ପୃଥ୍ଵୀ ସ ଟେଷ୍ଟ କ୍ରିକେଟରେ ଫେଲ ହେବାର କାରଣ କହିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର,ଜାଣନ୍ତୁ କଣ କହିଲେ ସଚିନ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ଫେଲ ମାରୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ଵୀ ସଙ୍କୁ ନେଇ କିଛି କହିଛନ୍ତି । ସଚିନ କହିଥିଲେ କି, ପୃଥ୍ଵୀ ସ ଫେଲ ହେବାର କାରଣ ହେଉଛି ତାଙ୍କ ବ୍ୟାଟ ସହିତ ଫୁଟୱାର୍କ ବହୁତ ବିଳମ୍ବରେ ବଲ ପାଖକୁ ଆସୁଛି, ଏଥିପାଇଁ ବ୍ୟାଟ ଓ ବଲ ଭିତରେ ଗ୍ୟାପ ରହିବାରୁ ସେ ବୋଲଡ଼ ହୋଇଯାଉଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଥିଲେ, ଏମିତି ସେତେବେଳେ ହୋଇଥାଏ ଯେତେବେଳେ ବ୍ୟାଟ୍ସମ୍ୟାନ ମନରେ ବହୁତ କିଛି ଚାଲିଥାଏ ଓ ସେ ସର୍ଟ ବଲର ଆଶାରେ ଥାଏ ।

ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ପୃଥ୍ବୀ ସ ଆଡ଼ିଲେଡ଼ରେ ପଡିଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ନିରାଶ କରିଥିଲେ । ସେ ପ୍ରଥମ ପାଳିରେ ଖାତା ଖୋଲିନଥିବାବେଳେ ଦ୍ଵିତୀୟ ପାଳିରେ ମାତ୍ର 4 ରନ କରିଥିଲେ । ଭାରତ ଏହି ପ୍ରଥମ ଟେଷ୍ଟ ମ୍ୟାଚରେ 8 ଉଇକେଟରେ ପରାଜୟ ହାସଲ କରିଥିଲା । ମ୍ୟାଚର ଦ୍ଵିତୀୟ ପାଳିରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ରନ ବନାଇବାରେ ଅସମର୍ଥ ରହିଥିଲେ । ପୃଥ୍ଵୀ ସ ଉଭୟ ପାଳିରେ ଏକପରି ଆଉଟ ହୋଇଯାଇଥିଲେ । ଯାହାଦ୍ୱାରା ତାଙ୍କର ବହୁତ ଚର୍ଚ୍ଚା ହୋଇଥିଲା ।

Google

ନ୍ୟୁଜ ଏଜେନ୍ସି ଆଇଏନଏସ ସହିତ ବାର୍ତାଳାପ ସମୟରେ ସଚିନ ପୃଥ୍ବୀ ସଙ୍କୁ ନେଇ କହିଥିଲେ କି, ଏହିପରି ସମସ୍ୟା ସମସ୍ତ ଖେଳାଳିଙ୍କ ସହିତ ରହିଥାଏ । ଏହାପରେ ସଚିନ ପୃଥ୍ଵୀ ସଙ୍କୁ ଗୁରୁମନ୍ତ୍ର ଦେଇ କହିଥିଲେ କି, ଯଦି ଖେଳାଳି ଅନୁଶାସନ ଓ ପ୍ଳାନିଂକୁ ନେଇ ଖେଳେ ତାହେଲେ ସେ ସଫଳ ହେବ । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତରେ ଭାରତୀୟ ଦଳ ଖେଳିବ ସେଥିପାଇଁ ଭାରତୀୟ ଦଳରେ ଅଧିନାୟକ ହେବାକୁ ଯାଉଥିବା ଆଜିଙ୍କ୍ୟ ରାହାଣେଙ୍କୁ ନେଇ ସଚିନ କହିଥିଲେ କି, ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସଚିନ ତେନ୍ଦୁଲକରଙ୍କୁ ପଚରାଗଲା ଭାରତୀୟ ଦଳର ଏହିପରି ପରାଜୟ ପରେ ଦଳ କେମିତି ଆଗକୁ ବଢିବ । ଏହାର ଜବାବରେ ସଚିନ କହିଥିଲେ କି, ନିଶ୍ଚିତ ରୂପରେ ସମସ୍ତେ ଏହି ମ୍ୟାଚର ଫଳାଫଳ ପରେ ନର୍ଭସ ଥିବେ । ପୂର୍ବପରି ଫେରିବା ମଧ୍ୟ ସମ୍ଭବ ନୁହେଁ । ଯଦି ଆପଣ ନିଜର ଚିନ୍ତାଧାରାକୁ ବଦଳାଇ ପୁଣି ଥରେ ଖେଳୁଛନ୍ତି ଓ ଭଲ ପ୍ରଦର୍ଶନ କରୁଛନ୍ତି ତାହେଲେ ଏହା ଏକମାତ୍ର ଉପାୟ ।

ପୃଥ୍ବୀ ସଙ୍କୁ ନେଇ ସଚିନ କହିଥିଲେ କି, ପୃଥ୍ଵୀ ସ ଜଣେ ପ୍ରତିଭାବାନ ଖେଳାଳି ଓ ଏହିସମୟରେ ତାଙ୍କ ହାତ ଶରୀର ସହିତ ଚାଲୁନାହିଁ । ଯେତେବେଳେ ବଲ ସିମ ସହ ଭିତରକୁ ଆସୁଛି ସେତେବେଳେ ସେ ଆଉଟ ହୋଇଯାଉଛନ୍ତି । ତାଙ୍କ ହାତ ଶରୀର ପାଖରେ ରହିବା ଉଚିତ । ଖେଳିବା ସମୟରେ ତାଙ୍କ ବ୍ୟାଟ ଚତୁର୍ଥ ସ୍ଲିପରୁ ଆସୁଛି ଓ ସେ ବ୍ୟାଟକୁ ବହୁତ ବିଳମ୍ବରେ ଆଣୁଛନ୍ତି ଯାହାଦ୍ୱାରା ସେ ବଲ ଓ ବ୍ୟାଟକୁ ମିଡ଼ିଲ କରିପାରୁନାହାନ୍ତି ଓ ଗ୍ୟାପ ରହିଯିବା ଦ୍ୱାରା ସେ ଆଉଟ ହୋଇଯାଉଛନ୍ତି । ତେନ୍ଦୁଲକର ଏହାପରେ କହିଥିଲେ, ଯଦି ସେ ବଲକୁ ଜଲଦି ଖେଳିବେ ତାହେଲେ ସେ ସଫଳ ହୋଇପାରନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *