ପାକିସ୍ତାନରେ ମହଙ୍ଗା ଯୋଗୁଁ ହାହାକାର, ଅଦା ୧୦୦୦ ଟଙ୍କା କିଲୋ, ଅଣ୍ଡା ହେଲା ମହଙ୍ଗା,ଜାଣନ୍ତୁ ପାକିସ୍ତାନର ପରିବା ଦର

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ପାକିସ୍ତାନ ବନାଇବେ ବୋଲି ପ୍ରତିଜ୍ଞା କରି ସତ୍ତାକୁ ଆସିଥିଲେ। ସେ ସତ୍ତାକୁ ଆସିବା ପରେ ଦେଶର ଆର୍ଥିକ ବ୍ୟବସ୍ଥା ଏତେ ବିଗଡି ଯାଇଛିକି ବର୍ତ୍ତମାନ ଏଠାରେ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ଟଙ୍କା ଦରରେ ମିଳୁଛି। ଏହା ସହିତ ୧୦୦୦ ଟଙ୍କା ଅଦାର କିଲୋ ହୋଇଯାଇଛି। ଗହମ କିଲୋ ୬୦ଟଙ୍କା ଅଟେ। ପାକିସ୍ତାନରେ ଦର ପ୍ରତ୍ଯେକ ଦିନ ନୂଆ ନୂଆ ରେକର୍ଡ କରୁଅଛି ଓ ଅର୍ଥବ୍ୟବସ୍ଥାର ପ୍ରତୀକ ସୃଷ୍ଟି କରୁଅଛି।

ଏକ ଅଣ୍ଡାର ମୂଲ୍ୟ ୩୦ଟଙ୍କା:-

ପାକିସ୍ଥାନରେ ପରିସ୍ଥିତି ଏତେ ଖରାପ ଅଛିକି ଯଦି କେହି ଡଜନ ଦରରେ ଅଣ୍ଡା କିଣେ ତେବେ ଆଙ୍କୁ ୨୪୦ଟଙ୍କା ଦେବାକୁ ପଡିବ। ଯଦି କେବଳ ଗୋଟିଏ ଅଣ୍ଡା କିଣିବେ ତେବେ ୩୦ଟଙ୍କା ଦେବାକୁ ପଡିବ। ଏହି ପୋଡଶୀ ଦେଶର ଅଧିକାଂଶ ରାଜ୍ୟରେ ଚିକେନ ୩୦୦ଟଙ୍କା କିଲୋ ଦରରେ ମିଳୁଛି।

Google

ଦୁଇ ଉଳିର ଖାଦ୍ଯ ଖାଇବା ପାଇଁ ଲୋକ ସନ୍ତସନ୍ତ ହେଉଛନ୍ତି:-

କୁକୁଡ଼ା ଉତ୍ପାଦ ବ୍ୟତୀତ ପାକିସ୍ତାନରେ ଜୀବିକା ନିର୍ବାହର ପ୍ରତ୍ୟେକ ଜିନିଷର ମୂଲ୍ୟ ଆକାଶଛୁଆଁ ହେଉଛି। ଏଠାରେ ଅଦା ୧୦୦୦କିଲୋଗ୍ରାମ ଏବଂ ଚିନି କିଲୋଗ୍ରାମ ପିଛା ୧୦୪ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଘରୋଇ ଗ୍ୟାସ ସଙ୍କଟ କାରଣରୁ ଇମ୍ରାନ ଖାନଙ୍କ ନୂଆ ପାକିସ୍ଥାନରେ ଲୋକମାନେ ଦୁଇଥର ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇପାରୁ ନାହାଁନ୍ତି।

ରେକର୍ଡ ବ୍ରେକ ମୂଲ୍ୟ:-

ଏହି ଦେଶରେ ପାଖାପାଖି ୨୫ପ୍ରତିଶତ ଜନତା ଗରିବୀ ରେଖା ତଳେ ଜୀବନଯାପନ କରନ୍ତି। ଥଣ୍ଡା ଋତୁରେ ଯେମିତି ଅଣ୍ଡା ଏବଂ ଅଦାର ଆବଶ୍ୟକତା ବଢୁଛି ସେମାନଙ୍କର ମୂଲ୍ୟ ମଧ୍ୟ ରେକର୍ଡ ବ୍ରେକ କରୁଛି। ଏହି ସବୁ ଜିନିଷ ବ୍ୟତୀତ ଗହମ ମଧ୍ୟ ୬୦ଟଙ୍କା କିଲୋଗ୍ରାମରେରେ ବିକ୍ରି ହେଉଛି, ଯାହା ପରେ ଅଟାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଦାମକୁ କଣ୍ଟ୍ରୋଲ କରିବା ଅସମ୍ଭବ:-

ପାକିସ୍ତାନ ସରକାରଙ୍କ ପରିସ୍ଥିତି କିଛି ଏମିତି ଅଛି। ଅଟା ଓ ଚିନିର ମୂଲ୍ୟକୁ କଣ୍ଟ୍ରୋଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଲଗାତାର କ୍ଯାବିନେଟ ମିଟିଂ ଡାକୁଛନ୍ତି। ଏହା ସହିତ ପାକିସ୍ଥାନ ମଧ୍ୟ ଗଭୀର ଖାଦ୍ୟାଭାବର ସମସ୍ଯାର ସମ୍ମୁଖୀନ ହୋଇଛି। ଅନ୍ୟ ପାଖରେ ଘରୋଇ ଗ୍ଯାସ ସମସ୍ଯା ମଧ୍ୟ ଦେଖାଯାଉଛି। ଗ୍ଯାସ ସପ୍ଲାଇ କରୁଥିବା କମ୍ପାନୀ ସୁଇ ନର୍ଦନ ପ୍ରତ୍ଯେକ ଦିନ ୫୦୦ ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବିକ ଫିଟ ଗ୍ଯାସର ସମସ୍ଯାରେ ସମ୍ମୁଖୀନ ହେଉଅଛି। ପାକିସ୍ଥାନ ସରକାର ଯଦି ଶୀଘ୍ର ଗ୍ଯାସ କିଣିବାର ନିଷ୍ପତ୍ତି ନନିଅନ୍ତି ତେବେ ପାକିସ୍ତାନର ଲୋକଙ୍କ ଘରେ ଚୁଲା ଜାଲିପାରିବ ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *