ଆମେରିକା ପ୍ରସ୍ତୁତ କରୁଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଭ୍ୟାକ୍ସିନ,ଯାହାକୁ ଫ୍ରୀଜ଼ରେ ରଖାଯାଇ ପାରିବ ,ଜାଣନ୍ତୁ ସେ ଭ୍ୟାକ୍ସିନର ଖାସ ବିଶେଷତ୍ୱ ବିଷୟରେ

କରୋନା ଭ୍ୟାକ୍ସିନ ଫାଇଜରକୁ ନେଇ ଏକ ଭଲ ଖବର ମିଳିଛି। ଏହା ଭ୍ୟାକ୍ସିନର ମଞ୍ଜୁରୀକୁ ନୁହେଁ ବରଂ ତାପମାନକୁ ନେଇ ହୋଇଛି । ଆମେରିକାର ଏହି ଫାଇଜର କମ୍ପାନୀ ଭ୍ୟାକ୍ସିନ ମାଇନସ 70 ଡିଗ୍ରୀରେ ଷ୍ଟୋର କରାଯାଉଛି । କିନ୍ତୁ ଭାରତରେ ଏହି ତାପମାନ ସଠିକ ନୁହେଁ ସେଥିପାଇଁ ଆମେରିକା ଏକ ସ୍ୱତନ୍ତ୍ର ଭ୍ୟାକ୍ସିନ ଭାରତ ପାଇଁ ପ୍ରସ୍ତୁତ କରୁଛି। ଭ୍ୟାକ୍ସିନ ବନାଇବା କମ୍ପାନୀ ଫାଇଜରର ଦାବି ଏହାକି ଯେ, ଏକ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଉଛି ଯାହାକୁ ଫ୍ରିଜରେ ରଖିବା ଯୋଗ୍ୟ ମାନାଯାଉଛି । ଆପଣଙ୍କୁ ଫାଇଜରର ଏହି ନୂଆ ଟୀକା ବିଷୟରେ କହିବୁ ଏହାପୂର୍ବରୁ ଆପଣଙ୍କୁ ଭାରତରେ ଏହି ଭ୍ୟାକ୍ସିନର ପ୍ରସ୍ତୁତି କେତେ ବାଟ ପର୍ଯ୍ୟନ୍ତ ଗଲା ସେବିଷୟରେ ଆଲୋଚନା କରିବା ।

Google

ଭ୍ୟାକ୍ସିନେସନ ପାଇଁ ପ୍ରସ୍ତୁତ ଦେଶ ଗୁଡିକ :-

କରୋନା ଭ୍ୟାକ୍ସିନକୁ ନେଜ ସରକାର ଆଶ୍ବସ୍ଥି ଅଛନ୍ତି । କୁହାଯାଉଛି ଆଉ ମାତ୍ର ଏକସପ୍ତାହ ପରେ ଦେଶରେ କରୋନା ଭ୍ୟାକ୍ସିନ ଆସିବ । ବର୍ତ୍ତମାନ ସମସ୍ତ ରାଜ୍ୟ ପ୍ରସ୍ତୁତ ଅଛନ୍ତି । ଆରମ୍ଭର ପ୍ରଥମ ଚରଣରେ ପ୍ରାୟ 30 କୋଟି ଲୋକଙ୍କୁ ଭ୍ୟାକ୍ସିନ ଦେବା ପ୍ରସ୍ତୁତି ହୋଇସାରିଛି । ପ୍ରତେକ ସହର ଓ ଜିଲ୍ଲାରେ ଭ୍ୟାକ୍ସିନର ଷ୍ଟୋର ଖୋଲାଯିବ । ମାଇନସ 20 ଡିଗ୍ରୀ ଓ 70 ଡିଗ୍ରୀ ପର୍ଯ୍ୟନ୍ତ ଭ୍ୟାକ୍ସିନକୁ ଷ୍ଟୋର କରି ରଖାଯିବାପାଇଁ ଉପକରଣ ପ୍ରସ୍ତୁତ କରାଯାଉଛି ।

ଦିଲ୍ଲୀରେ କେତେ ଭ୍ୟାକ୍ସିନ ଆବଶ୍ୟକ :-

ମୁଖ୍ୟମନ୍ତ୍ରୀ କେଜରିୱାଲ ଘୋଷଣା କରିଛନ୍ତି କି, ଆରମ୍ଭରୁ ପାୟ 50 ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ । ଭ୍ୟାକ୍ସିନ ନେବାବାଲା ଫ୍ରଣ୍ଟଲାଇନର୍ସ ହେବେ । ଦିଲ୍ଲୀରେ 3 ଲକ୍ଷ ହେଲଥ କେୟାର ୱର୍କର ଓ 6 ଲକ୍ଷ ଫ୍ରଣ୍ଟଲାଇନ ୱାର୍କର ଏବଂ 50 ବର୍ଷରୁ ଉର୍ଦ୍ଧ ନାଗରିକଙ୍କୁ ପ୍ରଥମେ ଭ୍ୟାକ୍ସିନ ଦିଆଯିବ । ପ୍ରଥମ ଚରଣରେ ଟୀକା କରଣ ପାଇଁ ପ୍ରାୟ 1 କୋଟି ଭ୍ୟାକ୍ସିନ ଜାରି କରାଯିବ । ଦିଲ୍ଲୀରେ କୋଭିଡ଼ର 74 ଲକ୍ଷ ଭ୍ୟାକ୍ସିନ ଭଣ୍ଡାର ରହିଛି । କିନ୍ତୁ କେଜରିୱାଲ କହିଛନ୍ତି କି, ଭ୍ୟାକ୍ସିନେସନ ପାଇଁ 1 କୋଟି 15 ଲକ୍ଷ ଟୀକା ଷ୍ଟୋର କରାଯିବ ।

କେଉଁ ଭ୍ୟାକ୍ସିନର ମଞ୍ଜୁରୀ ଦିଆଯାଇଛି :-

ଭାରତରେ ବହୁତ ଜଲଦି କୋଭିସିଲଡ଼ି, କୋଭି ଭ୍ୟାକ୍ସିନ ଓ ଫାଇଜର ବହୁତ ଜଲଦି ବ୍ୟବହାର କାରଯିବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁରାବିକ, ଏହାର ଆଦେଶ ମିଳିବାପରେ ଭ୍ୟାକ୍ସିନ ଲାଗାଇବା ଆରମ୍ଭ କରାଯିବ । ଭ୍ୟାକ୍ସିନ ଲାଗାଇବା ପାଇଁ ବର୍ତ୍ତମାନ ଷ୍ଟାଫ ମାନଙ୍କୁ ଟ୍ରେନିଂ ଦିଆଯାଉଛି।

ଭ୍ୟାକ୍ସିନକୁ ନେଇ କଣ ରହିବ ଚାଲେଞ୍ଜ ? :-

(A) ଭ୍ୟାକ୍ସିନର ଷ୍ଟୋରେଜ :-

କରୋନା ଭ୍ୟାକ୍ସିନକୁ ଷ୍ଟୋର କରିବା ଓ ଏହାକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଚାଲେଞ୍ଜ ରହିବ । ବର୍ତ୍ତମାନ ଆମେରିକାର କାଲିଫର୍ଣ୍ଣିଆରେ ଫାଇଜର ଭ୍ୟାକ୍ସିନକୁ ମଇନସ 70 ରୁ 80 ଡିଗ୍ରୀ ତାପମାତ୍ରାରେ ରଖାଯାଇଛି । ଭୁଲ ତାପମାତ୍ରାରେ ଷ୍ଟୋର କରିବା କାରଣରୁ ଫାଇଜରର ସମସ୍ତ ଭ୍ୟାକ୍ସିନକୁ କାଲିଫର୍ଣ୍ଣିଆକୁ ଟ୍ରାନ୍ସଫର କରିଦିଆଗଲା ।

Google

B) ଭ୍ୟାକ୍ସିନର ସେଡ୍ୟୁଲ :-

ଭ୍ୟାକ୍ସିନ ସେଡ୍ୟୁଲ ବ୍ୟତୀତ ଭ୍ୟାକ୍ସିନର ସେଡ୍ୟୁଲକୁ ନେଇ ମଧ୍ୟ ବହୁତ ଚାଲେଞ୍ଜ ଦେଖାଦେବ । ଭ୍ୟାକ୍ସିନ ସେବେ ସଫଳ ହେବ ଯେବେ କମ ସେ କମ ଦୁଇଟି ଭ୍ୟାକ୍ସିନ ଏକ ଠିକ ସମୟରେ ଲାଗିଥାଏ । ଆପଣ ହରିଆନା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କ ଭ୍ୟାକ୍ସିନେସନ ବିଷୟରେ ତ ଶୁଣିଥିବେ । ଅନୀଲ ବିଜ ଟ୍ରାୟଲ ସମୟରେ କୋଭ୍ୟାକ୍ସିନର ପ୍ରଥମ ଟୀକା ଲଗାଇଥିଲେ । କିନ୍ତୁ ଦ୍ଵିତୀୟ ଡୋଜ ଲାଗିବା ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଗଲେ । କୁହାଯାଇଥିଲା ଭ୍ୟାକ୍ସିନର ଦୁଇଟି ଡୋଜ ହିଁ କାମ କରିବ ଯଦି ପ୍ରଥମ ଡୋଜ ନେବାପରେ ଦ୍ଵିତୀୟ ଡୋଜ ନିଆନଯାଏ ତାହେଲେ ଆପଣଙ୍କୁ କରୋନା ଆଟାକ କରିବ ।

ଭ୍ୟାକ୍ସିନ ନେବାପରେ ପ୍ରତିକ୍ରିୟା :-

ଏବେ ଏବେ ବିଗତ ସମୟରେ ଆମେରିକା ଓ ବ୍ରିଟେନରେ ଭ୍ୟାକ୍ସିନ ଲାଗାଇବା କାରଣରୁ କିଛି ଲୋକଙ୍କ ଠାରେ ଆଲର୍ଜି ଦେଖାଦେଇଥିଲା ସେଥିପାଇଁ ଭାରତରେ ଲୋକଙ୍କ ଠାରେ ଭ୍ୟାକ୍ସିନ ଲାଗିବା ଉପରେ ଯେପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାନଦିଏ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ । ସରକାରଙ୍କ ମୁତାବିକ ଭ୍ୟାକ୍ସିନ ଲାଗିବାର ଅଧଘଣ୍ଟା ପର୍ଯ୍ୟନ୍ତ ବ୍ୟକ୍ତି ଉପରେ ନଜର ରଖାଯିବ ।

ସାମାନ୍ୟ ତାପମାନ ଯୁକ୍ତ ଫାଇଜରର ନୂଆ ଭ୍ୟାକ୍ସିନ :-

ଏକ ଆଶଙ୍କା ଯାହାକି ସମସ୍ତଙ୍କ ମନରେ ରହିଛି ତାହା ହେଉଛି ଫାଇଜର ଭ୍ୟାକ୍ସିନର ତାପମାନକୁ ନେଇ । ବ୍ରିଟେନ, ଆମେରିକା ବ୍ୟତୀତ ଫାଇଜର ଭ୍ୟାକ୍ସିନ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଦିଆଯାଇଛି । କିନ୍ତୁ ଭାରତ ପାଇଁ ଫାଇଜର ଏକ ଭଲ ଖବର ଶୁଣାଇଛି । ଫାଇଜରର ସିଇଓ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ସେ ଏକ ନୂଆ ପଦ୍ଧତିରେ କାମ କରୁଛନ୍ତି ଯାହାଦ୍ୱାରା ଫାଇଜର ମେଡିସିନକୁ 70 ଡିଗ୍ରୀ ତାପମାତ୍ରାରେ ରଖିବା ଆବଶ୍ୟକ ହେବନାହିଁ ଓ ଏହାକୁ ସାଧାରଣ ରେଫ୍ରିଜିରେଟରରେ ରଖାଯାଇପାରିବ ।

ବର୍ତ୍ତମାନ ଭାରତରେ ଯୁଦ୍ଧସ୍ତର ଭାବରେ ଭ୍ୟାକ୍ସିନ ଉପରେ କାମ କରାଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ସଠିକ କହିଥିଲେ କି, ଭାରତ ପାଇଁ ବର୍ତ୍ତମାନ ସମସ୍ୟା ଟଳି ଯାଇଛି ଓ ଭ୍ୟାକ୍ସିନ ବହୁତ ଜଲଦି ଭାରତକୁ ଆସୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *