ପୁଣି ଆଜି ଚିହ୍ନଟ ହେଲେ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ

ଓଡ଼ିଶାରେ ୩୩୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୯୪ ଜଣ କ୍ଵାରେଣ୍ଟାଇନରେ ଥିଲେ ଏବଂ ୧୪୦ଟି ଲୋକାଲ କେସ।

ସୁନ୍ଦରଗଡ ଜିଲ୍ଲାରୁ ୪୦ ଟି ନୂଆ କେସ ସାମ୍ନାକୁ ଆସିଥିବା ବେଳେ ସମ୍ବଲପୁରରୁ ୩୦,ନୂଆପଡ଼ାରେ ୧୩,ରାୟଗଡ଼ାରେ ୯, କେଉଁଝରରେ ୫,ମୟୂରଭଞ୍ଜରେ ୨୦,ଖୋର୍ଦ୍ଧାରେ ୩୦,ଅନୁଗୋଳରେ ୨୩, ବଲାଙ୍ଗିରରେ ୨୭,ବରଗଡ଼ରେ ୧୦,ଭଦ୍ରକରେ ୧୦,ବାଲେଶ୍ଵରରେ ୧୮,କେନ୍ଦ୍ରାପଡ଼ାରେ ୧୬,ଝାରସୁଗୁଡାରେ ୧୪,କଳାହାଣ୍ଡିରେ ୫,ଗଞ୍ଜାମରେ ୫,ବୌଦ୍ଧରେ ୨,ଯାଜପୁରରେ ୧୩, ଜଗତସିଂହପୁରରେ ୩,କଟକରେ ୨୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁର,ଦେବଗଡ଼,ଗଜପତି,କନ୍ଧମାଳ,ଢେଙ୍କାନାଳ,ପୁରୀ,କୋରାପୁଟ,ନୟାଗଡ଼ରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ ପୁଲରୁ ୭ଜଣ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଜଣେ ବି ଚିହ୍ନଟ ହୋଇନାହାନ୍ତି।

୩୩୪ ନୂଆ କେସ ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଥିବା ବେଳେ ୩,୨୩,୩୭୮ ଜଣ ସୁସ୍ଥ ହୋଇସାରିଲାଣି। ଚିକିତ୍ସାରେ ୨,୯୧୩ ଜଣ ଅଛନ୍ତି। ସେହିପରି ରାଜ୍ୟରେ କରୋନାରେ ୧,୮୫୭ ଜଣ ମୃତ୍ୟୁବରଣ କରିସାରିଲେଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *