ୟୁଜବେନ୍ଦ୍ର ଚହଲ ଦୁବାଇରେ ମନାଉଛନ୍ତି ହନିମୁନ, ଧନାଶ୍ରୀ ସେୟାର କଲେ ହନିମୁନ ଫୋଟରେ ଦେଖା ଯାଇଥିବା ଅନ୍ୟ କୌଣସି ଝିଅ

ଟିମ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲ ଡିସେମ୍ବର ୨୨ରେ ନିଜ ସ୍ତ୍ରୀ ଧନାଶ୍ରୀ ବର୍ମାଙ୍କ ସହିତ ଗୁରୁଗ୍ରାମରେ ବିବାହ କରିଥିଲେ | ଏହି କଥାର ସୂଚନା ନିଜେ ୟୁଜଭେନ୍ଦ୍ର ଚହଲ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦେଇଥିଲେ | ଯାହା ପରେ ତାଙ୍କ ବିବାହର ଫୋଟଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା | ତେବେ ଶିଖର ଧୱନ ତାଙ୍କ ରିସେପସନରେ ପହଞ୍ଚି ତାଙ୍କୁ ଅଭିବାଦନ ଜଣାଇଛନ୍ତି | ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ ତାଙ୍କ ସ୍ତ୍ରୀ ଧନାଶ୍ରୀଙ୍କ ସହିତ ହନିମୁନ ପାଇଁ ବାହାରିଛନ୍ତି, ଏହି କଥାର ସୂଚନା ଧନାଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଦେଇଛନ୍ତି |

ହନିମୁନ‌ରେ ବାହାରିଲେ ୟୁଜବେନ୍ଦ୍ର ଚହଲ :-

ବର୍ତ୍ତମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କ୍ରିକେଟର ୟୁଜବେନ୍ଦ୍ର ଚହଲ ନିଜର ସ୍ତ୍ରୀ ଧନାଶ୍ରୀ ବର୍ମାଙ୍କ ସହିତ ହନିମୁନ ମନାଇବାକୁ ବାହାରିଛନ୍ତି | ଏହି କଥାର ସୂଚନା ଧନାଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ସ୍ପଟ ଫୋଟ ସେୟାର କରୁଥିବାବେଳେ ଦେଇଛନ୍ତି | ଯେଉଁଥିରେ ଉଭୟଙ୍କର ହନିମୁନ ସହିତ ଯୋଡି ହୋଇଥିବା ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି, ଉଭୟ ଦମ୍ପତିଙ୍କୁ ଫ୍ୟାନ୍ସ ଅଭିନନ୍ଦନ ଜଣାଇଛନ୍ତି | ଯେଉଁଠାରେ ତାଙ୍କ ପୋଷ୍ଟକୁ ୬ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଛନ୍ତି |

Google

ସୁଟର ଜେଜେମା ମଧ୍ୟ କଲେ କମେଣ୍ଟ :-

ଧନାଶ୍ରୀ ବର୍ମା ଏହି ଫଟୋଗୁଡିକୁ ସେୟାର କରିବାବେଳେ ଲେଖିଛନ୍ତି, ” ଗୁଡ଼ ଆଫଟରନୁନ …” ଫୋଟରେ ଯେଉଁଠାରେ ୟୁ-ଟ୍ୟୁବର ଧନାଶ୍ରୀ ବର୍ମା ଜେବ୍ରା ପ୍ରିଣ୍ଟ ଡ୍ରେସରେ ଦେଖାଯାଉଛନ୍ତି ଏବଂ ସେହିପରି ୟୁଜବେନ୍ଦ୍ର ଚହଲ ଧଳା ଟି-ସର୍ଟ, ସାର୍ଟ ଏବଂ ଜ୍ୟାକେଟରେ ଦେଖାଯାଉଛନ୍ତି | ହନିମୁନ ଫଟୋରେ ଧନାଶ୍ରୀଙ୍କ ଡ୍ରେସିଂ ଷ୍ଟାଇଲ ବହୁତ ଜବରଦସ୍ତ ଦେଖାଯାଉଛି |

ସେହିପରି ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ଫୋଟଗୁଡିକୁ ସେୟାର କରି ଲେଖିଛନ୍ତି, ” ଗୁଡ଼ ଆଫଟରନୁନ …” ଯାହା ଉପରେ ସୁଟର ଜେଜେମା ସମେତ ଫ୍ୟାନ୍ସ ମିଶି ବହୁତ କମେଣ୍ଟ କରୁଛନ୍ତି ଏବଂ ଲାଇକ କରୁଛନ୍ତି | ଯେଉଁଠାରେ ସୁଟର ଜେଜେମା ଚାନ୍ଦୋ ତୋମର ୟୁଜବେନ୍ଦ୍ର ଏବଂ ଧନାଶ୍ରୀ ଏହି ଫଟୋ ଉପରେ ଟିପ୍ପଣୀ ଦେଇ ଲେଖିଛନ୍ତି, ” ବଢିଆ… “

କୁହାଯାଉଛି ୟୁଜବେନ୍ଦ୍ର ଚହଲ ଧନାଶ୍ରୀଙ୍କ ସହିତ ଲକଡାଉନ ସମୟରେ ଭେଟିଥିଲେ, ଯେଉଁଠାରେ ୟୁଜବେନ୍ଦ୍ର ଖୁବ କମ ସମୟ ମଧ୍ୟରେ ଧନାଶ୍ରୀ ବର୍ମାଙ୍କ ନିକଟତର ହୋଇଥିଲେ | ଧନାଶ୍ରୀ ଜଣେ ୟୁଟ୍ୟୁବର ଅଟନ୍ତି ଯିଏକି ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓ ଅପଲୋଡ କରିଥାନ୍ତି, ଏହା ବ୍ୟତୀତ ଧନାଶ୍ରୀ ଏକ “ଧନାଶ୍ରୀ ଡାନ୍ସ” ଏକାଡେମୀ ଚଳାନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *