ଭାରତୀୟ ଖେଳାଳି ଆଜିଙ୍କ୍ୟ ରାହାଣେ ନିଜ ଭୁଲ ପାଇଁ ମାଗିଲେ କ୍ଷମା,ବିରାଟ କୋହଲି ଦେଲେ ଏମିତି ଜବାବ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ମେଲବର୍ଣରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ଏହାପୂର୍ବରୁ ଆଜିଙ୍କ୍ୟ ରାହାଣେ କହିଛନ୍ତି କି, ପ୍ରଥମ ଟେଷ୍ଟରେ ତାଙ୍କ ନିଜର ଭୁଲ ପାଇଁ କୋହଲି ରନ ଆଉଟ ହୋଇଥିଲେ ଓ ସେ କୋହଳିଙ୍କୁ କ୍ଷମା ମାଗିଥିଲେ ।

ବିରାଟ କୋହଲି ସେହି ସମୟରେ 74 ରନରେ ଖେଳୁଥିଲେ । ରାହାଣେ ଏହି ସମୟରେ ରନ ନେବାକୁ ଡାକି ପୁଣି ମନା କରିଦେଇଥିଲେ କିନ୍ତୁ ଏହା ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା ଓ କୋହଲି ରନ ଆଉଟ ହୋଇଯାଇଥିଲେ ।

Google

ରାହାଣେ କହିଥିଲେ, ସେହି ଦିନର ମ୍ୟାଚ ପରେ ସେ କୋହଲିଙ୍କୁ କ୍ଷମା ମାଗିଥିଲେ କିନ୍ତୁ କୋହଲି ଏଥିରେ ରାହାଣେଙ୍କୁ ଖରାପ ଭାବିନଥିଲେ ।

ସେ ରାହାଣେଙ୍କୁ କହିଥିଲେ, ” ଆମ ଦୁଇଜଣଙ୍କୁ ଜଣାଥିଲା ସେସମୟର କଣ ଚାଲୁଛି କ୍ରିକେଟରେ ଏହିସବୁ ହୋଇଥାଏ” ଏହାକୁ ଭୁଲି ଆଗକୁ ଯିବାକୁ ହୋଇଥାଏ ।

କାର୍ଯ୍ୟବାହୀ ଅଧିନାୟକ ରାହାଣେ କହିଥିଲେ, ସେଦିନର ରନ ଆଉଟ ପରେ ଅଷ୍ଟ୍ରେଲିଆ ମନ ବନାଇଥିଲା ଓ ଅଢେ଼ଇ ଦିନରେ ମ୍ୟାଚ ଛଡାଇ ନେଇଥିଲା । ସେ କହିଥିଲେ, ଆମେ ଖେଳୁଥିବା ପର୍ଯ୍ୟନ୍ତ ସବୁ ଠିକ ରହିଥିଲା କିନ୍ତୁ ରନଆଉଟ ହେବାପରେ ସବୁ ବଦଳିଗଲା ଓ ଅଷ୍ଟ୍ରେଲିଆ ପଲା ଆମ ଉପରେ ଭାରି ହୋଇଗଲା ।

ଏହାବ୍ୟତୀତ ରାହାଣେ କହିଥିଲେ, ଏସମୟରେ ସେ ନିଜ ଉପରେ ଫୋକସ କରୁନାହାନ୍ତି । ତାଙ୍କର ଧ୍ୟାନ କେବଳ ତାଙ୍କ ଦଳ ଉପରେ ରହିଛି । ସେ କହିଥିଲେ, ଭାରତ ପାଇଁ ଅଧିନାୟକ କରିବା ତାଙ୍କ ପାଇଁ ଗର୍ବର କଥା । ଏହା ଶାନ୍ଦାର ମୌକା ଓ ଏବଂ ଦାୟିତ୍ୱ ନେବାର ସମୟ ଅଟେ । ଏହାପରେ ସେ କହିଥିଲେ, ମୁଁ ଶାନ୍ତ ରହିଥାଏ କିନ୍ତୁ ମୋ ବ୍ୟାଟିଂ ବହୁତ ଆକ୍ରମଣାତ୍ମକ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *