ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାପାଇଁ SITକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଏହି ମାମଲାର ଦୀର୍ଘଦିନ ବିତିଥିବାରୁ ଏହିପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସପଥପାଠ। ମନ୍ତ୍ରୀ-SIT ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବାରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୧୨ରେ ହେବ ବୋଲି ଜଣାଯାଉଛି।

ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡର ଅବଧି ଆଜି ଶେଷ ହୋଇଛି। ଅଧିକ ତଥ୍ୟ ପାଇଁ ଏସଆଇଟି ସରୋଜଙ୍କୁ ୩ଦିନ ପାଇଁ ରିମାଣ୍ଡରେ ନେଇଥିଲେ। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

Google

ନାବାଳିକାକୁ ହତ୍ୟା ସମୟରେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସମୟରେ ତା ନାକରୁ ରକ୍ତ ବାହାରୁଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ସେହି ଗାମୁଛାଟିକୁ ଏସଆଇଟି ଅଭିଯୁକ୍ତଙ୍କ ଘରୁ ଜବତ କରିଛି। ଗାମୁଛାରେ ଲାଗିଥିବା ରକ୍ତଦାଗକୁ ବିଶେଷଜ୍ଞ ସ୍ପଷ୍ଟ କରିଥିବା କଥା SIT ସୂତ୍ରରୁ ସୂଚନା ମିଳିଛି।

ପରୀ ହତ୍ୟା ଘଟଣାର ମୁଖ୍ୟ ଅଭଯୁକ୍ତ ସରୋଜ ସେଠୀ ବୋଲି ଏସଆଇଟି ମୁଖ୍ୟ କହିବାପରେ ମଧ୍ୟ ଥମିବାରୀ ନା ନେଉନାହିଁ ଚର୍ଚ୍ଚା। ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ଵନ୍ଦ। ପରୀ ମର୍ଡର କେସରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି ଏସଆଇଟି ମୁଖ୍ୟ।

Google

ସନ୍ଧ୍ୟାରେ ଯଦୁପୁର ପୋଖରୀରୁ SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ମଧ୍ୟ SIT ତଦନ୍ତ ଓ ମର୍ଡର ଥିଓରିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅନେକ। SIT ମୁଖ୍ୟ ଅରୁଣ ଵୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ ଦାବିରେ ହାଇକୋର୍ଟରେ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ। ପରୀ ମାମଲାରେ ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛନ୍ତି ସଂଗଠନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *