DRDO ପ୍ରସ୍ତୁତ କଲା କାର୍ବାଇନ ବନ୍ଧୁକ, ଗୋଟିଏ ମିନିଟରେ କରିବ ୭୦୦ ରାଉଣ୍ଡ ଗୁଳି

କାର୍ବାଇନର ଅନ୍ତିମ ପରୀକ୍ଷଣକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଶେଷ କରିସାରିଛି। ଏହା ବର୍ତ୍ତମାନ ସେନାର ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଇଛି ବୋଲି DRDO କହିଛି। ଏହା ସେହି କାର୍ବାଇନ ବନ୍ଧୁକ ଅଟେ, ଯାହା ପ୍ରତି ମିନିଟରେ ୭୦୦ ରାଉଣ୍ଡ ହାରରେ ଗୁଳି ଚଳାଇପାରେ।

Google

ବାସ୍ତବରେ, DRDO ପକ୍ଷରୁ ଇଣ୍ଡିଆନ ଏକ୍ସପ୍ରେସ ତାହାର ଏକ ରିପୋର୍ଟରେ କହିଛି ଯେ, ଗତ ସପ୍ତାହରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ କାର୍ବାଇନ ପ୍ରସ୍ତୁତ କରାଯାଇଛି ବୋଲି କହିଥିଲା। ସେନା ଦ୍ୱାରା ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟକୁ ମଧ୍ୟ ଶେଷ କରିଦିଆଯାଇଛି ଏବଂ ଏହା ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ ରହିଛି।

ରିପୋର୍ଟ ଅନୁଯାୟୀ, ସେନାର ଅନ୍ତିମ ପରୀକ୍ଷଣ ପରେ ବର୍ତ୍ତମାନ ଏହାକୁ CRPF,BSF ଏବଂ ରାଜ୍ୟ ପୋଲିସ ବଳରେ ଅନ୍ତର୍ଭୁକ୍ତ କରାଯାଇପାରେ। ଏହି କାର୍ବାଇନ ଅସ୍ତ୍ରାଗାରକୁ ଆଧୁନିକ ଏବଂ ନୂତନ କୌଶଳ ଦ୍ୱାରା ସଜ୍ଜିତ କରିବ। ଏହାସହ ଏହା ବର୍ତ୍ତମାନ ସମୟରେ ସେନା ଦ୍ୱାରା ବ୍ୟବହାର କରାଯାଉଥିବା ୯ ଏମଏମ କାର୍ବାଇନର ସ୍ଥାନ ନେବ।

Google

DRDO କହିଛି ଯେ, ଜଏଣ୍ଟ ଭେଞ୍ଚର ପ୍ରୋଟେକ୍ଟିଭ କାର୍ବାଇନ ଅଳ୍ପ ପରିସରର ଅପରେଶନ ପାଇଁ ଏକ ସ୍ୱତନ୍ତ୍ର ଅସ୍ତ୍ର ଅଟେ। ଏହାର ବିଶେଷତ୍ବ ହେଉଛି, କ୍ରମାଗତ ଭାବରେ ଗୁଳିଚାଳନା ସମୟରେ ସେନା ଏହାକୁ ଆରାମର ସହ ସମ୍ଭାଳି ପାରିବେ। ଏହା ଏତେ ହାଲୁକା ଯେ, ସେନା କେବଳ ଗୋଟିଏ ହାତରେ ଧରି ଗୁଳିଚାଳନା କରିପାରିବେ।

ଜଏଣ୍ଟ ଭେଞ୍ଚର ପ୍ରୋଟେକ୍ଟିଭ କାର୍ବାଇନ(JVPC) ଏକ ଗ୍ୟାସ ଚାଳିତ ସେମି ଅଟୋମେଟିକ ଅସ୍ତ୍ର ଅଟେ। DRDOର ପୁନେ ସ୍ଥିତ ପରୀକ୍ଷାଗାର ଆର୍ମମେଣ୍ଟ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି।

Google

ଆକର୍ଷଣୀୟ କଥା ଏହା ଯେ, କାର୍ବାଇନ ପ୍ରତି ମିନିଟରେ ୭୦୦ ରାଉଣ୍ଡ ଗୁଳିଚାଳନା କଟିପାରିବ। ଏହାକୁ କାହାକୁ କ୍ଷତି ନ ପହଞ୍ଚାଇ ଟାର୍ଗେଟ ଉପରେ ଆକ୍ରମଣ କରିପାରେ। ଏହି କାର୍ବାଇନ ପାଇଁ ଗୁଳି ପୁନେର ଏମ୍ୟୁଶନ କାରଖାନାରେ ପ୍ରସ୍ତୁତ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *