଭାରତ ନିଜ ଘରେ ଅଷ୍ଟ୍ରେଲିଆକୁ ସିରିଜ ହରାଇଥିଲା ।

ଉଭୟଙ୍କ ମଧ୍ୟରେ ଏହି ବର୍ଡର-ଗାଭାସ୍କର ଟ୍ରଫିର 15ଟି ସିରିଜ ଖେଳାଯାଉଛି । ଭାରତ 8ଟି ସିରିଜରେ ବିଜୟ ଲାଭ କରିଛି ଓ ସେହିପରି ଅଷ୍ଟ୍ରେଲିଆକୁ 5 ଥର ସଫଳତା ମିଳିଛି । ଏକ ସିରିଜ ଡ୍ର ଥିଲା କିନ୍ତୁ ସିରିଜ ବିଜୟ ଦେଖିବାକୁ ଗଲେ ଭାରତ ଆଗରେ ରହିଛି ।

ମୋଟ ଉପରେ ଦେଖିବାକୁ ଗଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଯାବତ 100 ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଭାରତ ସେଥିମଧ୍ୟରୁ 29 ଟିରେ ବିଜୟ ଲାଭ କରିଥିବାବେଳେ 43 ଟିରେ ପରାଜିତ ହୋଇଛି ଓ 27 ଟି ମ୍ୟାଚ ଡ୍ର ହୋଇଛି ବୋଲି ଫଳାଫଳ ରହିଛି ।

ବିଦେଶୀ ମାଟି କଥା କହିବାକୁ ଗଲେ ଭାରତ ଏହି ବିଜୟ ସହିତ ବିଦେଶରେ 52 ଥର ବିଜୟ ହାସଲ କରିଛି । ଖାଆସ କରି ଅଷ୍ଟ୍ରଲିଆ ମାଟିରେ ଭାରତ 8 ଥର ଟେଷ୍ଟ ବିଜୟୀ ହୋଇପାରିଛି । 2020 ରେ ଏହା ଭାରତର ପ୍ରଥମ ଟେଷ୍ଟ ବିଜୟ ମଧ୍ୟ ଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *