କରୋନା ଟିକାରେ ସରକାରଙ୍କୁ କଲେ ସାହାଯ୍ୟ, ପୁରସ୍କାର ମିଳିବ ୪୦ ଲକ୍ଷ ଟଙ୍କା,ଜାଣନ୍ତୁ ସମ୍ପୂର୍ଣ ସୂଚନା

କରୋନା ଭାଇରସ କାରଣରୁ ପୂରା ପୃଥିବୀ ପାଖାପାଖି ୮ମାସରୁ ଉର୍ଦ୍ଧ୍ବ ସମୟ ଅସୁବିଧାରେ ରହିଛି| ଆମେରିକା ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ମାମଲାରେ ଭାରତ ରହିଛି| ଏହିଭଳି ଦେଶରେ କରୋନା ଟିକାକରଣ ଅଭିଯାନର ପ୍ରସ୍ତୁତି ଜାରି ରହିଛି| ଏହା ପ୍ରଥମ ପର୍ଯ୍ୟାୟ ତେଣୁ ସରକାର କୈାଣସି ପ୍ରକାରର ଢିଲା କରିବାକୁ ଚାହୁଁନାହାଁନ୍ତି| ଏହା ସହ ସରକାରଙ୍କ ଦ୍ଵାରା ଏକ ସୁଯୋଗ ଦିଆଯାଉଛି ଯେଉଁ ପ୍ରକ୍ରିୟାରେ ଆପଣ ଟିକା ବିତରଣରେ ସାମିଲ ହେଇପାରିବ|

Google

ପ୍ରକୃତରେ ସରକାର ଟିକା ବିତରଣ ପ୍ରକ୍ରିୟାକୁ ମଜବୁତ କରିବାକୁ ଚାହୁଁଛନ୍ତି, ଯାହା ଅନ୍ତର୍ଗତ ଏକ ଚ୍ୟାଲେଞ୍ଜ ନେଇକି ଆସିଛନ୍ତି| କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ସୂଚନା ପ୍ରଦ୍ୟୋଗିକି ମନ୍ତ୍ରାଳୟ ଚାହୁଁଛନ୍ତି କି ଦେଶର ଷ୍ଟାର୍ଟଅପ୍ ଓ ତକନିକି ବିଶେଷଜ୍ଞ ଟିକା ବିତରଣ ସମୟରେ ଆସିବାକୁ ଥିବା ସମସ୍ୟାର ସମାଧାନ କରନ୍ତୁ| ସାରା ଦେଶରେ କୋଭିଡ୍ ଭେକସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ଟିକା ବିତରଣ କରିବ|

ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟେକ୍ନୋଲୋଜି ଡେଭଲପମେଣ୍ଟ ସହ ୭ଟି ଯାଗାକୁ ଚିହ୍ନଟ କରାଯାଇଛି ଯାହାକି ବିତରଣ ସମୟରେ ଅସୁବିଧା ହୋଇପାରେ| ଏହି ୭ଟି ସମସ୍ୟା ଯେଉଁ ଠାରେ ଆସିବ ତା’ହେଲେ ଇନ୍ଫ୍ରାଷ୍ଟକଚର,ମନିଟୋରିଙ୍ଗ ଓ ମ୍ୟାନେଜମେଣ୍ଟ, ଡାଇନାମିକ୍ ଲୋନିଙ୍ଗ୍ଓ ଇନଫରମେସନ ସିଷ୍ଟମ,ମାନବ ସଂଶାଧନର ସୀମା,ଭ୍ୟାକସିନ ଲଜିଷ୍ଟିକ ମ୍ୟାନେଜମେଣ୍ଟ ଓ ଟିକା କରଣ ପରେ କିଛି ପ୍ରତିକୂଳ ପ୍ରଭାବ ପାଇଁ ଅଭ୍ୟର୍ଥୀଙ୍କ ଟ୍ରାକିଙ୍ଗ୍|

Google

ଏହିପରି ଭାବେ ଏହି ଚ୍ୟାଲେଞ୍ଜରେ ଭାଗନେଇ ବହୁ ଷ୍ଟାର୍ଟଅପ୍ ଲକ୍ଷାଧିକ ଟଙ୍କା ଜିତିପାରିବେ| ଟିକା ବିତରଣ ପ୍ରକ୍ରିୟାକୁ ସୂଚାରୁରୂପେ କରିବା ପାଇଁ ଷ୍ଟାର୍ଟଅପ୍ଓ ତକନିକି ବିଶେଷଜ୍ଞଙ୍କୁ ଭାଗ ନେବାକୁ କୁହାଯାଇଛି| ୨୨ଡିସେମ୍ବରରେ ପଞ୍ଚ ହେବାକୁ ଥିବା ଏହି ଚ୍ୟାଲେଞ୍ଜରେ ଆପଣ ୧୫ ଜାନୁଆରୀ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ| ଭାରତୀୟ ଟେକଷ୍ଟାର୍ଟ ଅପ ପ୍ଲାଟଫର୍ମରେ ଏହି ଚ୍ୟାଲେଞ୍ଜ ଉପଲବ୍ଧ|

Google

ଯଦି ଆପଣ ଏହି ଚ୍ୟାଲେଞ୍ଜରେ ଭାଗ ନେବାପରେ ଯଦି ଆପଣଙ୍କ ଚୟନ ହେଲେ, ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ| ଏଥିପାଇଁ ଶୀର୍ଷ ୫ ଲୋକଙ୍କ କୋଭିଡ ଭ୍ୟାକସିନ ଇଣ୍ଟେଲିଜେନ୍ସ ନେଟୱର୍କ ଆପ୍ଲିକେସନ୍ ପ୍ରୋଗ୍ରାମିଙ୍ଗ ଇଣ୍ଟରଫେସ୍ ଦିଆଯିବ, ଫଳରେ ଆଇଡ଼ିଆ ପ୍ଲାଟଫର୍ମ ସହ ଯୋଡା ଯାଇପାରିବ| ଏଥିପାଇଁ ଯେଉଁ ଲୋକଙ୍କ ସର୍ଟଲିଷ୍ଟ ହେବ, ତାଙ୍କୁ ଜିନିଷର ଆବଶ୍ୟକତା ପାଇଁ ୨ଲକ୍ଷ ଟଙ୍କା ଦିଆଯିବ| ଫାଇନାଲ ବିଜେତାଙ୍କୁ ୪୦ ଲକ୍ଷ ଓ ରନର୍ସ ଅପ୍ ପାଇଁ ୨୦ଲକ୍ଷ ଟଙ୍କା ଦିଆଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *