ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁଲରେ ଏକାଥରେ ଦେଇଦେଲେ କରୋନା ଟିକାର ୪ଟି ଡୋଜ୍ , ଦେଖନ୍ତୁ ତା ପରେ କ’ଣ ହେଲା ପ୍ରତିକ୍ରିୟା ?

କିଛି ସମୟ ପୂର୍ବରୁ ଫାଇଜର ବାୟୋଏନଟେକ୍ ର କୋଭିଡ୍-୧୯ ଟିକା ନେବାର କିଛି ସମୟ ପରେ ଆମେରିକୀୟ ନର୍ସ ମ୍ୟାନେଜର ଡୋବର ଲାଇବ୍ କ୍ୟାମେରା ସାମ୍ନାରେ ସନ୍ତୁଳନ ହରାଇ ପଡ଼ିଯାଇଥିଲେ|ଯଦିଓ ଏହି ନର୍ସ ମ୍ୟାନେଜର ସଫାସଫା କହିଥିଲେ ଯେ ଏମିତି ଟିକା ଫଳରେ ହୋଇନଥିଲା|ଏବେ ଇଜ୍ରାଏଲର ଏକ ଫାର୍ମାସିଷ୍ଟଙ୍କୁ ଭୁଲବଶତଃ ଥରକେ କରୋନା ଟିକାର ୪ଡୋଜ୍ ଦେବା ମାମଲା ସାମନାକୁ ଆସିଛି|

ଇଜ୍ରାଏଲର ଫ୍ରଣ୍ଟ ଲାଇନ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ଉଦୟ ଅଜିଜୀ ଏହି ଦେଶର ସବୁଠାରୁ ପ୍ରଥମ ଲୋକ ଯାହାଙ୍କୁ କରୋନା ଟିକା ମିଳିଥିଲା|ସେ କିଛିଦିନ ପୂର୍ବେ ଅବିବର ଏକ ଟିକା କେନ୍ଦ୍ରରେ ପହଞ୍ଚିଥିଲେ|ସେଠାରେ ଥିବା ନର୍ସ ଯେତେବେଳେ ଏକ ଛୋଟ ଶିଶିରୁ କରୋନା ଟିକାର ଇଞ୍ଜେକସନ ତିଆରି କରିଥିଲେ, ତାଙ୍କୁ ଜଣା ନଥିଲା ଯେ ଏହି ଶିଶିରେ ଟିକାର ୪ଟି ଡୋଜ୍ ରହିଥାଏ|

Google

ଟିକାକେନ୍ଦ୍ରକୁ ଯେତେବେଳେ ଭୁଲ ଜଣାପଡ଼ିଲା ସେତେବେଳେ ଉଦୟଙ୍କୁ ହସ୍ପିଟାଲ ନିଆଗଲା|ସୈାଭାଗ୍ୟ ବଶତଃ ଟିକାର ହେଭି ଡୋଜ ନେଲା ପରେ ମଧ୍ୟ ବ୍ୟକ୍ତିଙ୍କ କୈାଣସି ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇନଥିଲା|କିନ୍ତୁ ଏହି ଟିକା ଏବେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ଏଥିପାଇଁ ଟିକାକେନ୍ଦ୍ର ଏହି ମାମଲାରେ କୈାଣସି ଜିନିଷ ଅଣଦେଖା କରିନାହାନ୍ତି|

ଏହା ପୂର୍ବରୁ ଫାଇଜର କମ୍ପାନୀ ଏମିତି ଏକ ଟେଷ୍ଟ କରିଥିଲେ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସିଙ୍ଗଲ ସଟରେ ଟିକାର ୫ଟି ଡୋଜ୍ ଦେଇଥିଲେ|ଫାଇଜରର ଏହି ଟେଷ୍ଟ ପରେ ମଧ୍ୟ ବ୍ୟକ୍ତିର କୈାଣସି ପାର୍ଶ୍ଵପ୍ରତିକ୍ରିୟା ଦେଖାଯାଇନଥିଲା କିନ୍ତୁ ଇଞ୍ଜେକ୍ସନ ଦିଆଯାଇଥିବା ଅଂଶ ଟିକେ ପୀଡା ହେଉଥିଲା|

ଯଦିଓ ଏହି କନଫ୍ୟୁଜନ ସହ ଆସନ୍ତା ତିନି ସପ୍ତାହରେ ଉଦୟଙ୍କୁ ଆଉଥରେ କରୋନା ଟିକା ପାଇଁ ଯିବାକୁ ହେବ|ଟାଇମ୍ସ ଅଫ ଇଜ୍ରାଇଲ୍ ଅନୁସାରେ ଉଦୟ ଏହି ମାମଲାରେ ଚାନେଲ-୧୨ ରେ ବାତଚିତ କରିଥିଲେ|ଉଦୟଙ୍କୁ ଯେତେବେଳେ ଜଣା ପଡ଼ିଲା ଯେ ସେ ଥରକେ ୪ଡୋଜର ଟିକା ନେଇଛନ୍ତି ତଥାପି ବିଚଳିତ ହୋଇନଥିଲେ|ସେ କହିଛନ୍ତି ମୋତେ ବହୁତ ଡୋଜ ଦେବା ପରେ ମଧ୍ୟ ପାର୍ଶ୍ଵପ୍ରତିକ୍ରିୟା ନାହିଁ|ମୁଁ ବାସ୍ ଟିକାକୁ ନେଇ ପଜିଟିଭ୍ ରହିବାକୁ ଚାହେଁ, ଆଶାକରେ ଏହି ଟିକା ଲଞ୍ଚ ହେବା ପରେ ଦୁନିଆର ଅବସ୍ଥା ଭଲ ରହିବ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *