ବ୍ରିଟେନରେ ବ୍ୟାପି ଥିବା ଏହି କୋରୋନାର ନୂଆ ଷ୍ଟ୍ରେନ ଦ୍ଵାରା ୨୦୨୧ରେ ବଢିପାରେ ମୃତ୍ୟୁ ସଂଖ୍ୟା , ବୈଜ୍ଞାନିକଙ୍କ ସତର୍କ ବାଣୀ,ଜାଣନ୍ତୁ ପୁରା ଖବର

ବ୍ରିଟେନରେ ବ୍ୟାପୁଥିବା କୋରନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକ ମାନେ ନୂଆ ଶୋଧ ଜରିଆରେ ସତର୍କ ସୂଚନା ଦେଇଛନ୍ତିକି, ଏହି ନୂଆ ଷ୍ଟ୍ରେନ ପୁରୁଣା ଭାଇରସ ତୁଳନାରେ ୫୬ ପ୍ରତିଶତ ଅଧିକ ଭୟାନକ ଅଟେ। ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ବୈଜ୍ଞାନିକ ମାନଙ୍କ ଅନୁସାରେ ବ୍ରିଟେନରେ ଖୁବ୍ ଶୀଘ୍ର ଟୀକାକରଣର କାର୍ଯ୍ୟକ୍ରମ ଆରମ୍ଭ ହେବ।

ଲଣ୍ଡନ ସ୍କୁଲ ଅଫ ହାଇଯିନ ଏଣ୍ଡ ଟ୍ରାପିକାଲ ମେଡିସିନରେ ମେଥେମେଟିକାଲ ମଡେଲିଂ ଅଫ ଇଁଫେକ୍ସୀୟସ ଡିଜିଯ ତରଫରୁ ପ୍ରକାଶିତ ଶୋଧ ଅନୁସାରେ ନଭେମ୍ବରରେ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଷ୍ଟ୍ରେନ କାରଣରୁ ଆଗାମୀ ବର୍ଷ କୋଭିଡ-୧୯ରୁ ଡାକ୍ତରଖାନାରେ ଅଧିକ ଭର୍ତି ହେବେ ଏବଂ ଅଧିକ ମୃତ୍ୟୁ ହେବାର ସମ୍ଭାବନା ରହିଛି।

Google

ଶୋଧକର୍ତାଙ୍କ କହିବା ଅନୁସାରେ ଏବେ ମଧ୍ୟ ନିଶ୍ଚିତ ହୋଇନାହିଁକି ମ୍ୟୁଟେଡେଡ଼ ଷ୍ଟ୍ରେନ ପୁରୁଣା ବେରୀୟଂଟ ରୁ ଅଧିକ ବା କମ ଭୟଙ୍କର ଅଟେ। ଶୋଧକର୍ତାଙ୍କ କହିବା ଅନୁସାରେ ସଂକ୍ରମଣ ଦରରେ ବୃଦ୍ଧି ହେବାଦ୍ବାରା ୨୦୨୧ ପର୍ଯ୍ୟନ୍ତ କୋଭିଡ଼-୧୯ ଦ୍ଵାରା ରୋଗୀର ମୃତ୍ୟୁ ଏବଂ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧିହେବ।

ଶୋଧର ଲେଖକ ମାନେ ଚେତାବନୀ ଦେଇଛନ୍ତିକି ନଭେମ୍ବରରେ ଇଂଲଣ୍ଡରେ ଲାଗୁ କରାଯାଇଥିବା ରାଷ୍ଟ୍ରୀୟ ଲକଡାଉନରେ ସେତେ ପର୍ଯ୍ୟନ୍ତ ସଂକ୍ରମଣକୁ ରୋକି ହେବନାହିଁ, ଯେତେ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ,ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରାଯାଇନାହିଁ। ଯଦି ପ୍ରତିବନ୍ଧରେ କିଛି ଢିଲା ରଖାଯିବ ତାହେଲେ ଏହି ମାମଲା ବଢ଼ିବାକୁ ଲାଗିବ।

Google

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଷ ଜେନେରସ ଖ୍ରିସମଷର ଛୁଟିରେ ଶକ୍ତ ପ୍ରତିବନ୍ଧର ଘୋଷଣା କରିଛନ୍ତି। ଏହାଛଡା ବୋରିଶ ଜେନେରସ କହିଲେ କି ନୂଆ ଷ୍ଟ୍ରେନ ପୁରୁଣା ବେରୀୟଣ୍ଟ ମୁକାବିଲାରେ ସଂକ୍ରମଣର ସ୍ଥିତି ୭୦ ପ୍ରତିଶତ ବୃଦ୍ଧି ହୋଇ ଯାଇଛି। ୪୦ ଦେଶରେ ବ୍ରିଟେନକୁ ଯାତ୍ରା ରଦ୍ଦ କରାଯାଇଛି। କିନ୍ତୁ ୟୁରୋପିଆନ ଦେଶରେ ସରକାର ନିଜ ଦେଶରେ ପ୍ରତିବନ୍ଧରେ କିଛି ଢିଲା ରଖିଛନ୍ତି।

ବାୟୋଏନଟେକକୁ କୋ – ଫାଉଣ୍ଡର କହିଲେ ଆମର ଭ୍ୟାକ୍ସିନ ଏହି ମ୍ୟୁଟେଡେଡ ଭାଇରସ ଉପରେ ମଧ୍ୟ କାମ କରିବ। ଯଦି ଏହାର ପ୍ରଭାବ ନପଡେ ତାହେଲେ ଆଗାମୀ ସପ୍ତାହ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ କରା ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *