ଶରୀରରେ କୌଣସି କପଡା ନାହିଁ, ପାଣ୍ଡାର ମୁଖା ଲଗାଇ ହାଇୱେରେ ଦୌଡୁଥିଲେ ଯୁବକ, ଭିଡ଼ିଓ ହେଲା ଭାଇରାଲ

ଆମେରିକାର ଓହିୟୋ ରାସ୍ତାରେ ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଜଣେ ବ୍ୟକ୍ତି ସେଲଫି ଷ୍ଟିକ ନେଇ ଲଙ୍ଗଳା ହୋଇ ଦୌଡୁ ଥିଲେ। ମାମଲା ଡିସେମ୍ବର ୧୫ ତାରିଖର ଅଟେ। କିନ୍ତୁ ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେଉଅଛି। ଯୁବକ କାହିଁକି ଏମିତି କରିଲେ ତାହା ସ୍ପଷ୍ଟ ଭାବରେ ଜଣା ପଡିନାହିଁ।
.
ଏହି ଘଟଣା ଡିସେମ୍ବର ୧୫ର ଅଟେ। ଯୁବକ ଓହିୟୋର କଲମ୍ବସରେ ଆଠଟି ଲେନ ଥିବା ହାଇୱେ ଆଇ-୬୭୦ ରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍କେଟିଂ ଜୋତାରେ ଦୌଡୁ ଥିଲେ। ବ୍ୟକ୍ତି ଜଣକ ନିଜ ମୁଣ୍ଡରେ ପାଣ୍ଡାର ମୁଖା ଲଗାଇଥିଲେ। ତାଙ୍କର ମୁହଁ ଦେଖାଯାଉ ନଥିଲା।

Google

ଏହିପରି ତାଙ୍କୁ ବିନା ପୋଷାକରେ ଦେଖି ଅନେକ ଲୋକ ଏଥିରେ ବିରକ୍ତ ହେଲେ ଏବଂ ତାଙ୍କୁ ଗାଳିଗୁଲଜ ମଧ୍ୟ କଲେ। ରାଜପଥରେ ଏପରି ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଷ୍ଟଣ୍ଟ ଓହିଓ ପରିବହନ ବିଭାଗର ସମସ୍ୟା ବଢାଇ ଦେଲା। ଆନ୍ତଃରାଜ୍ୟ ରାଜପଥରେ ପାଦରେ ଚାଲିବାକୁ ଅନୁମତି ନାହିଁ ଯେଉଁଠାରେ ବ୍ୟକ୍ତି ସ୍କେଟିଂ ଜୋତା ପିନ୍ଧି ଦୌଡୁଥିଲେ। ଲୋକମାନେ ସୁରକ୍ଷା ପ୍ରସଙ୍ଗରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

 ଏହା ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଅଗଷ୍ଟ ମାସରେ ଜଣେ ବ୍ୟକ୍ତି ଲଙ୍ଗଳା ହୋଇ ୟୁରୋପର ଏକ ବ୍ୟସ୍ତ ସଦକରେ ଟ୍ରାଫିକ ମଝିରେ ଯାଇଥିଲେ। ଲୋକମାନେ ସେତେବେଳେ ଏତେ ଧ୍ୟାନ ଦେଇନଥିଲେ କାରଣ ବ୍ୟକ୍ତି ଜଣକ ଗୋଟିଏ କାର ସମ୍ମୁଖରେ ଯାଇ ଛିଡ଼ା ହୋଇଯାଇଥିଲେ।


କାର ଡ଼୍ରାଇଭର ଗାଡିରୁ ଉଲ୍ହାଇ ସେହି ବ୍ୟକ୍ତିଙ୍କୁ ହଟିବାକୁ କହିଥିଲେ। ଯେତେବେଳେ ସେ ଶୁଣିଲେ ନାହିଁ, ବ୍ୟକ୍ତିଜଣକ ରାଗିଯାଇ ତାଙ୍କୁ ଏକ ଜୋରଦାର ବିଧା ମାରିଥିଲେ, ଯାହାପାରେ ସେ ଗଳିପଡ଼ିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *