୬ ହଜାର ଟଙ୍କାରେ ତିଆରି କରିଛନ୍ତି ଏମିତି ଏକ ମେସିନ୍,ଯାହା ବିନା ଫସଲ ନଷ୍ଟ କରି ଅଦରକାରୀ ଘାସକୁ ମାରିଥାଏ,ଜାଣନ୍ତୁ ଏହି ମେସିନ ବିଷୟରେ

ଏହି ମେସିନର ନାମ ହରର୍ବିସାଇଡ ଏପ୍ଲିକେଟର ଅଟେ|ସଂସ୍ଥାନର ଇଞ୍ଜିନିୟର ସତୀଶ କୁମାର କହିଛନ୍ତି ଯେ ଏହି ମେସିନକୁ କେହିବି ସହଜରେ ଚଲାଇପାରିବ, ଯେମିତି କୈାଣସି ପିଲା ଟ୍ରଲି ଚଲାଏ|

ଏଥିରେ ଏକ ଟ୍ୟାଙ୍କ ରହିଛି, ଯେଉଁଥିରେ କୀଟନାଶକ ଭର୍ତ୍ତି କରାଯାଏ|ଏହା ଏକ ପାଇପ ମାଧ୍ୟମରେ ଡ୍ରିପର ପର୍ଯ୍ୟନ୍ତ ପହଞ୍ଚି ଥାଏ|ଏହାଫଳରେ କୀଟନାଶକ ସିଧା ତୃଣକ ପର୍ଯ୍ୟନ୍ତ ନଯାଇ ପ୍ରଥମେ ଲଗାଯାଇଥିବା ଫୋମରେ ଛିଞ୍ଚିଥାଏ ଓ ପରେ ଫୋମ ଘାସ ସହିତ ରଗଡି ହୋଇ ଆଗକୁ ବଢ଼ିଥାଏ|

ଏହି ମେସିନ ମାଧ୍ୟମରେ ୧ରୁ ଦେଢ ଘଣ୍ଟା ମଧ୍ୟରେ ପ୍ରାୟତଃ ୧ଏକର ଜମିରେ କୀଟନାଶକ ସିଞ୍ଚନ କରାଯାଇପାରେ|ତାମାନେ ଏହା ଛୋଟ କୃଷକଙ୍କ ପାଇଁ ଲାଭଦାୟକ|

ଏହି ମେସିନ ନିର୍ମାଣ ଇଞ୍ଜିନିୟର ଅଶୋକ କୁମାର କରିଛନ୍ତି|ଏହି ମେସିନ ମକା ଓ ପନିପରିବା ଚାଷ ନିମନ୍ତେ ବିଶେଷ ପ୍ରଯୁଜ୍ୟ|

ଏହି ମେସିନ ନିର୍ମାଣ ପାଇଁ ସର୍ବାଧିକ ୬୦୦୦ଟଙ୍କା ଖର୍ଚ୍ଚ ହେବ|ଏହି ତୃଣନାଶକ ଯନ୍ତ୍ର ଛୋଟ କୃଷକମାନଙ୍କ ନିମନ୍ତେ ବିଶେଷ ଫଳପ୍ରଦ ଅଟେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *