ପ୍ରଧାନମନ୍ତ୍ରୀ ମୋଦି କୃଷକ ମାନଙ୍କ ପାଇଁ ଜାରି କରିଛନ୍ତି 18,000 କୋଟି ଟଙ୍କା,ଏମିତି ଚେକ କରନ୍ତୁ, ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ

ଏକମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିସମୟରେ କୃଷକ ମାନଙ୍କ ପାଇଁ 18,000 କୋଟି ଜାରି କରିସାରିଛନ୍ତି । ଏହାମଧ୍ୟରେ 9 କୋଟି କୃଷକଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସପ୍ତମ କିସ୍ତି ଲାଗୁ କରିବେ ।

ଆପଣଙ୍କୁ ଜଣାଇଦିଆଯାଉଛୁ କି, ପ୍ରଧାନମନ୍ତ୍ରୀ ମୋଦି କିଷାନ ସମ୍ମାନ ନିଧି ଯୋଜନାରେ ଦେଶର କୃଷକ ମାନଙ୍କୁ ବାର୍ଷିକ ଛଅ ହଜାର ଟଙ୍କା ଦେଇଥାନ୍ତି । ଏହି 6,000 ଟଙ୍କା 2000 ଆକାରରେ ବର୍ଷ ମଧ୍ୟରେ ତିନିଥର ଆସିଥାଏ ।

Google

ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ଆଜି ସପ୍ତମ କିସ୍ତି ଜାରି କରିଛନ୍ତି । ଏହି ଯୋଜନା ମଧ୍ୟରେ ପ୍ରଥମ କିସ୍ତି 1 ଡିସେମ୍ବରରୁ 31 ମାର୍ଚ୍ଚ ମଧ୍ୟରେ ଦିଆଯାଉଥିବା ବେଳେ ଦ୍ୱିତୀୟ କିସ୍ତି 1 ଏପ୍ରିଲରୁ 31 ଜୁଲାଇ ମଧ୍ୟରେ, ତୃତୀୟ କିସ୍ତି 1 ଅଗଷ୍ଟରୁ 30 ନଭେମ୍ବର ମଧ୍ୟରେ ଏବଂ ଡିସେମ୍ବର ମାସରେ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଇଥାଏ । ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାରେ ସାରା ଦେଶର 9 କୋଟି ଚାଷୀଙ୍କୁ ଲାଭ ମିଳିଥାଏ ।

ଏମିତି ଚେକ କରନ୍ତୁ ନିଜର ନାମ :-

– ୱେବସାଇଟ ରେ pmkisan.gov.in ରେ ଯାଆନ୍ତୁ।

– ହୋମ ପେଜରେ ମେନୁ ବାର କୁ ଯାଆନ୍ତୁ ଏବଂ ଫାର୍ମର କୋଣକୁ ଯାଆନ୍ତୁ ।

– ଏଠାରେ ଲାଭର୍ଥୀ ସୂଚୀ ଲିଙ୍କରେ କ୍ଲିକ କରନ୍ତୁ ।

– ଏହାପରେ ନିଜର ରାଜ୍ୟ, ଜିଲ୍ଲା, ଉପଜିଲ୍ଲା ଓ ଗ୍ରାମ ବିବରଣୀ ଦିଅନ୍ତୁ ।

– ଏତିକି ଭରିବା ପରେ ଗେଟ ରିପୋର୍ଟରେ କ୍ଲିକ କରି ସମ୍ପୂର୍ଣ୍ଣ ଲିଙ୍କ ପାଅନ୍ତୁ ।

ପ୍ରଧାନମନ୍ତ୍ରୀ କିଷାନ ସାମନ ନିଧି ଯୋଜନାର ହେଲ୍ପ ଲାଇନ ନମ୍ବର୍ :-

PM Kisan ହେଲ୍ପଲାଇନ ନମ୍ବର – 155

PM Kisan Toll Free Number – 18001155 ।

PM Kisan Landline ନମ୍ବର – 011—23381092, 23382 ।

PM Kisan ଅନ୍ୟ ଏକ ହେଲ୍ପଲାଇନ ନମ୍ବର – 0120-6025 ।

ଇମେଲ୍ ID:  [email protected]

Google

ଆପଣଙ୍କୁ କହି ରଖୁଛୁ କି, କେତେକ ଲୋକଙ୍କ ନାମ ଏହି ଲିଷ୍ଟରେ ରହିଛି । ଯାହାର ଖାତାକୁ ଟଙ୍କା ଆସିନାହିଁ କିନ୍ତୁ ସେମାନଙ୍କୁ ଦୁଃଖିତ ହେବା ଆବଶ୍ୟକ ନାହିଁ ସେମାନେ ଏହାର ଅଭିଯୋଗ ହେଲ୍ପ ଲାଇନ ନମ୍ବର୍ 011-24300606ରେ କଲ କରିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *