ମିଚେଲ ଷ୍ଟାର୍କଙ୍କ ପାଇଁ ଗୁରୁତ୍ୱପୁର୍ଣ ହେଲା ଋଷଭ ପନ୍ତଙ୍କ ୱିକେଟ, ଅଷ୍ଟ୍ରେଲିଆ ପାଇଁ କଲେ ଏହି ରେକର୍ଡ

ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ରବିବାର ଦିନ ମେଲବର୍ନ ଟେଷ୍ଟର ଦ୍ଵିତୀୟ ଦିନ ଭାରତୀୟ ବ୍ୟାଟ୍ସମେନ ଋଷଭ ପନ୍ତଙ୍କୁ ଆଉଟ କରି ଏହି ଉପଲବ୍ଧିକୁ ନିଜ ନାମରେ କରିଛନ୍ତି।

Google

ମିଚେଲ ଷ୍ଟାର୍କ ଋଷଭ ପନ୍ତଙ୍କୁ ଆଉଟ କରି ନିଜର ୨୫୦ତମ ୱିକେଟ ପୂରଣ କରିଥିଲେ। ମିଚେଲ ଷ୍ଟାର୍କ ୫୯ତମ ଟେଷ୍ଟ ମ୍ଯାଚରେ ନିଜର ୨୫୦ୱିକେଟ ପୂରଣ କରିନେଲେ।

ଷ୍ଟାର୍କ ଶନିବାର ଦିନ ମୟଙ୍କ ଅଗ୍ରୱାଲଙ୍କୁ ଶୁନରେ ଆଉଟ କରି ଶୀଘ୍ର ପେଭିଲିୟନକୁ ପଠାଇଥିଲେ। ଷ୍ଟାର୍କ ଅଷ୍ଟ୍ରେଲିଆର ଏଇଛି ବେନୋଙ୍କୁ ପଛରେ ପକାଇଦେଲେ। ଯାହାଙ୍କ ନାମରେ ୨୪୮ଟି ୱିକେଟ ଅଛି।

ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ ୱିକେଟରେ ସବୁଠୁ ଅଧିକ ୱିକେଟ ନେଇଥିବା ଖେଳାଳିଙ୍କ ଲିଷ୍ଟରେ ଶେନ ୱାର୍ନଙ୍କ ନାମ ସବୁଠୁ ଉପରେ ଅଛି। ତାଙ୍କ ନାମରେ ୭୦୮ଟି ୱିକେଟ ଅଛି।

Google

ଅଷ୍ଟ୍ରେଲିଆ ପାଇଁ ସବୁଠୁ ଅଧିକ ଟେଷ୍ଟ ୱିକେଟ୍ ନେଇଥିବା ବୋଲର:-

୧। ଶେନ ୱାର୍ନ – ୭୦୮ ୱିକେଟ

୨। ଗ୍ଲେନ୍ ମ୍ୟାକଗ୍ରା – ୫୬୩ ୱିକେଟ

୩। ନାଥନ ଲିୟୋନ – ୩୯୨ ୱିକେଟ (ଲିୟୋନ ଏବେ ମଧ୍ୟ ଖେଳୁଛନ୍ତି)

୪। ଡେନିସ ଲିଲି – ୩୫୫ ୱିକେଟ

୫। ମିଚେଲ ଜନସନ – ୩୧୩ ୱିକେଟ

୬। ବ୍ରେଟ ଲି – ୩୧୦ ୱିକେଟ

୭। କ୍ରେଗ୍ ମ୍ୟାକଡର୍ମଟ – ୨୯୧ ୱିକେଟ

୮। ଜେସନ ଗିଲ୍ସପି – ୨୫୯ ୱିକେଟ

୯। ମିଚେଲ ଷ୍ଟାର୍କ – ୨୫୦ ୱିକେଟ (ଷ୍ଟାର୍କ ଏବେ ମଧ୍ୟ ଖେଳୁଛନ୍ତି)

Google

ଜଣାଇଦେଉଛୁ ଯେ, ପନ୍ତ ବ୍ୟାଟିଂ କରିଥିଲେ ଓ ସେହି ସମୟରେ ଷ୍ଟାର୍କ ବୋଲିଂ କରିବାକୁ ଆସିଥିଲେ ଓ ଋଷଭ ପନ୍ତଙ୍କ ବ୍ୟାଟର କଡରେ ବାଜି ଟିମ ପେନଙ୍କ ହାତକୁ ଯାଇଥିଲା। ଏହା ଟିମ ପେନଙ୍କର ୧୫୦ତମ କ୍ୟାଚ ଅଟେ ଓ ଷ୍ଟାର୍କଙ୍କର ୧୫୦ତମ ୱିକେଟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *