ସୁଶାନ୍ତ ସିଂଙ୍କ ସହିତ ଏହି ୯ ଜଣ ଷ୍ଟାରଙ୍କୁ ହରାଇଲା ୨୦୨୦,ନିଜ ଘରେ କଲେ ଆତ୍ମ-ହତ୍ୟା

୨୦୨୦ ବର୍ଷଟି ସାରା ଦୁନିଆ ପାଇଁ ବହୁତ ଖରାପ ବର୍ଷ ବୋଲି ପ୍ରମାଣିତ ହୋଇଛି | ବର୍ଷ ଆରମ୍ଭରୁ ହିଁ କରୋନା ଧକ୍କା ଦେଇଛି, ଯାହା ଆଜି ବି ଲୋକମାନଙ୍କୁ ନିଜ ଘରେ ନେଇଯାଇଛି | ସାରା ବିଶ୍ୱରେ ଅନେକ ଲୋକ ନିଜର ପ୍ରାଣ ଏହି କରୋନା ଭାଇରସ କାରଣରୁ ହରାଇଛନ୍ତି | ଆମ ଦେଶରେ ମଧ୍ୟ ଏହି ରୋଗ ହେତୁ ଅନେକ ପ୍ରକାରର କ୍ଷତି ହେଲା, ଯେଉଁଥିରେ ଲୋକମାନେ ପ୍ରାଣ ହରାଇଥିଲେ | ବଲିଉଡ ପାଇଁ ମଧ୍ୟ ଏହି ବର୍ଷ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଏକ ଖରାପ ଖବର ନେଇ ଆସିଛି | ଇଣ୍ଡଷ୍ଟ୍ରି ଅନେକ ଷ୍ଟାରଙ୍କୁ ହରାଇଛି |

ବଲିଉଡ ହରାଇଦେଲା ଅନେକ ଷ୍ଟାର :-

ବଲିଉଡରେ ଏପରି ଅନେକ ଷ୍ଟାରଙ୍କୁ ହରାଇଦେଲା, ଯାହାଙ୍କ ଭାଗ୍ୟରେ ୨୦୨୧ ବର୍ଷ ନଥିଲା | କାହାର ଜୀବନ କରୋନା ନେଇଗଲା ତ ଆଉ କିଛି ଲୋକ ଆତ୍ମହତ୍ୟା କଲେ | ଚାଲନ୍ତୁ ଜାଣିବା କିଛି ଷ୍ଟାରଙ୍କ ବିଷୟରେ |

ସୁଶାନ୍ତ ସିଂ ରାଜପୁତ :-

ସୁଶାନ୍ତ ଜୁନ ମାସ ୧୪ ତାରିଖରେ ନିଜ ମୁମ୍ବାଇ ସ୍ଥିତ ଘରେ ଫାଶୀ ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିଥିଲେ | ସୁଶାନ୍ତଙ୍କ ଏହି ସମ୍ବେଦନଶୀଳ ପଦକ୍ଷେପ ଯୋଗୁଁ ସମଗ୍ର ଦେଶରେ ଏକ ନୀରବତା ସୃଷ୍ଟି ହୋଇଥିଲା | ଜଣେ ହସଖୁସିରେ ରହୁଥିବା ଅଭିନେତାଙ୍କ ଏହିପରି ଭାବେ ଚାଲିଯିବା ଲୋକମାନଙ୍କୁ ଗଭୀର ଭାବରେ ଚକିତ କରିଥିଲା | ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ନେପୋଟିଜିମର ଅନେକ କଳା ସତ୍ୟ ଲୋକଙ୍କ ସାମ୍ନାକୁ ଆସିଥିଲା | ସୁଶାନ୍ତଙ୍କ ପରିବାର ସଦସ୍ୟ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ତାଙ୍କର ମୃତ୍ୟୁର କାରଣ ବୋଲି ଅଭିଯୋଗ ମଧ୍ୟ କରିଥିଲେ | ସୁଶାନ୍ତଙ୍କ ଆତ୍ମହତ୍ୟା କିମ୍ବା ମର୍ଡର ଏହି ରହସ୍ୟ ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ହିଁ ରହିଛି |

Google

ଦିଶା ସାଲିଆନ :-

ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ ମଧ୍ୟ କିଛି ରହସ୍ୟମୟ ସଂଯୋଗରେ ଆତ୍ମହତ୍ୟା କରିଥିଲେ |

Google

ଆସିଫ ବସରା :-

ବଲିଉଡ ଅଭିନେତା ଆସିଫ ବସରା ୧୨ ତାରିଖରେ ଆତ୍ମହତ୍ୟା କରିଥିଲେ | ଏହି ଅଭିନେତାଙ୍କ ମୃତ୍ୟୁ ପାଇଁ ମଧ୍ୟ ଇଣ୍ଡଷ୍ଟ୍ରି ଏକ ମୂଲ୍ୟବାନ ହୀରାକୁ ହରାଇଥିଲା | ୫୩ ବର୍ଷୀୟ ଆସିଫ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ |

Google

ସମୀର ଶର୍ମା :-

୪୪ ବର୍ଷିୟ ସମୀର ଶର୍ମା ଅଗଷ୍ଟ ମାସ ୪ ତାରିଖରେ ଆତ୍ମହତ୍ୟା କରିଥିଲେ | ଏହି ଟେଲିଉଡ ଅଭିନେତାଙ୍କ ମୃତଦେହ ତାଙ୍କ ରୋଷେଇ ଘରର ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା | ‘ସାସ ଭୀ କଭୀ ବୋହୂ ଥି’ ସିରିଏଲରୁ ଟେଲିଉଡରେ ପ୍ରବେଶ କରିଥିବା ଏହି ଅଭିନେତା ସମୀରଙ୍କ ଏହି ପଦକ୍ଷେପରେ ଟେଲିଉଡକୁ ଗଭୀର ଭାବେ ଝଟକା ଲାଗିଥିଲା |

Google

 

ପ୍ରେକ୍ଷା ମହେତା :-

ଟେଲିଉଡ ଅଭିନେତ୍ରୀ ପ୍ରେକ୍ଷା ମହେତା ଲକ ଡାଉନ ସମୟରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | ସେ ଲାଲ ଇସ୍କ, ମେରି ଦୁର୍ଗା ଏବଂ କ୍ରାଇମ ପେଟ୍ରୋଲରେ କାମ କରିଥିଲେ | ଏହା ବ୍ୟତୀତ ସେ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନରେ ମଧ୍ୟ ନଜର ଆସିଥିଲେ | ପ୍ରେକ୍ଷା ଇନ୍ଦୋରର ବାଲାଜୀ ନଗରରେ ନିଜ ପରିବାର ସହିତ ରହୁଥିଲେ |

Google

ଅନୁପମା ପାଠକ :-

୪୦ ବର୍ଷିୟ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ମୁମ୍ବାଇର ଦହିସର ଅଞ୍ଚଳରେ ଅଗଷ୍ଟ ୨ ତାରିଖ ଦିନ ଆତ୍ମହତ୍ୟା କରିଥିଲେ | ଆତ୍ମହତ୍ୟାର କାରଣ ଆର୍ଥିକ ସମସ୍ୟା ବୋଲି କୁହାଯାଉଛି | ମୃତ୍ୟୁ ପୂର୍ବରୁ ଏହି ଅଭିନେତ୍ରୀ ଫେସବୁକ ପେଜରେ ଲାଇଭ କରିଥିଲେ | ସେ ଫେସବୁକ୍ ମାଧ୍ୟମରେ ଆତ୍ମହତ୍ୟା କରିବାର ସୂଚନା ଦେଇଥିଲେ ଏବଂ ଶେଷ ପୋଷ୍ଟରେ ଲେଖିଥିଲେ ବାୟ ବାୟ ଗୁଡ଼ ନାଇଟ |

Google

ସେଜଲ ଶର୍ମା :-

” ଦିଲ ତୋ ହାପି ହେ ଜୀ ” ସିରିଏଲରୁ ଟେଲିଉଡରେ ପାଦ ଦେଇଥିବା ସେଜଲ ଶର୍ମା ମୁମ୍ବାଇର ମିରା ରୋଡରେ ଥିବା ନିଜ ଘରେ ଜୀବନ ଦେଇଥିଲେ | ସେଜଲଙ୍କ ମୃତଦେହ ତାଙ୍କ ଓଢଣୀ ସାହାଯ୍ୟରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା | ସେ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଛାଡିଥିଲେ, ଯେଉଁଥିରେ ଲେଖାଥିଲା ଯେ ଏହି କଷ୍ଟଦାୟକ ଜୀବନର ବୋଝ ବର୍ତ୍ତମାନ ମୁଁ ଆଉ ବୋହି ପାରିବି ନାହିଁ |

Google

ସିୟା କକ୍କର :-

ଟିକଟକ ଷ୍ଟାର ସିୟା କକ୍କର ଦିଲ୍ଲୀର ନିଜ ଘରେ ଆତ୍ମହତ୍ୟା କରିଥିଲେ | ସିୟାଙ୍କ ଆତ୍ମହତ୍ୟାର କାରଣ ମଧ୍ୟ ଆର୍ଥିକ ସମସ୍ୟା ବୋଲି କୁହାଯାଇଥିଲା |

Google

ମନମିତ ଗ୍ରେବାଲ :-

୩୨ ବର୍ଷୀୟ ମନମିତ ଗ୍ରେବାଲ ମେ ୧୫ତାରିଖରେ ମୁମ୍ବାଇର ଖାର୍ଗର ଅଞ୍ଚଳରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | ମନମିତ ନିଜ ସ୍ତ୍ରୀ ସହ ରହୁଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *