ଦିନ ଥିଲା ପୋଡଶୀ ଫିଙ୍ଗି ଦେଉଥିବା ଖାଇବା ଖାଉଥିଲେ ରାକ୍ଷୀ ସାୱନ୍ତ୍,ପଢି ପାରିନଥିଲେ ବି ପାଠ,କିନ୍ତୁ ଆଜି..ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ରାକ୍ଷୀ ସାୱନ୍ତ୍ “ବିଗ ବୋସ ୧୪” ରେ ପ୍ରତ୍ୟେକ ଦିନ ଏକ ନୂଆ ନୂଆ ସିନ କ୍ରିଏଟ କରି ଦର୍ଶକଙ୍କ ଧ୍ୟାନରେ ଅଛନ୍ତି ଓ ଅନ୍ୟପକ୍ଷରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀଙ୍କ ସ୍ବାମୀ ରିତେଶ ବର୍ତ୍ତମାନ ମିଡିଆକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି। ସେ କହିଲେକି ରାକ୍ଷୀ “ବିଗ ବୋସ ୧୪” ଯିବା ପାଇଁ ରାଜି ଅଛନ୍ତି। “ସ୍ପୋଟବୟ”ରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ରାକ୍ଷୀଙ୍କ ସ୍ବାମୀ କହିଲେକି ରାକ୍ଷୀଙ୍କ ଜୀବନ ବହୁତ୍ ଦୁଃଖ ଆଉ ଗରିବୀରେ ଯାଇଛି ଓ ସେ ଅନ୍ୟ ଝିଅ ମାନଂକ ପାଇଁ ରୋଲ ମଡେଲ ଅଟନ୍ତି।

ଅନେକ ଝିଅଙ୍କ ପାଇଁ ରୋଲ ମଡେଲ:-

ନିଜର ଇଣ୍ଟରଭ୍ୟୁରେ ରିତେଶ କହିଲେକି ରାକ୍ଷୀଙ୍କ ଇଂଲିଶର ମଜାକ ଉଡାନ୍ତି। ଆମେ ବହୁତ୍ ଖୁସି ଅନୁଭବ କରୁଛୁକି ଆମ ବାପା ମା ଆମକୁ ସ୍କୁଲ୍ ପଠାଉଥିଲେ। କିନ୍ତୁ ରାକ୍ଷୀଙ୍କ ପାଖରେ ଏହି ସୁବିଧା ନଥିଲା। ତାଙ୍କର ବାପା ମା କେବଳ ଜଣେ ଦୁଇଜଣ ପିଲାଙ୍କୁ ପଢ଼ାଇ ପାରୁଥିଲେ ଓ ଏହି କାରଣରୁ ସେ ତାଙ୍କର ଭାଇଙ୍କୁ ପଢାଇଥିଲେ।

Google

ତଥାପି ରାକ୍ଷୀ ଇଣ୍ଟର ନ୍ୟାସନାଲ ଟେଲିଭିଜନରେ ଇଂଲିଶ କହିବାକୁ ଚେଷ୍ଟା କରନ୍ତି। ବିନା କୌଣସି ପଢା ଓ ଗଡ଼ଫାଦର ସାହାଯ୍ୟରେ ସେ ଇଣ୍ଡଷ୍ଟ୍ରିକୁ ଆସିଥିଲେ ଓ ସେ ଏହାକୁ ପ୍ରମାଣିତ କରିଛନ୍ତି। ମୋର ସ୍ତ୍ରୀ ଅନେକ ଝିଅ ମାନଙ୍କ ପାଇଁ ରୋଲ ମଡେଲ ଅଟେ।’

ରାକ୍ଷୀ ବହୁତ ପରିଷ୍କାର ହୃଦୟ ମଣିଷ:-

ରିତେଶ ଆଗକୁ କହିଲେକି ଲୋକଙ୍କୁ ରାକ୍ଷୀଙ୍କ କହିବା ପସନ୍ଦ ନୁହେଁ। କିନ୍ତୁ ସେ ବହୁତ୍ ପରିଷ୍କାର ହୃଦୟର ମଣିଷ। ତାଙ୍କ ମନରେ ଯାହା ଥାଏ ସେ ପରିଷ୍କାର ଭାବରେ କହିଦିଅନ୍ତି। ସେ କହିଲେ,’ ଆମ ପରି ଲୋକ ସବୁବେଳେ କହିବା ଆଗରୁ ଆମର କ୍ୟାରିୟର ବିଷୟରେ ଚିନ୍ତା କରିଥାଉ। କିନ୍ତୁ ରାକ୍ଷୀ ଏମିତି କେବେ ଚିନ୍ତା କରନ୍ତି ନାହିଁ।’

ସେ ନିଜେ ସ୍ବୀକାର କରିଛନ୍ତିକି ସେ ପଇସା ଅଭାବରୁ ଖାଇବା ଚୋରି କରି ଖାଉଥିଲେ। କଣ ଆମେମାନେ ସ୍ବୀକାର କରିବା? କେବେବି କେହି ସେଲି ବ୍ରିଟି ଏହା ସ୍ବୀକାର କରିବେ ନାହିଁ।

ବହୁତ ଗରିବ ଭାବରେ ବିତାଇଛନ୍ତି ଜୀବନ:-

ରାକ୍ଷୀ ସାୱନ୍ତଙ୍କ ଆରମ୍ଭ ସମୟ ବହୁତ ଗରିବ ଭାବରେ ବିତିଛି। ରାଜୀବ ଖଣ୍ଡେଲୱାଲଙ୍କ ଚାଟ୍ ଶୋ ‘ ଜଜବାତ୍’ ରେ ରାକ୍ଷୀ ନିଜର ଷ୍ଟ୍ରଗଲ ବିଷୟରେ କହିଥିଲେ। ସେ ସେତେବେଳେ ଏତେ ଗରିବ ଥିଲେଯେ କେବେ କେବେ ସେ ତାଙ୍କ ପୋଡଶୀଙ୍କର ଯେଉଁ ଖାଇବା ଫିଙ୍ଗିଦିଅନ୍ତି, ରାକ୍ଷୀ ସେ ଖାଇବାକୁ ଉଠାଇ ଆଣୁଥିଲେ ଓ ସମସ୍ତେ ସେହି ଖାଇବାକୁ ଖାଉଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *