ରନ ଆଉଟ ହେବାପରେ ଆଜିଙ୍କ୍ୟ ରାହାଣେ ଜାଡେଜାଙ୍କ ସହ କରିଥିଲେ ଏମିତି ବ୍ୟବହାର,ଯାହାଦ୍ୱାରା ସୋସିଆଲ ମିଡିଆରେ ଆରମ୍ଭ ହେଉଛି ଚର୍ଚ୍ଚା,ଜାଣନ୍ତୁ ପୁରା ଖବର

ଆଜିଙ୍କ୍ୟ ରାହାଣେ ଏକ ଅନୁଭବୀ ଖେଳାଳି ଅଟନ୍ତି ଓ ସେ ନିଜର ଶାନ୍ତ ସ୍ଵଭାବ ପାଇଁ କ୍ରିକେଟରେ ବେଶ ପରିଚିତ । ପଡ଼ିଆରେ ତାଙ୍କୁ କ୍ରୋଧିତ ହେବାରେ ବହୁତ କମ ଦେଖାଯାଇଛି। ଏମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ।

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନ ଆରମ୍ଭ ସମୟରେ ଅଧିନାୟକ ଆଜିଙ୍କ୍ୟ ରାହାଣେ 104 ରନ କରି ଭଲ ଲୟରେ ଥିଲେ ଓ ତାଙ୍କ ସହିତ ସାଥି ଖେଳାଳି ରବୀନ୍ଦ୍ର ଜାଡେଜା ମଧ୍ୟ 40 ରନରେ ଖେଳୁଥିଲେ । କିନ୍ତୁ ଅର୍ଧଶତକ ହାସଲ କରିବା ସମୟରେ ଜାଡେଜା ଏକ ରନ ଚୋରାଇବାକୁ ଚାହୁଁଥିବା ସମୟରେ ରାହାଣେଙ୍କୁ ରନ ଆଉଟ କରିଦେଇଥିଲେ।

Google

ଏହିସମୟରେ ରାହାଣେ 112 ରନରେ ଖେଳୁଥିଲେ ଓ ରନ ଆଉଟ ହୋଇଯାଇଥିଲେ । ରାହାଣେଙ୍କ ଆଉଟ ହେବା ଭାରତୀୟ ଦଳ ପାଇଁ କ୍ଷତି ଥିଲା ଓ ଜାଡେଜା ମଧ୍ୟ ଏଥିରେ ଦୁଃଖୀ ହୋଇଥିଲେ । ସମସ୍ତେ ଭାବିଥିଲେ ରାହାଣେ ଜାଡେଜାଙ୍କ ଉପରେ କ୍ରୋଧିତ ହେବେ କିନ୍ତୁ ରାହାଣେ ସେମିତି କିଛି କରିନଥିଲେ ।

ରନ ଆଉଟ ହେବାପରେ ରାହାଣେ ଜାଡେଜାଙ୍କ ସହିତ ବହୁତ ଶାଳୀନତାର ସହିତ ମିଶିଥିଲେ ଓ ପାଭିଲିୟନ ଫେରିଯାଇଥିଲେ । ରାହାଣେଙ୍କ ଏହି ବ୍ୟବହାରରେ ସୋସିଆଲ ମିଡଆରେ ବର୍ତ୍ତମାନ ତାଙ୍କର ପ୍ରଶଂସା କରାଯାଉଛି। ଖାଆସ କରି ଟ୍ୱିଟରରେ ଲୋକମାନେ ତାଙ୍କୁ ସାବସ ଦେଉଛନ୍ତି ।

ଏହାପରେ ରାହାଣେ ଆଉଟ ହେବାପରେ ଭାରତୀୟ ଦଳ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ଠିଆ ହୋଇପାରିନଥିଲେ। ଲଞ୍ଚ ବ୍ରେକ ପୂର୍ବରୁ ଭାରତୀୟ ଦଳ 326 ରନ କରି ଅଲ ଆଉଟ ହୋଇଗଲେ । ରାହାଣେଙ୍କ ଶତକ ବ୍ୟତୀତ ଜଡେଜା 57 ରନର ଅର୍ଧଶତକୀୟ ପାଳି ଖେଳିଥିଲେ ।

ଏହିପରି ଭାରତୀୟ ଦଳ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଠାରୁ ମହତ୍ତ୍ୱପୂର୍ଣ୍ଣ 131 ରନର ଆଗକୁ ବଢିଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *