କ୍ରିକେଟର ରୋହିତ ଶର୍ମାଙ୍କୁ ସକାଳୁ ଉଠାଇବା ଅସମ୍ଭବ , ୫ ରୁ ୬ଟି ଆଲାରାମ ମଧ୍ୟ ହୋଇଯାଏ ବିଫଳ , ନିଜେ ହିଟମ୍ୟାନ କଲେ ଖୋଲାସା

ରୋହିତ ଶର୍ମାଙ୍କୁ ସକଳାର ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇବା ଅତ୍ୟନ୍ତ ପସନ୍ଦ ଅଟେ। ତାଙ୍କୁ ଯୋଗ କରିବାପାଇଁ ନଚେତ କ୍ରିକେଟ ଖେଳିବା ପାଇଁ ସକାଳେ ସମୟରେ ଉଠିବା ଅସମ୍ଭବ ଭଳି ଲାଗିଥାଏ। ଏହି କଥାକୁ ରୋହିତ ଶର୍ମା ନିଜେ କ୍ରିକେଟ କମେଡି ଚ୍ୟାଟ ଶୋ ହ୍ଵାଟ ଦ ଡ଼କରେ ସ୍ୱୀକାର କରିଥିଲେ। ଏହି ଶୋ ର ହୋଷ୍ଟ ବିକ୍ରମ ସାଥିୟା ଥିଲେ। ତେବେ ବିଳମ୍ବରେ ଶୋଇ ଉଠିବାର କାରଣ ରୋହିତ କ୍ରିକେଟକୁ ହିଁ କହିଥିଲେ।

ବିକ୍ରମ ସାଥିୟା ରୋହିତ ଶର୍ମାଙ୍କୁ ପଚାରିଥିଲେ ଯେ , ମୁମ୍ବାଇ ଦଳରେ ଯେଉଁ ସାଥି ଖେଳାଳୀ ମାନେ ଅଛନ୍ତି , ସେମାନେ କହିଥିଲେ କି ରୋହିତ ଶର୍ମାଙ୍କର ସକାଳେ ଉଠିବା ଅସମ୍ଭବ ଅଟେ। ଯଦିଓ ତାହା କ୍ରିକେଟ ଖେଳିବା ପାଇଁ ହେଉ କିମ୍ବା ଯୋଗ କରିବା ପାଇଁ ହେଉ। ଆଲାରାମର କୌଣସି ସୁଯୋଗ ନାହିଁ। ଏହା କଣ ସତ ଅଟେ ? ଏହାର ଉତ୍ତରରେ ରୋହିତ ଶର୍ମା କହିଥିଲେ ଯେ , ଅନେକ ମାତ୍ରାରେ ଏହା ସତ୍ୟ ହୋଇପାରେ। କାରଣ ସେ ଶୋଇବାକୁ ଅତ୍ୟନ୍ତ ପସନ୍ଦ କରିଥାନ୍ତି। ରୋହିତ ତାଙ୍କ ଶୋଇବାର କାରଣ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ , ସେ ନିଜ ବିଷୟରେ ଏବଂ ତାଙ୍କ ଖେଳ ବିଷୟରେ ରାତି ସାରା ବହୁତ ଚିନ୍ତା କରିଥାନ୍ତି , ସେଥିପାଇଁ ତାଙ୍କୁ ଶୋଇବାରେ ମଧ୍ୟ ବିଳମ୍ବ ହୋଇଯାଏ।

Google

ରୋହିତ କହିଥିଲେ ଯେ , ତାଙ୍କ ଦଳରେ ଯେଉଁ ସାଥି ଖେଳାଳୀ ମାନେ ଅଛନ୍ତି , ସେମାନେ ଖେଳ ବିଷୟରେ ଏତେ ଚିନ୍ତା କରନ୍ତି ନାହିଁ ଏବଂ ଶୀଘ୍ର ଶୋଇ ପଡନ୍ତି ଏବଂ ବୋଧହୁଏ ସେଥିପାଇଁ ସେମାନେ ସକାଳେ ଶୀଘ୍ର ଉଠିଯାଆନ୍ତି ଏବଂ ସେ ନିଜେ ବିଳମ୍ବରେ ଉଠନ୍ତି।  ଏହାପରେ ବିକ୍ରମ ରୋହିତଙ୍କୁ ପଚାରିଥିଲେ ଯେ , ୨୦୦୮ ମସିହା କେବଳ ଭାରତୀୟ ଦଳ ପାଇଁ ନୁହେଁ ବରଂ ଏମଏସ ଧୋନୀ ଏବଂ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସିରିଜ ଥିଲା। ଆପଣ ପ୍ରଥମ ଏବଂ ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ତାହା ବିଷୟରେ କିଛି ବର୍ଣ୍ଣନା କରନ୍ତୁ।

ରୋହିତ କହିଥିଲେ ଯେ , ଯେତେବେଳେ ସେମାନେ ୱାନ ଡେ ଖେଳିବାକୁ ଯାଇଥିଲେ , ତାହା ଅତ୍ୟନ୍ତ କଷ୍ଟକର ଭ୍ରମଣ ଥିଲା। ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ମଧ୍ୟ ଚାଲିଥିଲା ଏବଂ ସମସ୍ତେ ଜାଣିଥିଲେ ଯେ , ସେଠାରେ ଟେଷ୍ଟ ସିରିଜରେ କଣ ହେଉଥିଲା। ତେବେ ଭାରତୀୟ ଦଳ ଦୃଷ୍ଟିରୁ ସେମାନଙ୍କୁ ପ୍ରମାଣ କରିବାର ଥିଲା ଯେ , ସେମାନେ କାହାକୁ ଭୟ କରନ୍ତି ନାହିଁ। ଯେକୌଣସି ଧମକ କିମ୍ବା ଅନ୍ୟାନ୍ୟ କୌଣସି ଜିନିଷ ଯୋଗୁଁ ସେମାନେ ଭୟଭିତ ହୁଅନ୍ତି ନାହିଁ। ସେମାନେ ସେମାନଙ୍କ କ୍ରିକେଟ ଖେଳନ୍ତି ଏବଂ ଯାହା ମଧ୍ୟ କହିବାର ଅଛି , ସେମାନେ କ୍ରିକେଟକୁ କହିଥାନ୍ତି।

ରୋହିତ ଆହୁରିମଧ୍ୟ କହିଥିଲେ ଯେ , ଏହି ମେସେଜ ସେମାନଙ୍କ ପାଇଁ ଥିଲା। ସେହି ସମୟରେ ରୋହିତ ମାତ୍ର ୨୦ ବର୍ଷର ଥିଲେ। ସେତେବେଳେ ମହେନ୍ଦ୍ର ସିଂହ ଧୋନୀ ଦଳର ଅଧିନାୟକ ଥିଲେ ଏବଂ ସେହି ଦଳର ଅତ୍ୟନ୍ତ ଯୁବା ଖେଳାଳୀ ଥିଲେ। ଆହୁରିମଧ୍ୟ ଦଳ ଅନୁଭବହୀନ ଥିଲା। ଅଷ୍ଟ୍ରେଲିଆ ଯାଇ ଅଷ୍ଟ୍ରେଲିଆ ସମ୍ମୁଖରେ ଖେଳ ପ୍ରଦର୍ଶନ କରିବା ସଦା ସର୍ବଦା କଷ୍ଟକର ରହିଆସିଛି। କିନ୍ତୁ ସମସ୍ତେ ଏକାଠି ଦଳ ଭାବରେ ନିଜ ନିଜର ପ୍ରଦର୍ଶନ କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *