ପ୍ରଥମେ ଏଟିଏମ୍ କାର୍ଡ କଲା ଅଦଳବଳ,ପରେ ଖାଲି କଲା ଆକାଉଣ୍ଟ

ବଲାଙ୍ଗୀର ଏଟିଏମ୍ କାଉଣ୍ଟର ଭିତରେ ପଇଁତରା ମାରୁଥିଲା ଅଭିଯୁକ୍ତ, ସୁଯୋଗ ଦେଖି ଟଙ୍କା ଉଠାଉଥିବା ବ୍ୟକ୍ତି ମାନଙ୍କର କାର୍ଡକୁ ଅଦଳବଦଳ କରି ନେଉଥିଲେ। ପରେ ଆକାଉଣ୍ଟରେ ଥିବା ଟଙ୍କାକୁ କଳାକନା ବୁଲାଇ ଦେଉଥିଲେ। ୫ ଦିନ ମଧ୍ୟରେ ଏକ ପ୍ରକାରର ୨ ଟି ଲୁଟ ହେବା ପରେ ପୋଲିସ ବିଛାଇ ଥିବା ଜାଲରେ ଧରପିଡିଗଲେ ଲୁଟେରା। ଠକେଇ,ଲୁଟ ମାମଲାରେ ଜେଲ୍ ଯାଇଥିବା ଅଭିଯୁକ୍ତ ଜାମିନରେ ଆସି ପୁଣି ଜାରି ରଖିଥିଲା ନିଜ କଳା କାରନାମା। ଗିରଫ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନଆଗାଁ(କ)ର ନାରାୟଣ ସାହୁ । ପୋଲିସ ଅଭିଯୁକ୍ତ ପାଖରୁ ୭୪ ହଜାର ଟଙ୍କା ଏବଂ ୩ଟି ଏଟିଏମ୍ କାର୍ଡ ଜବତ କରିଛି।

ଗତ ୧୮ ତାରିଖରେ ଲୋଇସିଂହା ଥାନା ଫଟାମୁଣ୍ଡା ଗାଁର ଚକାଡୋଳା ସାହୁ ଆଗଲପୁର ଏଟିଏମ୍ କାଉଣ୍ଟରରୁ ଟଙ୍କା ଉଠାଉଥିଲେ। ସେହି ସମୟରେ କାଉଣ୍ଟରରେ ଉପସ୍ଥିତ ଥିବା ନାରାୟଣ କୌଶଳ କ୍ରମେ ଚକାଡୋଳାଙ୍କ କାର୍ଡ କୁ ଅଦଳବଦଳ କରିଦେଇଥିଲା। ପରେ ସେହି କାର୍ଡ ରୁ ୬୦ ହଜାର ଟଙ୍କା ଉଠାଇ ନେଇଥିଲା। ଏ ନେଇ ଚକାଡୋଳା ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲୋଇସିଂହା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ୨୩ ତାରିଖରେ ସମାନ ଢଙ୍ଗରେ ପୁଣି ଆଉ ଏକ ଲୁଟ ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା।

ଆଗଲପୁର ଗାଁର ରହାଶ ତ୍ରିପାଠୀଙ୍କ ଏଟିଏମ୍ କାର୍ଡକୁ ଅଦଳବଦଳ କରି ୫୦ହଜାର ଟଙ୍କା ଉଠାଇନେଇଥିଲା ଅଭିଯୁକ୍ତ। ଲୋଇସିଂହା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏଟିଏମ୍ ପାଖରେ ପହରା ଦେଉଥିଲେ। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ଏଟିଏମ୍ ପାଖରେ ବୁଲୁଥିବା ନାରାୟଣକୁ କାବୁ କରିଥିଲା ପୋଲିସ। ପରେ ନାରାୟଣ ସେହି ଦୁଇ ଜଣଙ୍କ ଟଙ୍କା ଲୁଟ କରିଥିବା ସ୍ବୀକାର କରିଛି। ଅଭିଯୁକ୍ତ ପାଖରୁ ନଗଦ ୭୪ହଜାର ଟଙ୍କା ଏବଂ ତିନୋଟି ଏଟିଏମ୍ କାର୍ଡ ଜବତ କରିଛି ଲୋଇସିଂହା ପୋଲିସ।

ଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଲାର ଗାଇସିଲେଟ,ଭଟଲି,ଭେଡେନ,ବିଜେପୁର,ବରଗଡ଼ ଥାନା ପୋଲିସ ଦ୍ବାରା ବିଭିନ୍ନ ପ୍ରକାର ଲୁଟ, ଠକେଇରେ ଗିରଫ ହୋଇସାରିଛି ଅଭିଯୁକ୍ତ। ଜେଲରୁ ଜାମିନରେ ଆସିବା ପରେ ସେ ତାର କଳାକାରନାମା ଜାରି ରଖିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *