କ୍ୟାନସର ହୋଇପାରେ, ବିଳମ୍ବିତ ରାତିରେ ଖାଦ୍ୟ ଖାଉଥିଲେ ସାବଧାନ

ଅଧିକାଂଶ ଲୋକଙ୍କ ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଅଭ୍ୟାସ ଥାଏ। ଏହି ଅଭ୍ୟାସ ଆଗକୁ ବିପଦ ହୋଇପାରେ। କ୍ୟାନସର ଭଳି ରୋଗରେ ଲୋକମାନେ ପୀଡ଼ିତ ହୋଇପାରନ୍ତି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କ୍ୟାନସର ରେପୋର୍ଟ ଅନୁସାରେ ରାତ୍ରି ଭୋଜନ କଲେ କ୍ୟାନସର ହୋଇପାରେ।

ରିସର୍ଚ୍ଚ ଅନୁସାରେ, ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକମାନଙ୍କୁ ବ୍ରେଷ୍ଟ ଓ ପ୍ରୋଷ୍ଟେଟ କ୍ୟାନସର ଅଧିକ ବିପଦ ରହିଛି। ଲୋକଙ୍କ ଖାଦ୍ୟ-ପେୟ ସହ ଜଡ଼ିତ ଅଭ୍ୟାସକୁ ନେଇ ଏକ ବଡ଼ ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ୮୭୨ ପୁରୁଷ ଏବଂ ୧୩୨୧ ମହିଳା ସାମିଲ ଅଛନ୍ତି। ଏଥିରେ ଗବେଷକମାନେ ପ୍ରୋଷ୍ଟେଟ କ୍ୟାନସରରେ ୬୨୧ଟି ଓ ସ୍ତନ କର୍କଟ ରୋଗରେ ୧୨୦୫ଟି ମାମଲା ଦେଖିଥିଲେ।

Google

ଏହି ଗବେଷଣାରେ ଲୋକମାନଙ୍କୁ ସେମାନଙ୍କ ଖାଦ୍ୟ ଏବଂ ଶୋଇବା ସମୟ ଉପରେ ପଚରାଯାଇଥିଲା। ପରେ, ଏହି ଲୋକଙ୍କର ଶୋଇବା ଓ ଖାଇବା ଅଭ୍ୟାସକୁ ସାଧାରଣ ଲୋକଙ୍କ ସହ ତୁଳନା କରାଯାଇଥିଲା। ପରୀକ୍ଷା ଅନୁସାରେ, ରାତିରେ ଖାଇବା ପରେ ଶୋଇପଡୁଥିବା ଲୋକଙ୍କୁ କ୍ୟାନସର ବିପଦ ଅଧିକ ରହିଥାଏ। ସେହିପରି, ରାତିରେ ଖାଇବାର ୨ ଘଣ୍ଟା ପଯ୍ୟନ୍ତ ନଶୋଇବା ଲୋକଙ୍କ ପାଖରେ କ୍ୟାନସର ହେବାର ବିପଦ ୨୦ ପ୍ରତିଶତ କମ ରହିଥାଏ।

ରିସର୍ଚ୍ଚ କହୁଛି ଯେ, ରାତିରେ ୯ଟା ପୂର୍ବରୁ ଭୋଜନ କରିଥିବା ଲୋକମାନଙ୍କ ପାଖରେ କ୍ୟାନସର ବିପଦ ଖୁବ୍ କମ୍ ଦେଖାଦେଇଥାଏ। ରାତି ୧୦ଟା ପରେ ଡିନର କରୁଥିବା ଲୋକଙ୍କ ପାଖରେ ୯ଟାରେ ଭୋଜନ କରୁଥିବା ଲୋକଙ୍କ ତୁଳନାରେ କ୍ୟାନସର ରୋଗର ବିପଦ ଅଧିକ ରହିଥାଏ। କେବଳ ଏତିକି ନୁହେଁ, ପ୍ରତିଦିନ ଆପଣ କେଉଁ ପ୍ରକାରର ଖାଦ୍ୟ ଖାଉଛନ୍ତି, ଏହାଦ୍ବାରା କ୍ୟାନସର ରୋଗର ବିପଦ ଅଛି ନା ନାହିଁ ସେ ନେଇ ମଧ୍ୟ ପରୀକ୍ଷା କରାଯାଇଛି।

Google

ଖାଦ୍ୟ ଖାଇବା ଅଭ୍ୟାସ ବଦଳାଇଲେ କ୍ୟାନସର ରୋଗର ପ୍ରଭାବ ଆମ ଶରୀର ଉପରେ ଅଧିକା କମ୍ ରହିଥାଏ। ମେଡ଼ିକାଲ ନ୍ଯୁଜ ଟୁଡେର ରେପୋର୍ଟ ଅନୁସାରେ, ଆପଣ ନିଜ ଡାଏଟ ଅନୁସାରେ କେଉଁ ଖାଦ୍ୟ ଖାଉଛନ୍ତି, ଯେଉଁଥିପାଇଁ କ୍ୟାନସର ହେଉଛି ତାହା କହିବା ମୁସକିଲ, କିନ୍ତୁ ଡାକ୍ତରମାନେ ଅଧିକ ତେଲ ଯୁକ୍ତ ଖାଦ୍ୟକୁ ଦାୟୀ କରୁଛନ୍ତି। ମିଠା ପାନୀୟ,ଲାଲ ମାଂସ,ଧୂମପାନ,ରିଫାଇନରୀ ତେଲ ଇତ୍ୟାଦି କ୍ୟାନସର ରୋଗ ସୃଷ୍ଟି ହୋଇପାରେ। ଶରୀରରେ ଚର୍ବି ଅଂଶ ଅତ୍ୟଧିକ ମାତ୍ରାରେ ବଢିବା ଦ୍ଵାରା କ୍ୟାନସର ବିପଦ ଉତ୍ପନ୍ନ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ, ଏହି ଉପରେ ଧ୍ୟାନ ଦେଲେ କ୍ୟାନସର ଭଳି ମାରାତ୍ମକ ରୋଗର ବିପଦକୁ ଟାଳି ହେବ ବୋଲି ଏହି ଅଧ୍ୟୟନରେ ପ୍ରମୁଖ ଡାକ୍ତର ମନୋଲିସ କୋଜିଭିନାସ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *