ଯଶପ୍ରୀତ ବୁମରା ହେଲେ ୨୦୨୦ ମସହାରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ କ୍ରିକେଟର । ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇଲେ ବୁମରା,ଜାଣନ୍ତୁ ବୁମରାଙ୍କ ରୋଜଗାର ବିଷୟରେ

ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଭାରତୀୟ କ୍ରିକେଟରେ 2020 ମସିହାରେ ଅଧିକ ରୋଜଗାର ଖେଳାଳି ହୋଇଯାଇଛନ୍ତି । ଏମିତିକି ସେ, ଅଧିନାୟକ ବିରାଟ କୋହଲିଙ୍କ ଠାରୁ ମଧ୍ୟ ଏହିବର୍ଷ ଅଧିକ ରୋଜଗାର କରିଛନ୍ତି। ବିସିସିଆଇ ତରଫରୁ ସେ ଅଧିକ ଟଙ୍କା କମାଇବା ଖେଳାଳି ହୋଇଛନ୍ତି। ବର୍ଷ ଆରମ୍ଭରୁ ବୁମରା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ 1.5 କୋଟି ଟଙ୍କା ମ୍ୟାଚ ଖେଳି କମାଇଛନ୍ତି । ବିସିସିଆଇ ଦ୍ୱାରା ବୁମରାଙ୍କୁ A+ ଗ୍ରେଡ ମାନ୍ୟତା ଦିଆଯାଇଛି । ସେ ଏହିବର୍ଷ 4ଟି ଟେଷ୍ଟ 9ଟି ଦିନିକିଆ ଓ 8ଟି t-20 ମ୍ୟାଚ ଖେଳିଥିଲେ ।

Google

ବିସିସିଆଇର ନିୟମ ଅଛି ଯେ, ପ୍ରତି ଭାରତୀୟ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ଖେଳିବା ପାଇଁ 15 ଲକ୍ଷ, ଗୋଟିଏ ଦିନିକିଆ ମ୍ୟାଚ ଖେଳିବାପାଇଁ 5 ଲକ୍ଷ ଓ ଗୋଟିଏ t-20 ମ୍ୟାଚ ଖେଳିବାପାଇଁ 3 ଲକ୍ଷ ଦିଆଯାଇଥାଏ । ଏହିପରି ବୁମରାଙ୍କୁ ମୋଟ 1.38 କୋଟି ଟଙ୍କା ମିଳିଛି । ଏଥିରେ ବାର୍ଷିକ ମିଳିବାକୁ ଥିବା କଣ୍ଟ୍ରାକ୍ଟ ଟଙ୍କା ମଧ୍ୟ ମିଳିନାହିଁ। ଦ୍ଵିତୀୟରେ କୋହଲି 3ଟି ଟେଷ୍ଟ, 9ଟି ଦିନିକିଆ ଓ 10ଟି t-20 ମ୍ୟାଚ ଖେଳି ମୋଟ 1.29 କୋଟି ଟଙ୍କା ରୋଜଗାର କରିଛନ୍ତି । ରବୀନ୍ଦ୍ର ଜାଡେଜା ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ 96 ଲକ୍ଷ ଟଙ୍କା ମିଳିଛି । ଜାଡେଜା ଦୁଇଟି ଟେଷ୍ଟ 9ଟି ଦିନିକିଆ ଓ 4ଟି t-20 ମ୍ୟାଚ ଖେଳିଛନ୍ତି ।

ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି t-20 ମ୍ୟାଚ ଖେଳିନଥିଲେ କାରଣ ସେ ଆଘାତ ପାଇଁ ଦଳରେ ସାମିଲ ନଥିଲେ। ରୋହିତ ଶର୍ମା ଏହି ଲିଷ୍ଟରେ ଶୀର୍ଷ 5 ନମ୍ବରରେ ନାହାଁନ୍ତି କାରଣ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ଚଳିତବର୍ଷ ଆଘାତ କାରଣରୁ ବହୁତ ମ୍ୟାଚରେ ଖେଳିନଥିଲେ। ସେ ଏହିବର୍ଷ ମୋଟ 3ଟି ଦିନିକିଆ ଓ 4ଟି t-20 ମ୍ୟାଚ ଖେଳିଥିଲେ। ଏହିପରି ରୋହିତଙ୍କୁ ମୋଟ 30 ଲକ୍ଷ ଟଙ୍କା ମିଳିଛି।

Google

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ପରେ ବିରାଟ କୋହଲି ଉପସ୍ଥିତ ରହିବେନାହିଁ କାରଣ ସେ ଆଗାମୀ ମାସରେ ପିତା ହେଉଛନ୍ତି ଓ ସେଥିପାଇଁ ସ୍ବଦେଶ ଫେରିଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ରାହାଣେଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ରୋହିତ ଶର୍ମାଙ୍କ ଠାରୁ ଅଧିକ ମ୍ୟାଚ ଫିସ ଏହିବର୍ଷ ରାହାଣେ ଓ ଋଷଭ ପନ୍ତଙ୍କୁ ମିଳିଛି । ରାହାଣେ 4ଟି ଟେଷ୍ଟ ମ୍ୟାଚ ଖେଳି 60 ଲକ୍ଷ ଟଙ୍କା ପାଇଥିବା ବେଳେ ଋଷଭ ପନ୍ତ ତିନୋଟି ଟେଷ୍ଟ, ଗୋଟିଏ ଦିନିକିଆ ଓ 3ଟି t-20 ମ୍ୟାଚ ଖେଳି 57 ଲକ୍ଷ ଟଙ୍କା କମାଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *