ସୋନୁ ସୁଦ ଲୋକମାନଙ୍କ ପାଇଁ ଆରମ୍ଭ କଲେ “ନିଜେ କମାଅ, ଘର ଚଲାଅ” ଅଭିଯାନ,ଯେଉଁଥିରେ ଲୋକ ମାନଙ୍କୁ ଦେବେ ଇ-ରିକ୍ସା,ଜାଣନ୍ତୁ ସୋନୁଙ୍କ ଏହି ଅଭିଯାନ ବିଷୟରେ

କରୋନା କାଳରେ ସୋନୁ ସୁଦ ଲୋକଙ୍କ ପାଇଁ ରିୟଲ ହିରୋ ହୋଇଯାଇଛନ୍ତି। ଲୋକଙ୍କ ସାହାର୍ଯ୍ୟ ପାଇଁ ସେ ନିଜର ସମ୍ପତ୍ତିକୁ ବାଜିରେ ଲଗାଇ ଏହା କରିଛନ୍ତି। ଏବେ ସେ ଅବଶ୍ୟକକାରୀଙ୍କୁ ଆତ୍ମନିର୍ଭରଶୀଳ ବନିବାପାଇଁ ଏକ ନୂଆ ଉପାୟ ଖୋଜିଛନ୍ତି। ସୋନୁ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ସୋନୁ ଲୋକମାନଙ୍କୁ ଏକ ଛୋଟ ଇ-ରିକ୍ସା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଭିଯାନକୁ ସୋନୁ ନିଜେ କମାଅ ଘର ଚଲାଅ ନାମରେ ନାମିତ କରିଛନ୍ତି ।

Google

ଫୋଟୋ ଶେୟର କରି ଦେଲେ ସୂଚନା :-

ନିଜ ପୋଷ୍ଟରେ ସୋନୁ ଲେଖିଥିଲେ କି, କାଲିର ବଡ଼ ଲମ୍ପ ପାଇଁ ଆଜିର ଛୋଟ ପାଦ। ଗୋଟିଏ ଛୋଟ ପ୍ରୟାସ ଯେଉଁଥିରେ ଲୋକଙ୍କୁ ସଶକ୍ତ ଓ ରୋଜଗାର ବନାଇବା ପାଇଁ ଏକ ଇ-ରିକ୍ସା ଦିଆଯିବ ।

ସୋନୁ ସୁଦ 10 କୋଟି ଟଙ୍କା ଲୋନ କରି ଲୋକମାନଙ୍କ ପାଇଁ ଏକ ନୂଆ ଅଭିଯାନ ନିଜେ କମାଅ, ଘର ଚଲାଅ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ତାଙ୍କର ପରବର୍ତ୍ତୀ ମିଶନ ହେଉଛି ବୃଦ୍ଧ ଲୋକମାନଙ୍କ ଆଣ୍ଠୁର ସର୍ଜରୀ କରିବା।

ସୋନୁ ଏକ ଇଣ୍ଟରଭ୍ୟୁ ଦ୍ୱାରା କହିଥିଲେ କି, ମୁଁ ବୃଦ୍ଧ ଲୋକଙ୍କ ଆଣ୍ଠୁର ସର୍ଜରୀ କରିବାକୁ ଚାହେଁ କାରଣ ତାଙ୍କୁ ବିଲକୁଲ ଏହା ଅନୁଭବ ନହେଉ ଯେ, ସେ ସମାଜ ପାଇଁ କୌଣସି କାମକୁ ନୁହଁ। 2021ରେ ସେ ଏହି ଅଭିଯାନ ଉପରେ କାମ କରିବେ ବୋଲି କହିଥିଲେ।

Google

ଏହିପରି ଭାବରେ ସେ ଲୋକଙ୍କର ସାହାର୍ଯ୍ୟ କରିଛନ୍ତି :-

ଲକଡାଉନ ସମୟରେ ସୋନୁ ପ୍ରବାସୀ ଲୋକମାନଙ୍କୁ ସେମାନଙ୍କର ଘରେ ପହଞ୍ଚାଇବାକୁ ପାଦ ଉଠାଇଥିଲେ। ହଜାର ହଜାର ଲୋକଙ୍କ ପାଇଁ ସେ ଖାଇବା,ପିଇବା ଓ ଟଙ୍କାର ବ୍ୟବସ୍ଥା କରିଥିଲେ। ପଞ୍ଜାବରେ ପାରା ମେଡିକାଲ ଷ୍ଟାଫ ପାଇଁ 1500 ପିପିଇ କିଟସ ଉପଲବ୍ଧ କରାଇଥିଲେ। ଏବେ ପର୍ଯ୍ୟନ୍ତ ସେ ଗରିବ ଲୋକ ଓ ଆବଶ୍ୟକ କରୁଥିବା ଲୋକଙ୍କ ସାହାର୍ଯ୍ୟ କରୁଛନ୍ତି ।

Instagram

ସୋସିଆଲ ମିଡିଆରେ ସୋନୁଙ୍କୁ ଲୋକମାନେ ସାହାର୍ଯ୍ୟ ମାଗୁଛନ୍ତି ଓ ସୋନୁ ସମସ୍ତଙ୍କୁ ସାହାର୍ଯ୍ୟ ମଧ୍ୟ କରୁଛନ୍ତି । ସୋନୁ ଲୋକମାନଙ୍କର ଖାଇବା ପିଇବା ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଉଛନ୍ତି। ସୋନୁ କିଛିଦିନତଳେ ବିହାରରେ ଏକ ଝିଅର ବିବାହରେ ଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *