ବିବାହର ବାର୍ଷିକୀରେ ଦେଲେ ଆଶ୍ଚର୍ଯ୍ୟଜନକ ଉପହାର, ସ୍ତ୍ରୀଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣିଲେ ସ୍ୱାମୀ,ଜାଣନ୍ତୁ ପୁରା ଖବର

ଆପଣ ପ୍ରେମରେ ପଡିଥିବା ଦମ୍ପତିଙ୍କୁ ଦେଖିଥିବେ, ଯେଉଁଥିରେ ପୁଅ ତାଙ୍କ ପ୍ରେମିକା ସହିତ ତାଙ୍କ ପାଇଁ ଚନ୍ଦ୍ର ଏବଂ ତାରା ଆଣିଦେବାକୁ କଥା କହିଥାନ୍ତି | ଏମିତି କିଛି ରାଜସ୍ଥାନର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ନାମକ ଜଣେ ବ୍ୟକ୍ତି କରିଛନ୍ତି | ଧର୍ମେନ୍ଦ୍ର ନିଜ ବିବାହ ବାର୍ଷିକୀରେ ଚନ୍ଦ୍ର ତ ଆଣି ନଥିଲେ କିନ୍ତୁ ସ୍ତ୍ରୀଙ୍କୁ ଚନ୍ଦ୍ରରେ ତିନି ଏକର ଜମି ଉପହାରରେ ଦେଇଥିଲେ | ଧର୍ମେନ୍ଦ୍ର ଅନିଜା କହିଛନ୍ତି ଯେ ତାଙ୍କ ବିବାହର ଅଷ୍ଟମ ବାର୍ଷିକୀରେ ସେ ସ୍ତ୍ରୀ ସପନା ଅନିଜାଙ୍କ ପାଇଁ କିଛି ଖାସ କରିବା ପାଇଁ ଚନ୍ଦ୍ରରେ ଜମି କିଣିଥିଲେ |

Google

ସେ କହିଛନ୍ତି ଡିସେମ୍ବର ୨୪ ତାରିଖରେ ଆମ ବିବାହର ବାର୍ଷିକୀ ଥିଲା | ମୁଁ ତାଙ୍କ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଥିଲି | ଅନ୍ୟମାନେ କାର ଏବଂ ଗହଣା ପରି ସାଂସାରିକ ସମ୍ପତିର ଉପହାର ଦେଇଥାନ୍ତି, କିନ୍ତୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି | ତେଣୁ ମୁଁ ତାଙ୍କ ପାଇଁ ଚନ୍ଦ୍ର ଉପରେ ଜମି କିଣିଦେଇଛି |

Google

ଧର୍ମେନ୍ଦ୍ର ଅନିଜା ଲୁନା ସୋସାଇଟି ଇନ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି କିଣିପାରିଛନ୍ତି | ଧର୍ମେନ୍ଦ୍ର ଅନିଜା କହିଛନ୍ତି ଯେ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାପାଇଁ ପ୍ରାୟ ଏକ ବର୍ଷ ଲାଗିଗଲା | ସେ କହିଛନ୍ତି, ” ମୁଁ ବହୁତ ଖୁସି | ମତେ ଲାଗୁଛି ଯେ ମୁଁ ଚନ୍ଦ୍ର ଉପରେ ଜମି କିଣିଥିବା ଲୋକ ରାଜସ୍ଥାନରେ ପ୍ରଥମ ବ୍ୟକ୍ତି ଅଟେ |”

Google

ସପନା ଅନିଜା କହିଛନ୍ତି ଯେ ତାଙ୍କୁ ନିଜ ସ୍ୱାମୀଙ୍କ ଠାରୁ ଏହିପରି ସ୍ପେଶାଲ ” ଦୁନିଆ ବାହାରର ” ଉପହାର ମିଳିବ ବୋଲି ସେ ଆଶା କରିନଥିଲେ | ସପନା ଅନିଜା କହିଛନ୍ତି, ” ମତେ ବହୁତ ଖୁସି ଲାଗୁଛି | ଆଶା ନଥିଲା ଯେ ସେ ମତେ କିଛି ସ୍ପେଶାଲ ଉପହାର ଦେବେ | ସେହିପରି ବିବାହର ବାର୍ଷିକୀରେ ପାର୍ଟି ନିମନ୍ତେ ମଧ୍ୟ ଆୟୋଜନ କରାଯାଇଥିଲା |

Google

ଧର୍ମେନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି, ” ଏମିତି ଲାଗୁଛି, ଯେପରି ଆମେ ଚନ୍ଦ୍ରମା ଉପରେ ଅଛୁ | ଉତ୍ସବ ସମୟରେ ସେ ମତେ ସମ୍ପତ୍ତିର କାଗଜପତ୍ର ଦେଇଥିଲେ |” କୁହାଯାଉଛି ଯେ କିଛି ମାସ ପୂର୍ବରୁ ଅଭିନେତା ଶାହରୁଖ ଖାନ ଏବଂ ସ୍ୱର୍ଗୀୟ ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ପ୍ରେରିତ ହୋଇ ବୋଧଗୟାର ବାସିନ୍ଦା ନିରାଜ କୁମାର ମଧ୍ୟ ନିଜ ଜନ୍ମଦିନରେ ଚନ୍ଦ୍ରରେ ଏକ ଏକର ଜମି କିଣିଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *