ଅଷ୍ଟ୍ରେଲିଆ ବନାମ ଭାରତ: କରୋନା ବଢାଇଲା ଚିନ୍ତା, ସିଡନୀ ବଦଳରେ ଏହି ଷ୍ଟାଡିୟମରେ ହୋଇପାରେ ତୃତୀୟ ଟେଷ୍ଟ ମ୍ୟାଚ

ସିଡନୀରେ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ଆୟୋଜନ ଉପରେ ପ୍ରଶ୍ନ ଚିହ୍ନ ଲାଗିଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ ଏଥିପାଇଁ ଦ୍ଵିତୀୟ ବିକଳ୍ପ ପ୍ରସ୍ତୁତ କରିନେଇଛି।

ଅଷ୍ଟ୍ରେଲିଆ କ୍ରିକେଟ ଗୁରୁବାର ଦିନ କହିଲେକି ସିଡନୀରେ କରୋନା ଭାଇରସର ସଂକ୍ରମଣର ମାମଲା ବଢୁଅଛି, ତଥାପି ଚେଷ୍ଟା କରାଯାଉଛିକି ପୂର୍ବ ନିର୍ଦ୍ଧାରିତ ଅନୁସାରେ କାର୍ଯ୍ୟକ୍ରମ କରିବା ପାଇଁ ଯଦି ପରିସ୍ଥିତିରେ ପରିବର୍ତ୍ତନ ଦେଖାନଯାଏ ତେବେ ତୃତୀୟ ଟେଷ୍ଟକୁ ମେଲବର୍ନ ପାଇଁ ବିକଳ୍ପ ଭାବରେ ରଖାଯାଇଛି।

Google

ସିଡନୀର ଉତ୍ତର ଉପକୂଳରେ କରୋନା ସଂକ୍ରମଣର ନୂଆ ମାମଲା ମିଳିବା ପରେ ଜାନୁଆରୀ ୭ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟକୁ ନେଇ ଅନିଶ୍ଚିତତା ସ୍ଥିତି ରହିଛି। ୨୬ ଡିସେମ୍ବରରୁ ମେଲବର୍ନରେ ବକ୍ସିଂ ଡେ ଟେଷ୍ଟ ଅନୁଷ୍ଠିତ ହେବ ଏବଂ ତୃତୀୟ ଟେଷ୍ଟ ଆୟୋଜନ କରିବାକୁ ମଧ୍ୟ ସେଠାରେ ଦେଖାଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବୟାନରେ କହିଛିଯେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ତୃତୀୟ ଟେଷ୍ଟ ଏବଂ ଗାବାକୁ ଚତୁର୍ଥ ଟେଷ୍ଟ ଆୟୋଜନ କରିବାର ପୂର୍ଣ୍ଣ ସୁଯୋଗ ଦେବୁ। ଜରୁରୀକାଳୀନ ଯୋଜନା ଅନୁଯାୟୀ ଯଦି ସିଡନୀରେ ସ୍ଥିତିରେ ସୁଧାର ନହୁଏ, ତେବେ ଆମେ ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଭିକ୍ଟୋରିଆ ସରକାରଙ୍କ ସହ ତୃତୀୟ ଟେଷ୍ଟ କରାଇବୁ ଏବଂ ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯିବ। ତେବେ ଅନ୍ତିମ ନିଷ୍ପତ୍ତି ବକ୍ସିଂ ଡେ ଟେଷ୍ଟ ସମୟରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସିଡନୀ ଉପକୂଳରେ ପରିସ୍ଥିତି ସୁଧୁରୁ ଅଛି କିନ୍ତୁ ଆଶଙ୍କା ଅଛିକି କ୍ଵିସଲାଣ୍ଡ ଜରୁରୀକାଳୀନ ରିୟାୟତ ଦେବେ ନାହିଁ ଅର୍ଥାତ ଖେଳାଳୀ ଓ ପ୍ରସାରଣ ଦଳ ସିଡନୀରୁ ବ୍ରୀସବ୍ରେନ ଯାତ୍ରା କରିପାରିବେ ନାହିଁ। ଯେଉଁଠି ଚତୁର୍ଥ ଟେଷ୍ଟ ହେବ।

ଅଷ୍ଟ୍ରେଲିଆ କ୍ରିକେଟର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତିଯେ ଏହି ରିୟାୟତ ପାଇଁ ବୋର୍ଡ କୁଇନ୍ସଲ୍ୟାଣ୍ଡ ସରକାରଙ୍କ ସହ ଯୋଗାଯୋଗ କରୁଛି। ଏଥି ସହିତ ମେଲବର୍ନ କ୍ରିକେଟ କ୍ଲବ୍ର ସିଇଓ ଷ୍ଟୁଆର୍ଟ ଫକ୍ସ ଗୁରୁବାର କହିଛନ୍ତିଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଗାତାର ଦୁଇଟି ଟେଷ୍ଟ ଆୟୋଜନ କରିବାକୁ କ୍ଲବ ପ୍ରସ୍ତୁତ ଅଛି କିନ୍ତୁ ସମାନ ବର୍ଷରେ ସିଡନୀରେ ନୂଆ ବର୍ଷରେ ଖେଳାଯାଇଥିବା ଟେଷ୍ଟ ଦେଖିବାକୁ ଚାହିଁବ।

Google

ଫକ୍ସ ‘ସେନ ରେଡିଓ’କୁ କହିଲା,’ମୁଁ ଅଷ୍ଟ୍ରେଲିଆ କ୍ରିକେଟ ସହିତ ଲଗାତାର ସମ୍ପର୍କରେ ଅଛି ଓ ଚାହୁଞ୍ଚୁକି ସିଡନୀ ଟେଷ୍ଟ ସିଡନୀରେ ହେଉ ବୋଲି। ଏହାକୁ ଅନ୍ୟ କେଉଁଠି କରିବାରେ ମଜା ନାହିଁ। ସେ କହିଲେ,’ ଆବଶ୍ୟକ ପଡିଲେ ଆମେ ତୃତୀୟ ଟେଷ୍ଟର ଆୟୋଜନ କରିଦେବୁ। କିନ୍ତୁ ପାରମ୍ପାରିକ ଭାବରେ ସିଡନୀରେ ନୂଆବର୍ଷରେ ଟେଷ୍ଟ ମ୍ଯାଚ ହୁଏ। ଅଷ୍ଟ୍ରେଲିଆ ଖେଳରେ ଏହାର ମହତ୍ଵ ଅଧିକ ରହିଛି। ମୁଁ ଚାହିଁବିକି ଏହି ଟେଷ୍ଟ ମ୍ଯାଚ ସିଡନୀରେ ହେଉ ବୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *