ବକ୍ସିଂ ଡେ’ ଟେଷ୍ଟ : ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ

ବକ୍ସିଂ ଡେ’ ଟେଷ୍ଟ ତଥା ମେଲବର୍ଣ୍ଣରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ପ୍ରଥମ ଇଂନିଙ୍ଗରେ ଶତକ ହାସଲ କରିଛନ୍ତି | ସେ ୧୯୫ ଟି ବଲ ଖେଳି ୧୦୦ ରନ ସଂଗ୍ରହ କରିଛନ୍ତି | ଯେଉଁଥିରେ ୧୧ ଟି ଚୌକ ମଧ୍ୟ ସାମିଲ ରହିଛି |ଏ ହେଉଛି ତାଙ୍କର ଟେଷ୍ଟରେ ୧୨ତମ ଶତକ| ବର୍ତ୍ତମାନ ମଧ୍ୟ ରାହାଣେ ବ୍ୟାଟିଂ ଜାରି ରଖିଛନ୍ତି | ରାହାଣେଙ୍କ ସମୁଖରେ ୪ଟି ୱିକେଟର ପତନ ହୋଇଥିଲେ ସୁଦ୍ଧା ସେ ଧର୍ଯ୍ୟର ସହିତ ଇଂନିଙ୍ଗସକୁ ଆଗକୁ ନେଇ ଚାଲିଥିଲେ | ଖବର ଲେଖାଯିବା ସୁଦ୍ଧା ୮୮ ଓଭରରେ ଭାରତ ୫ ୱିକେଟ୍ ହରାଇ ୨୬୮ ରନ୍ କରିଥିବା ବେଳେ ୭୩ ରନ୍‌ର ଅଗ୍ରଣୀ ରହିଛି |

Google

ରାହାଣେଙ୍କ ସହିତ ରବୀନ୍ଦ୍ର ଜାଡେଜା ମଧ୍ୟ କ୍ରିଜରେ ସାମିଲ ଅଛନ୍ତି |ସେ ୮୬ଟି ବଲ୍‌ରେ ୩୬ ରନ୍ କରି ଖେଳୁଛନ୍ତି |ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗତକାଲି ତା’ର ପ୍ରଥମ ଇନିଂସରେ ୧୯୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *