ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ଟିଭି, ଫ୍ରିଜ ଓ ୱାସିଂ ମେସିନ ଭଳି ଅନେକ ଜିନିଷ,ଜାଣି ନିଅନ୍ତୁ ସଂପୂର୍ଣ୍ଣ ସୂଚନା

ନୂଆ ବର୍ଷ ଆଗମନ ହେବାକୁ ଯାଉଛି ଓ ଏଥିସହ 2020 ବର୍ଷ ମାତ୍ର କେଇଟା ଦିନପରେ ଶେଷ ହୋଇଯିବ । କିନ୍ତୁ ଟିଭି, ୱାସିଂ ମେସିନ ଓ ଫ୍ରିଜ ଭଳି କେତେକ ଘରେ ଦରକାରୀ ହେଉଥିବା ଜିନିଷ ମହଙ୍ଗା ହୋଇଯିବ । ଖାଆସ କରି ଏଲଇଡ଼ି ଟିଭି ଭାରତରେ ବହୁତ ପପୁଲାର ହେଉଛି ଓ ଏହା ମହଙ୍ଗା ହୋଇଯିବ ।

କୁହାଯାଉଛି ଏହିସବୁ ବ୍ୟବହୃତ ଜିନିଷ ପାଇଁ ବ୍ୟବହାର କରାଯାଉଥିବା ଉତ୍ପାଦ ଯଥା: ଆଲୁମିନିୟମ ଓ ଷ୍ଟିଲର ମୂଲ୍ୟ ବଢିଯିବ । ଏହିସବୁ ଜିନିଷରେ 10% ବୃଦ୍ଧି ଦେଖିବାକୁ ମିଳିବ।

Google

ଏଲଜି,ପାନାସୋନିକ,ଥମସନ ଭଳି ହୋମ ଆପ୍ଲାଏନ୍ସ କମ୍ପାନୀର ପ୍ରଡକ୍ଟ ଖାଆସ କରି ମହଙ୍ଗା ହୋଇଯିବ । ବର୍ତ୍ତମାନ ସୋନି ଏହା ସ୍ପଷ୍ଟ କରିନାହିଁ କି, ସେ ନିଜର ହୋମ ଆପ୍ଲାଏନ୍ସ ପ୍ରଡକ୍ଟ କମ କରିବ କି ନାହିଁ ।

Panasonic India CEO ମନୀଷ ଶର୍ମା କହିଛନ୍ତି ଜାନୁଆରୀରୁ ଜିନିଷ 6 ରୁ 7 ପ୍ରତିଶତ ବୃଦ୍ଧି ପାଇବ । କିନ୍ତୁ ଆଗକୁ ଆସୁଥିବା ସମୟରେ ଏହା 10-11 ପ୍ରତିଶତ ବୃଦ୍ଧି ପାଇବ । ଦର ବଢାଇବା ପୂର୍ବରୁ କମ୍ପାନୀ ମଧ୍ୟ ସ୍ପଷ୍ଟ କରିଥିଲା କି, ଜିନିଷ ବନାଇବା ପ୍ରଡକ୍ଟ ବହୁତ ମହଙ୍ଗା ହୋଇଯାଉଛି ।

ଏଲଜି କଥା କହିବାକୁ ଗଲେ ଏଠାରେ ଜାନୁଆରୀ 1 ତାରିଖରୁ ଦର 7 ରୁ 8 ପ୍ରତିଶତ ବଢିବ । ଏହି ଦର ହୋମ ଆପ୍ଲାଏନ୍ସ ଜିନିଷ ଉପରେ ବଢିବ । ଏଲଜି ଦ୍ୱାରା ସ୍ପଷ୍ଟ କରାଯାଇଛି କି, କମ୍ପାନୀ ଦ୍ୱାରା ଟିଭି, ୱାଶିଂ ମେସିନ ଓ ଫ୍ରିଜ ଇତ୍ୟାଦିର ଦର 7-8 ପ୍ରତିଶତ ବଢିଯିବ । ଏହାର କାରଣ ହେଉଛି ର-ମ୍ୟାଟରିଆଲ ଯଥା :କପର ଓ ଆଲୁମିନିୟମ ମହଙ୍ଗା ହେବାକୁ ଯାଉଛି । କ୍ରୁଡ଼ ଅଏଲର ମୂଲ୍ୟ ମଧ୍ୟ ଏହା ଉପରେ ପ୍ରଭାବ ପକାଇବ ।

ସୋନି ଏବେପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ କମ୍ପାନୀ ନିଜର ହୋମ ଆପ୍ଲାଏନ୍ସ ଦର ବୃଦ୍ଧି କରିବ କି ନାହିଁ । କିନ୍ତୁ ମାର୍କେଟକୁ ଆଖି ଆଗରେ କମ୍ପାନୀ ଏହାକୁ ଆଗାମୀ କିଛିଦିନରେ କ୍ଲିଅର କରିଦେବ ।

ଭାରତରେ ମିଡ ସାଇଜ ଏଲଇଡ଼ି ଟିଭି ବହୁତ ଫେମସ ଓ ଲୋକପ୍ରିୟ ଅଟେ । ସୋନି ଇଣ୍ଡିଆର ମ୍ୟାନେଜିଙ୍ଗ ଡ଼ାଇରେକ୍ଟରଙ୍କ କହିବା କଥା ହେଲା ଆଗାମୀ ସମୟରେ ମାର୍କେଟକୁ ଅନୁଧ୍ୟାନ କରି ଏହା ନିଷ୍ପତ୍ତି ନିଆଯିବ । ସୋନି ଏହାମଧ୍ୟ ସ୍ପଷ୍ଟ କରିଛି କି, ପ୍ୟାନେଲ ସହିତ କିଛି ର-ମ୍ୟାଟରିଆଲର ମୂଲ୍ୟ ମଧ୍ୟ ବଢିଛି ଖାଆସ କରି ଟିଭିର ମୂଲ୍ୟ ବଢିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *